/odishatv-khabar/media/media_files/2025/11/15/murder-case-2025-11-15-17-41-54.jpg)
Murder Case Photograph: (OTV)
ଧାମନଗର ଥାନା ଅଞ୍ଚଳ ଆନନ୍ଦପୁର ପଞ୍ଚାୟତ ଉତ୍ତେଇପୁରରେ ଏମିତି ଅଭାବନୀୟ ଘଟଣା ଘଟିଯାଇଛି। ମୃତ ଯୁବକଙ୍କ ନାଁ ସଞ୍ଜୟ ରାଉତ। ତାଙ୍କ ଘର ଚାନ୍ଦବାଲି ବ୍ଲକ ତେନ୍ତୁଲିଡିହ ପଞ୍ଚାୟତର ବଇଁଚା ଗାଁରେ। ଘଟଣାର ତଦନ୍ତ ସହ ଆକ୍ରମଣରେ ସଂପୃକ୍ତ ଜଣେ ମହିଳାଙ୍କ ସମେତ ୪ଜଣଙ୍କୁ ପୋଲିସ ଗିରଫ କରିଛି।
ରିପୋର୍ଟ ଅନୁସାରେ, ଉତ୍ତେଇପୁରର ମଧୁସ୍ମିତାଙ୍କ ସାନ ଭଉଣୀ ରୀନାରାଣୀ ବେହେରାଙ୍କୁ ସଞ୍ଜୟ ପ୍ରେମ କରୁଥିଲେ। ହେଲେ ପରବର୍ତ୍ତୀ ସମୟରେ ରୀନାରାଣୀ ଅନ୍ୟତ୍ର ବାହା ହୋଇଥିବାବେଳେ ସଞ୍ଜୟ ମଧ୍ୟ ଅନ୍ୟ ଆଡ଼େ ବିବାହ କରିଥିଲେ। ତେବେ ରୀନାରାଣୀଙ୍କୁ ସଞ୍ଜୟ ହଇରାଣ ହରକତ କରି ଆସୁଥିଲେ। ଏଥିରେ ଅତିଷ୍ଠ ହୋଇ ମଧୁସ୍ମିତାଙ୍କୁ ଏ ବାବଦରେ ଜଣାଇଥିଲେ ତାଙ୍କ ସାନ ଭଉଣୀ। ଏଣୁ ସଞ୍ଜୟକୁ ପାନେ ଦେବା ଲାଗି ମଧୁସ୍ମିତା, ତାଙ୍କ ସାନ ଭଉଣୀ, ଭଉଣୀ ଜ୍ୱାଇଁ ପ୍ରଶାନ୍ତ ବେହେରା ମିଶିକି ଯୋଜନା କରିଥିଲେ।
ଘରକୁ ଡକାଇ ପିଟିଲେ
ଯୋଜନା ଅନୁସାରେ ମଧୁସ୍ମିତା ତାଙ୍କ ଭଉଣୀ ଓ ଭଉଣୀ ଜ୍ୱାଇଁ ପ୍ରଶାନ୍ତଙ୍କୁ ଡକାଇଥିଲେ। ପ୍ରଶାନ୍ତଙ୍କ ସହ ତାଙ୍କ ଭାଇ ରମାକାନ୍ତ ମଧ୍ୟ ମଧୁସ୍ମିତାଙ୍କ ଶାଶୁଘରେ ପହଞ୍ଚିଥିଲେ। ଏହାପରେ ସଞ୍ଜୟଙ୍କୁ ଡକା ଯାଇଥିଲା। ହେଲେ ମଧୁସ୍ମିତାଙ୍କ ଏହି ଷଡ଼ଯନ୍ତ୍ରକୁ ସେ ବୁଝିପାରି ନଥିଲେ। ଫଳରେ ସେ ଠିକଣା ସ୍ଥାନରେ ପହଞ୍ଚିଯାଇଥିଲେ। ସଞ୍ଜୟ ପହଞ୍ଚିବା ପରେ ତାଙ୍କୁ ଗୋଟେ ଘର ଭିତରେ ପୂରାଇ ମଧୁସ୍ମିତା ଓ ଅନ୍ୟମାନେ ନିସ୍ତୁକ ମାଡ଼ ମାରିଥିଲେ। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଏଥିରେ ସଞ୍ଜୟଙ୍କ ଦୁଇ ଗୋଡ଼ ପୂରା ଭାଙ୍ଗି ଯାଇଥିବା ବେଳେ ମୁଣ୍ଡ ଫାଟି ଯାଇଥିଲା ।
ତେବେ ଆକ୍ରମଣ ସମୟରେ ସଞ୍ଜୟ ଚିତ୍କାର କରିବାରୁ ଗାଁ ଲୋକେ ଏକାଠି ହୋଇଯାଇଥିଲେ। ପରେ ଧାମନଗର ଥାନା ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଆସି ପହଞ୍ଚିବା ପରେ ସଞ୍ଜୟଙ୍କୁ ଉଦ୍ଧାର କରି ପ୍ରଥମେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସଞ୍ଜୟଙ୍କର ମୃତ୍ୟୁ ହୋଇଛି।
ଏହି ଘଟଣାରେ ଆକ୍ରମଣର ଯେଉଁ ଭିଡିଓ ଭାଇରାଲ ହୋଇଥିଲା ତାହା ସମସ୍ତଙ୍କ ହୃଦୟକୁ ଦୋହଲାଇ ଦେଇଛି। ଏହି ଘଟଣାରେ ରୀନାରାଣୀ ଵେହେରାଙ୍କ ଵଡ ଭଉଣୀ ମଧୁସ୍ମିତା ପାତ୍ର, ଭିଣୋଇ ମଦନ ମୋହନ ପାତ୍ର, ସ୍ୱାମୀ ପ୍ରଶାନ୍ତ ବେହେରା, ଦେଢଶୁର ରମାକାନ୍ତ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଧାମନଗର ପୋଲିସ।
Major Fire Breaks Out at Factory: ଫ୍ୟାକଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କରିବାକୁ ଆସିଲା ୧୦ଟି ଦମକଳ

Amiya to Marry Shweta: ଅମିୟଙ୍କ ରାଣୀ ହେବେ ଶ୍ୱେତା, ବ୍ୟାଣ୍ଡ ବାଜା ରେଡି

Son From Abroad Performs Funeral Rites: ୪ ଦିନ ପରେ ଉଠିଲା କୋକେଇ, ବିଦେଶରୁ ଆସି ପୁଅ ଦେଲା ମାଆକୁ ମୁଖାଗ୍ନି

Winter Touches Down in Koraput: କୋରାପୁଟକୁ ଛୁଇଁଲା ଶୀତ, ଲାଗିଲା ପର୍ଯ୍ୟଟକଙ୍କ ଭିଡ଼

Unfinished Dream of CM Chair: ଅଧୁରା ରହିଗଲା ମୁଖ୍ୟମନ୍ତ୍ରୀ ହେବା ସ୍ୱପ୍ନ; କିଏ ସାଜିଲା ‘ଚାଣକ୍ୟ’

Jay Dholakia: ନୂଆପଡ଼ା ବିଜୟୀ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ସମ୍ବର୍ଦ୍ଧନା, ବିପୁଳ ସ୍ବାଗତ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)