Advertisment

Ration Card Inclusion: ରାସନ୍ କାର୍ଡରେ ନାଁ ଯୋଡ଼ିବାକୁ ଲୋକଙ୍କ ଭିତରେ ପ୍ରତିଯୋଗିତା, ରାତି ଅଧରୁ ଆବେଦନକାରୀଙ୍କ ଅସମ୍ଭବ ଭିଡ଼

ଭଦ୍ରକ ବ୍ଲକ୍ ପ୍ରଶାସନ ଗୋଟିଏ ଦିନରେ ୧୨୦ଟି ଆବେଦନପତ୍ର ଯାଞ୍ଚ୍ କରିବାକୁ ଟୋକନ୍ ବ୍ୟବସ୍ଥା କରିଛନ୍ତି। ତେଣୁ ଆଗୁଆ ଟୋକନ୍ ପାଇବାକୁ ଦୈନିକ ରାତି ଅଧରୁ ଏମିତି ଲାଇନ୍ ଲଗାଉଛନ୍ତି ଆବେଦନକାରୀ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ରାତି ଅଧରୁ ଲମ୍ବା ଲାଇନ୍‌

ରାତି ଅଧରୁ ଲମ୍ବା ଲାଇନ୍‌

ରାସନ୍ କାର୍ଡରେ ନାଁ ଯୋଡ଼ିବାକୁ ରାତି ଅଧରୁ ଲମ୍ବା ଲାଇନ୍ । କିଏ ରାତି ୨ ତ, ଆଉ କିଏ ରାତି ୩ଟାରୁ ଅପେକ୍ଷାରତ। ଦିବ୍ୟାଙ୍ଗ ହୁଅନ୍ତି କି ଗର୍ଭବତୀ, ଅସହାୟ ହୁଅନ୍ତି କି ବୟସ୍କ, ସମସ୍ତଙ୍କ ପାଇଁ ଗୋଟିଏ ନିୟମ । ଅପେକ୍ଷା କର, ଧାଡ଼ିରେ ଆସ । ଆଉ ଏପଟେ ଦିନ ୧୦ଟା ପରେ ବି ଟୋକନ୍ ମିଳିନଥିବାରୁ ପଞ୍ଚମରେ ଲୋକଙ୍କ ରାଗ । ଲୋକଙ୍କ ପ୍ରବଳ ଆକ୍ରୋଶ ପରେ ବି ନିରବ ଓ ନିଶ୍ଚଳ ବ୍ଲକ୍ ପ୍ରଶାସନ। ଭଦ୍ରକ ବ୍ଲକ୍ ଅଫିସ୍ ପରିସରରେ ନୂଆ ରାସନ୍ କାର୍ଡ ଲାଗି ଆବେଦନ ଆଉ ପୁରୁଣା କାର୍ଡରେ ନାଁ ଯୋଡ଼ିବାକୁ ଏବେ ଚାଲିଛି ସରକାରୀ ସ୍ତରରେ ପ୍ରକ୍ରିୟା। ତେଣୁ ଆବେଦନପତ୍ରର ଯାଞ୍ଚ୍ ଲାଗି ଗଲା କିଛି ଦିନ ହେବ ଭଦ୍ରକ ବ୍ଲକ୍ ପ୍ରଶାସନ ପକ୍ଷରୁ ଆଶାୟୀ ହିତାଧିକାରୀମାନଙ୍କୁ ଅଫିସ୍‌କୁ ଡାକି ଡକ୍ୟୁମେଣ୍ଟ ଯାଞ୍ଚ୍ କରାଯାଉଛି। ତେବେ ବ୍ଲକ୍ କର୍ତ୍ତୃପକ୍ଷ ଗୋଟିଏ ଦିନରେ ୬ଟି ପଞ୍ଚାୟତ ବାସିନ୍ଦାଙ୍କୁ ଡାକିଥିବାରୁ ସୃଷ୍ଟି ହୋଇଛି ଏଭଳି ଅସମ୍ଭାଳ ସ୍ଥିତି।

Advertisment

ଅଧିକ ପଢ଼ନ୍ତୁ: ମଧ୍ୟବିତ୍ତଙ୍କ ଘର ସ୍ବପ୍ନ ପୂରଣ ହେବ, ରାଜଧାନୀରେ LIG ଓ MIG ଘର ଯୋଗାଇବେ ରାଜ୍ୟ ସରକାର

ଭଦ୍ରକ ବ୍ଲକ୍ ପ୍ରଶାସନ ଗୋଟିଏ ଦିନରେ ୧୨୦ଟି ଆବେଦନପତ୍ର ଯାଞ୍ଚ୍ କରିବାକୁ ଟୋକନ୍ ବ୍ୟବସ୍ଥା କରିଛନ୍ତି। ତେଣୁ ଆଗୁଆ ଟୋକନ୍ ପାଇବାକୁ ଦୈନିକ ରାତି ଅଧରୁ ଏମିତି ଲାଇନ୍ ଲଗାଉଛନ୍ତି ଆବେଦନକାରୀ। ତେବେ ୬-୬ଟି ପଞ୍ଚାୟତର ଲୋକ ଗୋଟିଏ ଦିନରେ ବ୍ଲକ୍ କାର୍ଯ୍ୟାଳୟକୁ ଆସିବା ଯୋଗୁଁ ଏଠାରେ ସୃଷ୍ଟି ହେଉଛି ଅଣାୟତ୍ତ ସ୍ଥିତି। ୧୨୦ ଟୋକନ୍ ଯାଗାରେ ଆଶାୟୀଙ୍କ ସଂଖ୍ୟା କିନ୍ତୁ ଢେର ଅଧିକ। ତେଣୁ ଘଣ୍ଟା ଘଣ୍ଟା ଧରି ଅଖିଆ, ଅପିଆ ସ୍ଥିତିରେ ଧାଡ଼ିରେ ଛିଡ଼ା ହୋଇ ରହୁଛନ୍ତି ଲୋକେ।

Advertisment

ସେପଟେ ଲୋକଙ୍କ ଅଭିଯୋଗ, ବ୍ଲକ୍ ପ୍ରଶାସନ ଘୋଷଣା ଅନୁସାରେ ୧୨୦ ଟୋକନ୍ ବି ଦେଉ ନାହାନ୍ତି। ଯାହାଫଳରେ ସେମାନେ ନିରାଶ ହୋଇ ଫେରୁଛନ୍ତି। ସେପଟେ ଭଦ୍ରକ ବିଡିଓ କହିଛନ୍ତି, ଡକାଯାଇଥିବା ପଞ୍ଚାୟତ ଛଡ଼ା ଅନ୍ୟ ପଞ୍ଚାୟତର ଲୋକ ଚାଲି ଆସୁଥିବାରୁ ଏତେ ଲୋକଙ୍କୁ ଟୋକନ୍ ଦେବା ସମ୍ଭବ ହେଉନି ।

ଏଠାରେ ପ୍ରଶ୍ନ ଏତେ ସଂଖ୍ୟାରେ ଲୋକ ଖରା-ବର୍ଷାରେ ଅପେକ୍ଷା କରୁଥିବା ବେଳେ ସେମାନଙ୍କ ସୁବିଧା ପାଇଁ କିଛି ବ୍ୟବସ୍ଥା କାହିଁକି କରାଯାଇନି? ଲୋକେ ରାତି ଅଧରୁ ଆସୁଥିବାରୁ ସାଙ୍ଗରେ ଛୋଟ ପିଲାଙ୍କୁ ମଧ୍ୟ ଆଣୁଛନ୍ତି। ଘଣ୍ଟା ଘଣ୍ଟା ଅପେକ୍ଷା ଭିତରେ ସେମାନଙ୍କ କିଛି ଅସୁବିଧା ହେଲେ, ଏଥିପାଇଁ କିଏ ଦାୟୀ ରହିବେ ? ଗର୍ଭବତୀ, ଦିବ୍ୟାଙ୍ଗ ଓ ବୟସ୍କଙ୍କ ଲାଗି ସ୍ବତନ୍ତ୍ର ସୁବିଧା ଥିଲେ ବି ସେମାନଙ୍କୁ କାହିକି ଧାଡ଼ିରେ ଛିଡା ହେବାକୁ ପଡ଼ୁଛି ?

ଅଧିକ ପଢ଼ନ୍ତୁ: ମହାନଦୀର ଜଳରାଶିରେ ଦୁଃସାହସିକ ଜଳକ୍ରୀଡ଼ା, ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ସ୍ୱିମିଙ୍ଗ ସହ ସ୍କୁବା ଡାଇଭିଂ ଟ୍ରେନିଂ

Odisha Bhadrak Ration Card
Advertisment
Related Articles
Advertisment