/odishatv-khabar/media/media_files/2025/12/12/ends-life-2025-12-12-19-49-38.jpg)
Ends Life Photograph: (OTV)
ପ୍ରେମ, ପ୍ରତାରଣା ଓ ନିର୍ଯାତନା ହୃଦୟବିଦାରକ ଚିତ୍ର। ଦିନକୁ ଦିନ ବଢିବାକୁ ଲାଗିଥିଲା ପ୍ରେମିକର ନିର୍ଯାତନା ଓ ପ୍ରତାରଣା, ପ୍ରେମିକକୁ ବୁଝେଇ ବୁଝେଇ ଥକି ଯିବା ପରେ ଶେଷରେ ନିଜେ ପଲଙ୍କ ବାଡ଼ାରେ ଓଢଣୀ ଲଗାଇ ଝୁଲି ପଡ଼ିଲେ ଯୁବତୀ, ଆଉ ଆତ୍ମହତ୍ୟାର କେଇ ମୁହୂର୍ତ୍ତର ଛଟପଟ ଭିଡ଼ିଓକୁ ନିଜ ମୋବାଇଲକୁ ଦୂରରେ ରଖି କଏଦ୍ କରିଥିଲେ ନିଜେ ପ୍ରେମିକା। ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ଏହି ଭିଡ଼ିଓ।
ଝୁରୁଛନ୍ତି ବାପା-ମାଆ
ଦିନକୁ ଦିନ ବଢୁଥିଲା ପ୍ରେମିକର ଯନ୍ତ୍ରଣା। ଅଶ୍ଳୀଳ ମେସେଜ୍, ତା ସାଙ୍ଗକୁ ଧମକ। ଆଉ ସହିହେଲାନି। ଏହି ମେସେଜ୍ ସବୁ ଏତେ ଅଶ୍ଳୀଳ ଯେ ଏହାକୁ ଦେଖାଇବା ମଧ୍ୟ ଅସମ୍ଭବ। ଯୁବକଙ୍କ ନିର୍ଯାତନା ଏତେ ବଢିଗଲା ଯେ ବଞ୍ଚିବା ତୁଚ୍ଛ ହୋଇଗଲା। ଶେଷରେ ପଲଙ୍କ ବାଡାରେ ଓଢଣୀ ଲଗାଇ ପ୍ରେମିକା ଶେଷ କରିଦେଲା ଜୀବନ। ଏଭଳି ଏକ ହୃଦୟବିଦାରକ ଘଟଣା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ବୋଡକ ପଞ୍ଚାୟତର ମୁଆଜିବ ଗାଁରୁ ଆସିଛି। ଏକମାତ୍ର ଝିଅ ଚାଲିଯିବା ପରେ ଦିନରାତି ଫଟୋକୁ ଧରି ଝୁରୁଛନ୍ତି ବାପା-ମାଆ । ଆଉ ନ୍ୟାୟ ପାଇଁ ଦାବି କରିଛନ୍ତି।
ଗ୍ରହଣ କରିନେଇଥିଲେ, କିନ୍ତୁ...
ଗାଁର ସୁଶାନ୍ତ ଦାସଙ୍କ ଏକମାତ୍ର ଝିଅ ବର୍ଷା ପ୍ରିୟଦର୍ଶିନୀ । ୯ ଶ୍ରେଣୀରୁ ଜଣକୁ ଦେଇଥିଲେ ମନ। ଯୁକ୍ତ ୩ ସାରି ବର୍ଷା ଏବେ ସିଟି ପଢିବା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ। ଉଭୟଙ୍କ ପ୍ରେମ ସମ୍ପର୍କକୁ ବର୍ଷାଙ୍କ ପରିବାର ମଧ୍ୟ ଗ୍ରହଣ କରିନେଇଥିଲେ ଆଉ ବିବାହ ପାଇଁ ରାଜି ଥିଲେ। ଶେଷରେ ଏମିତି ହେବ ବୋଲି କେହି ବିଶ୍ୱାସ ମଧ୍ୟ କରି ପାରୁ ନାହାନ୍ତି। ମୃତ ଯୁବତୀଙ୍କ ମୋବାଇଲ ଫୋନକୁ ବାରମ୍ବାର ମେସେଜ କରି ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଥିବା ନେଇ ଚର୍ଚ୍ଚା ହେଉଛି। ଏହି ଆତ୍ମହତ୍ୟାରର ଲାଇଭ୍ ଭିଡ଼ିଓ ଭାଇରାଲ ହେଉଥିଲେ ମଧ୍ୟ ଏହା ଏତେ ହୃଦୟବିଦାରକ ଯେ ଏହାକୁ ଦେଖାଇବା ସମ୍ଭବ ନୁହେଁ।
ଏହି ଘଟଣାକୁ ନେଇ ବର୍ଷାଙ୍କ ପରିବାର ଲୋକେ ସ୍ଥାନୀୟ ଆଗରପଡ଼ା ଥାନା ଓ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଅଶାଳୀନ ମେସେଜ୍ର ସ୍କ୍ରିନ୍ ସଟ୍ ଦାଖଲ କରି ଜଣାଇଥିଲେ ବି ଏଯାଏଁ ସମ୍ପୃକ୍ତ ଯୁବକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି। ସେପଟେ ସମସ୍ତ ଦିଗକୁ ତଦନ୍ତ କରାଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅତିରିକ୍ତ ଏସପି ଅରୂପ ଅଭିଷେକ ବେହେରା କହିଛନ୍ତି।
Glamour & Glow: ରାତି ହେଲେ ଜମୁଥିଲା ଆସର, ଚିକମିକ ଆଲୁଅରେ ମତୁଆଲା କରୁଥିଲେ ବାର ଡ୍ୟାନ୍ସର

Triple Salary for Legislators: ହଜମ ହେଉନି ବିଧାୟକଙ୍କ ଦରମା ବୃଦ୍ଧି, ଏକାଥରେ ୩ ଗୁଣା ଦରମା ଦେଖି ତାତିଲେ ଜନତା

Hefty Price Tag: 'AI ସେ ଫ୍ରି ମେ ବନୱା ଲେଙ୍ଗେ': ଭାରତରେ ମେସିଙ୍କ ସହ ଗୋଟିଏ ଫଟୋର ମୂଲ୍ୟ ୧୦ ଲକ୍ଷ

Vinesh’s Comeback Call: ଭିନେଶ ଘୋଷଣା କଲେ କମବ୍ୟାକ୍, କହିଲେ ଏଥର ମୁଁ ଅଲିମ୍ପିକ୍ସରେ ଏକା ନୁହେଁ

Trail of Hidden Truths: ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ ପରେ..., ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)