/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749986024.jpg)
Pregnant Murder
୪ ମାସର ଗର୍ଭବତୀଙ୍କୁ ହତ୍ୟା ଅଭିଯୋଗ । ଜ୍ୱାଇଁ ମଦ ପିଇ ମାଡ଼ ମାରି ହତ୍ୟା କରିଥିବା ଅଭିଯୋଗରେ ନ୍ୟାୟ ପାଇଁ ପୋଲିସ ଗୋଡ ତଳେ ପଡିଲେ ପରିବାର ଲୋକ । ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ହତ୍ୟା ଅଭିଯୋଗରେ ପୋଲିସ ମେଡିକାଲରୁ ମୃତ ମହିଳାଙ୍କ ସ୍ୱାମୀକୁ ଥାନାକୁ ନେଉଥିବା ବେଳେ ନ୍ୟାୟ ଦାବିରେ ପୋଲିସର ଗୋଡ ତଳେ ପଡି ନେହୁରା ହେଲେ ଉଭୟ ପୁଅ ଓ ଝିଅ ଘରଲୋକେ ।
ଭଦ୍ରକ ଜିଲ୍ଲା ତିହିଡି ଥାନା ତାଳପଡ଼ା ଗାଁର ମୋନାଲିସା ଜେନା । ୨୦୧୯ ମସିହାରେ ମିରସାହି ଅଞ୍ଚଳର ଶଙ୍କର୍ଷଣ ଜେନାଙ୍କୁ ପ୍ରେମ ବିବାହ କରିଥିଲେ । ତାଙ୍କର ୩ ବର୍ଷର ଝିଅ ଥିବାବେଳେ ମୋନାଲିସା ୪ ମାସର ଗର୍ଭବତୀ ଥିଲେ । ତେବେ ଶାଶୁଘର ଲୋକେ କୌଣସି କାରଣରୁ ମୋନାଲିସାକୁ ନେଇ ପ୍ରଥମେ ତିହିଡି ମେଡିକାଲରେ ଭର୍ତ୍ତି କରାଇଥିଲେ । ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଅଧିକ ପଢନ୍ତୁ: ଲୁହରେ ଭିଜିଲା ରଜ, ପାଣିରେ ବୁଡି ୪ ଜଣଙ୍କ ମୃତ୍ୟୁ !
ମୋନାଲିସାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ନିଶାସକ୍ତ ଅବସ୍ଥାରେ ଜ୍ୱାଇଁ ଝିଅକୁ ମାଡ଼ ମାରି ହତ୍ୟା କରିଥିବା ନେଇ ତିହିଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଘଟଣାରେ ତିହିଡି ପୋଲିସ ମୃତ ମୋନାଲିସାଙ୍କ ସ୍ବାମୀକୁ ହେପାଜତକୁ ନେଉଥିବା ବେଳେ ଉଭୟ ମୋନାଲିସାଙ୍କ ପରିବାର ଓ ଶଙ୍କର୍ଷଣଙ୍କ ପରିବାର ଲୋକେ ପୋଲିସ ଗୋଡ ତଳେ ପଡି ନ୍ୟାୟ ଭିକ୍ଷା କରିଥିଲେ । ମୋନାଲିସାଙ୍କ ପରିବାର ଲୋକେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗରେ ନ୍ୟାୟ ମାଗିଥିବା ବେଳେ ଶଙ୍କର୍ଷଣଙ୍କ ପରିବାର ଘଟଣାରେ ପୁଅର ସଂପୃକ୍ତି ନଥିବା ଦର୍ଶାଇ ତାଙ୍କୁ ଛାଡ଼ିଦେବା ପାଇଁ ପୋଲିସକୁ ଅନୁରୋଧ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)