/odishatv-khabar/media/media_files/2025/10/03/abduction-2025-10-03-14-24-14.jpg)
Abduction Photograph: (OTV)
ପ୍ରଵଳ ବର୍ଷା ବେଳେ ଜଣେ ମାନସିକ ଅନଗ୍ରସର ମହିଳାଙ୍କୁ ଜୋର ଜବରଦସ୍ତ ଭାବେ ଟେକି ନେଇଛି ଜଣେ ଟ୍ରକ ଡ୍ରାଇଭର। ଏହିଭଳି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଧିନସ୍ଥ ଚରମ୍ପାର ରିଜର୍ଭ ପୋଲିସ ଲାଇନ ପାଖରେ । ଏହି ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।
ଗତ ଵୁଧବାର ବିଳମ୍ବିତ ରାତିରେ ଭଦ୍ରକ ଦେଇ ଯାଇଥିବା ୧୬ ନମ୍ୱର ଜାତୀୟ ରାଜପଥରେ ଚରମ୍ପା ଫାଣ୍ଡି ଛକ ନିକଟରେ ରାତି ପ୍ରାୟ ଗୋଟାଏ ସମୟରେ ଏହା ଘଟିଛି ।
ବର୍ଷା ଲାଗି ରହିଥିବା ବେଳେ ଜଣେ ମାନସିକ ଅନଗ୍ରସର ମହିଳା ବର୍ଷାରୁ ରକ୍ଷା ପାଇବା ପାଇଁ ଏକ ଦୋକାନ ବାରଣ୍ଡାରେ ଅଟକି ରହିଥିଲେ ।
ଏହି ସମୟରେ ଜାତୀୟ ରାଜପଥରେ ଯାଉଥିବା ଏକ ଟ୍ରକର ଡ୍ରାଇଭର ତାଙ୍କୁ ଦେଖି ଗାଡ଼ି ଅଟକାଇଥିଲା । ଟ୍ରକ ଅଟକିବା ପରେ ମହିଳାଜଣକ କିଛି ଅଘଟଣ ଆଶଙ୍କା କରି ଟିକିଏ ଦୂରକୁ ଚାଲିଯାଇଥିଲେ । କିନ୍ତୁ ଟ୍ରକ ଡ୍ରାଇଭର ସିଧାସଳଖ ନଆସି କଡ଼େ କଡ଼େ ଆସିଲେ, ହଠାତ୍ ଦୌଡି ମହିଳାଙ୍କ ପାଖରେ ପହଞ୍ଚିଗଲା।
ସେ ମହିଳାଙ୍କ ପାଖରେ ପହଞ୍ଚିବା ପରେ ମହିଳାଜଣକ ଚିତ୍କାର କରିଥିଲେ । କିନ୍ତୁ ଡ୍ରାଇଭର୍ ଏହି ମହିଳାଙ୍କୁ ଟେକି ଜୋର୍ ଜବରଦସ୍ତ ନେଇଥିଲା ଟ୍ରକ ପାଖକୁ । ସେତେବେଳେ ବି ମହିଳାଜଣକ ଚିତ୍କାର କରୁଥିବାର କଏଦ୍ ହୋଇଥିବା ସିସିଟିଭିର ଅଡିଓରୁ ଜଣାପଡିଛି । ସେହି ସମୟରେ ଅନ୍ୟ ଏକ ଗାଡି ଏନଏଚରେ ଯାଉଥିଲା । ଡ୍ରାଇଭର୍ କିନ୍ତୁ ସେତେବେଳେ ଟିକିଏ ଲୁଚିଯାଇଥିଲା ।
ପରେ ମହିଳାଙ୍କୁ ଟେକି ନେଇ ଗାଡ଼ି ଭିତରକୁ ଚାଲିଯାଇଥିଲା।
ସେ ତାଙ୍କୁ କେଉଁ ଆଡ଼େ ନେଇ ଯାଇଛି । ତେବେ ଏହି ଘଟଣା ଜଣାପଡିବା ପରେ ଭଦ୍ରକରେ ଚହଳ ସୃଷ୍ଟି ହୋଇଛି । ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ୍ କରିବା ସହିତ ମହିଳାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ପୋଲିସ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)