/odishatv-khabar/media/media_files/2025/12/04/bhadrak-bjd-2025-12-04-19-59-53.jpg)
bhadrak-bjd Photograph: (OTV)
ପୁଅ ଦଳ ଫଟାଉଥିବା ବେଳେ ବାପାଙ୍କୁ ଦିଆଯାଇଛି ଘଳିଆ ମରାମତି ଦାୟିତ୍ବ । ଘଳିଆ ମାରିବାରେ ବିଫଳ ହେଉଛନ୍ତି ପ୍ରଫୁଲ୍ଲ ସାମଲ । ନବୀନ ନିବାସ ଆସିଲେ ଟାସ୍କ ନେଲେ । ନବୀନ ବାବୁ ଟାସ୍କ ଦେଲେ ଆଉ ଯେମିତି କେହି ନଯିବେ । ଯେଉଁମାନେ ଯାଇଛନ୍ତି ସେମାନଙ୍କୁ ବି ଫେରାଇ ଆଣିବାକୁ ପଡ଼ିବ । ହେଲେ ଭଦ୍ରକ ବିଜେଡିରେ ପଡ଼ିଥିବା ଘଳିଆ ଯେମିତି ବନ୍ଦ ହେବାର ନାଁ ନେଉନି ।
୪ ଜଣ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ସହ କିଛି ସରପଞ୍ଚ ଏବଂ ସମିତି ସଭ୍ୟ ଦଳ ଛାଡ଼ି ଯିବା ପରେ ଲାଗୁଥିଲା ଆଉ କେହି ଯିବେନି । ହେଲେ ପୁଣି ଜଣେ ସରପଞ୍ଚ ଦଳ ଛାଡ଼ି ପ୍ରଫୁଲ୍ଲଙ୍କ ମାନମହତ ମାଟିରେ ମିଶେଇ ଦେଇଛନ୍ତି । ଧାମନଗର ବ୍ଲକ ପାଳସାହି ପଞ୍ଚାୟତର ସରପଞ୍ଚ ଅଜୟ ମଲ୍ଲିକ ବିଜେଡି ଛାଡ଼ିଛନ୍ତି । ଲୋକଙ୍କ ପାଇଁ ଏବଂ ପଞ୍ଚାୟତ ପାଇଁ କିଛି କରି ପାରୁନଥିବାରୁ ସେ ଦଳ ଛାଡ଼ିବାକୁ ବାଧ୍ୟ ହେଉଥିବା ନିଜ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ।
ଏହା ପୂର୍ବରୁ ଭଦ୍ରକ, ଭଣ୍ଡାରୀପୋଖରୀ, ବନ୍ତ ଏବଂ ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ବିଜେଡିରୁ ଇସ୍ତଫା ଦେଇଥିଲେ। ଭଦ୍ରକ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିଜେ ପ୍ରଫୁଲ୍ଲ ସାମଲଙ୍କ ଭଉଣୀ ହୋଇଥିବା ବେଳେ ତାଙ୍କ ଦଳ ଛାଡ଼ିବାକୁ ନେଇ ନାନା ଗୁଞ୍ଜରଣ ସୃଷ୍ଟି ହୋଇଥିଲା । ଏମାନଙ୍କ ଇସ୍ତଫା ପଛରେ ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ ବଡ଼ ହାତ ଥିବା କୁହାଯାଉଥିଲା । ଲଗାତାର ୪ ଜଣ ବିଜେଡି ଛାଡ଼ିବା ପରେ ପ୍ରଫୁଲ୍ଲଙ୍କ ସହ ଜିଲ୍ଲାର ସବୁ ବରିଷ୍ଠ ନେତାଙ୍କୁ ନବୀନ ନିବାସ ଡକାଯାଇଥିଲା । ସେଠାରେ ପ୍ରଫୁଲ୍ଲଙ୍କୁ ଟାସ୍କ ଦେଇଥିଲେ ନବୀନ । ହେଲେ ପ୍ରଫୁଲ୍ଲଙ୍କୁ ଛାଡ଼ି ପୁଅ ପଟିଆ ହୋଇ ଦଳ ଛାଡ଼ି ଦେଇଛନ୍ତି ପାଳସାହି ସରପଞ୍ଚ ।
ଅବସ୍ଥା ନିୟନ୍ତ୍ରଣରେ ନାହିଁ
ପ୍ରଫୁଲ୍ଲଙ୍କ ଏଭଳି ଅବସ୍ଥାରେ ତାଙ୍କ କଟା ଘାରେ ଚୁନ ମାରିଛନ୍ତି ତାଙ୍କ ସହଯୋଗୀ ତଥା ବରିଷ୍ଠ ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର । ପ୍ରଫୁଲ୍ଲ ବାବୁ ସେଭଳି ନୁହନ୍ତି କିନ୍ତୁ ସେ ଆଉ ପାରିଲା ଅବସ୍ଥାରେ ନାହାନ୍ତି ବୋଲି କହିଛନ୍ତି ବଦ୍ରି । ଯେଉଁମାନେ ଅବହେଳାର ଶିକାର ହୋଇଛନ୍ତି ଭାବୁଛନ୍ତି ସେମାନେ ପଳାଉଛନ୍ତି । ପ୍ରଫୁଲ୍ଲ ବାବୁ ସେମିତି ନୁହଁନ୍ତି । ଗୋଟିଏ କହିବେ ଗୋଟିଏ କରିବେ ସେଭଳି ଲୋକ ସେ ନୁହଁନ୍ତି । ତାଙ୍କ ପୁଅ ଏହାର ନେତୃତ୍ବ ନେଇଛନ୍ତି ବୋଲି ଆଲୋଚନା ହେଉଛି । ଯେହେତୁ ପୁଅ ଏଥିରେ ଅଛି ସେ ଆଉ ଅବସ୍ଥାକୁ ନିୟନ୍ତ୍ରଣରେ ରଖିଲା ଭଳି ଅବସ୍ଥାରେ ନାହାନ୍ତି କହିଛନ୍ତି ବଦ୍ରି ।
ଭଦ୍ରକରେ ମୋଟ ୭ଟି ବ୍ଲକରୁ ୪ଟି ବ୍ଲକର ଅଧ୍ୟକ୍ଷ ବିଜେଡି ଛାଡ଼ି ସାରିଲେଣି । ୪ ଜଣଙ୍କ ମଧ୍ୟରେ ପ୍ରଫୁଲ୍ଲଙ୍କ ନିଜ ଭଉଣୀ ଏବଂ ତାଙ୍କର ୨ ଜଣ ଦୃଢ଼ ସହକର୍ମୀ ରହିଛନ୍ତି । ଏଭଳି ଅବସ୍ଥାରେ ପ୍ରଫୁଲ୍ଲ କିଭଳି ଗଡ଼ରକ୍ଷା କରିବାରେ ସମର୍ଥ ହେଉଛନ୍ତି ନା ପୁଅ ପାଇଁ ପୂରା ବଦନାମ ହେଉଛନ୍ତି ତାହା ଆଗାମୀ ଦିନରେ ଜଣାପଡ଼ିଯିବ ।
A Wedding With a Difference: ନିଆରା ବାହାଘର, ଉଦାହରଣ ସାଜିଲେ ଗୋପବନ୍ଧୁ ସାର୍

Dramatic Rescue: ପୋଖରୀକୁ ଖସିପଡ଼ିଛି କାର୍, ନାଉରୀ କରୁଛନ୍ତି ଜୀବନ ଉଦ୍ଧାର

Student Abuse Row: ଛାତ୍ରୀ ନିର୍ଯାତନା ଘଟଣାରେ ବଡ଼ ଆକ୍ସନ୍, ଅଭିଯୁକ୍ତ ଅତିଥି ଅଧ୍ୟାପକ ବହିଷ୍କୃତ

BJP Fields Sonia Gandhi: ବିଜେପିରୁ ପ୍ରାର୍ଥୀ ହେଲେ ସୋନିଆ ଗାନ୍ଧୀ, ଅଡ଼ୁଆ ପରିସ୍ଥିତିରେ କଂଗ୍ରେସ

Rebellion is Over: ସଶସ୍ତ୍ର ସଂଘର୍ଷ ବିଫଳ ହୋଇଛି... ଅସ୍ତ୍ର ଛାଡିଦିଅନ୍ତୁ ମାଓବାଦୀ, ଏମିତି କହିଲେ ପୂର୍ବତନ ଟପ୍ ମାଓନେତା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)