• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 24 December 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Tanmay Kumar Mahalik
  • 4 months ago

ଭୁବନେଶ୍ୱରରେ ୨ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ

ଏୟାରପୋର୍ଟ ଛକରେ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ କିଛି ଦୁର୍ବୃତ୍ତ ହାଣିଛନ୍ତି । More
  • Santosh Kumar Sahoo
  • 4 months ago

୨୪ରେ ଓଡ଼ିଶାରେ ଶଙ୍ଖ ଗଡ଼ ଭାଙ୍ଗିବା ଲକ୍ଷ୍ୟ, ବିଜେପି ଓ କଂଗ୍ରେସର ସମରସଜ୍ଜା

୨୪ରେ ଶଙ୍ଖ ଗଡ଼ ଭାଗିବାକୁ ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସର ସମରସଜ୍ଜା। ଉଭୟ ଦଳର ନେତା ଦିଲ୍ଲୀ ଯାଇ କେନ୍ଦ୍ରୀୟ ନେତୃତ୍ୱକୁ ଭେଟିବା ସହ ବିଜେଡି ମୁକାବିଲା ମନ୍ତ୍ର ନେଇ ଫେରିଛନ୍ତି। More
  • Santosh Kumar Sahoo
  • 4 months ago

ରାଜଧାନୀରେ ବଡ଼ଦିନ ଓ ଜିରୋ ନାଇଟ୍ ପାଇଁ ସୁରକ୍ଷା କଡ଼ାକଡ଼ି, ସବୁ ଚର୍ଚ୍ଚ ଆଗରେ ମୁତୟନ ହେବେ ପୋଲିସ

ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍ ପାଇଁ ପୋଲିସ କଡ଼ାକଡ଼ି ଚେକିଂ କରିବ । ସବୁ ଥାନାକୁ ବ୍ରେଥ୍ ଆନାଲାଇଜର ଦିଆଯାଇଛି। ସେହିପରି ଆସନ୍ତା ୨୬ ତାରିଖରେ ଜିରୋ ନାଇଟ ସେଲିବ୍ରେସନ କରୁଥିବା ହୋଟେଲ ଏବଂ କ୍ଲବ ସହ ଏକ ବୈଠକ ବସିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ। More
  • Pramod Behera
  • 4 months ago

OMC Recruitment: ଓଡିଶାରେ ସରକାରୀ ଚାକିରି; ଦରମା ୨ ଲକ୍ଷ ପରେ

ଯେଉଁମାନେ ଓଡିଶାରେ ସରକାରୀ ଚାକିରି କରିବାକୁ ଚାହାନ୍ତି ସେମାନଙ୍କ ପାଇଁ ଏହା ନିଶ୍ଚିତ ଏକ ଖୁସି ଖବର। ଓଡ଼ିଶା ମାଇନିଙ୍ଗ କର୍ପୋରେସନ୍ (OMC) ସିନିୟର ମ୍ୟାନେଜର, ଡେପୁଟି ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି। ଏନେଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। More
  • Santosh Kumar Sahoo
  • 4 months ago

‘ପୁଣି ଥରେ ଦେଶରେ ଆସିବା ଦରକାର ମୋଦି ସରକାର’

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶ୍ୱସନୀୟତା ୮୦ ପ୍ରତିଶତ ଅଧିକ ଅଛି । ମୋଦି ତତ୍ତ୍ୱ, ମୋଦି ପ୍ରଣାଳୀ, ମୋଦି କାର୍ଯ୍ୟ ପଦ୍ଧତି ପ୍ରଭାବ ପକାଇଛି । ନିଶ୍ଚିତ ଭାବେ ୫୦ ପ୍ରତିଶତରୁ ଅଧିକ ଭୋଟ ଦେଶବାସୀ ମୋଦିଙ୍କୁ ଦେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । More
  • Santosh Kumar Sahoo
  • 4 months ago

ପିହୁ ଅପହରଣ ମାମଲାରେ ୪ ଗିରଫ, ସମସ୍ତ ଗିରଫ ଅଭିଯୁକ୍ତ ଦେବଗଡ଼ ଜିଲ୍ଲାର

ଗତ ସୋମବାର ଅପରାହ୍ଣରେ ଜେଜେ ମା’ ହାତ ଧରି ଟ୍ୟୁସନରୁ ଫେରିବା ବେଳେ, ଦେବଗଡ଼ ଟାଉନ ଥାନାରୁ ମାତ୍ର ଶହେ ମିଟର ଦୂର ପୁଣି ଜନଗହଳି ପୂର୍ଣ୍ଣ ଷ୍ଟେଟ୍ ବ୍ୟାଙ୍କ ଛକରୁ କୁନି ଝିଅ ପିହୁକୁ ଅପହରଣ କରି ନେଇଥିଲେ ଦୁଇ ଦୁର୍ବୃତ୍ତ। More
  • Santosh Kumar Sahoo
  • 4 months ago

IED ବିସ୍ଫୋରଣରେ ଦୁଇ ଯବାନ ଗୁରୁତର

ବିସ୍ଫୋରଣରେ ୨ SOG ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି । ମାଓବାଦୀମାନେ ଜଙ୍ଗଲରେ IED ଖଞ୍ଜିଥିବା ସନ୍ଦେହ କରାଯାଉଛି। More
  • Manoranjan Behera
  • 4 months ago

କାଲି ବଡ଼ଦିନ; X-Mass ଟ୍ରି ସାଙ୍ଗକୁ ଚିକିମିକି ଆଲୋକରେ ଝଲସିଲାଣି ଚର୍ଚ୍ଚ

ବଡଦିନ ପାଳନ ପାଇଁ ଚର୍ଚ୍ଚ ଗୁଡିକ ମଧ୍ୟ ସଜେଇ ହୋଇଛି । କ୍ରିସମସ୍ ଟ୍ରି ଏବଂ ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ଚର୍ଚ୍ଚ । ପ୍ରଭୁ ଯୀଶୁଙ୍କୁ ସ୍ୱାଗତ କରିବାକୁ ଚର୍ଚ୍ଚରେ ବ୍ୟାପକ ଆୟୋଜନ କରାଯାଇଛି । More
  • Manoranjan Behera
  • 4 months ago

କାମିୟାଙ୍କ ସ୍ପଷ୍ଟୀକରଣ: ‘ମୁଁ ବିଫ୍‌ ଖାଏନି କି ପ୍ରୋତ୍ସାହନ କରେନି’

ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତ୍ତା ଜାରି କରି ପ୍ରତିକ୍ରିୟା ରଖିଛନ୍ତି ବ୍ଲଗର କାମିୟା ଜାନି । More
  • Swadesi Megha Mallhar Prusty
  • 4 months ago

Panchang Today 24th Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ଧନୁମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୨୪ ତାରିଖ ରବିବାର ଚନ୍ଦ୍ର- ବୃଷ ଅହୋରାତ୍ର ତିଥି- ୧୨ଶୀ ପ୍ରାତଃ ୦୬.୨୪ ଗତେ ୧୩ଶୀ (କ୍ଷୟ) ନିଶାନ୍ତ ୦୫.୫୫ ଗତେ ୧୪ଶୀ ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର More
  • Tanmay Kumar Mahalik
  • 4 months ago

ବିଳମ୍ବ ହେଉପଛେ ଆଜି ମୋତେ ନ୍ୟାୟ ମିଳିଛି: ଅନୁଭବ

ତା’ସହ ରାଜନୀତି କ୍ୟାରିୟର ଉପରେ ବି ମନ୍ତବ୍ୟ ରଖିଛନ୍ତି ଅନୁଭବ । ଆଗକୁ ଲୋକ ଯଦି ଚାହିଁବେ ତେବେ ରାଜନୀତି ମାଧ୍ୟମରେ ସେବା କରିବି ବୋଲି କହିଛନ୍ତି । More
  • Tanmay Kumar Mahalik
  • 4 months ago

ସରକାରୀ ଟଙ୍କାରେ ଦଳୀୟ ପ୍ରଚାର ! ପାଣ୍ଡିଆନଙ୍କ କାର୍ଯ୍ୟକ୍ରମକୁ ବୁହାଯାଉଛି ଲୋକ

ଜୟପୁର ସହର ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ୧୦ଟି ନିର୍ବାଚନ ମଣ୍ଡଳୀ ପାଇଁ କାର୍ଯ୍ୟକ୍ରମ ହୋଇଥିଲା । ସେଠାରେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ସରିବା ପରେ ଦଳୀୟ କର୍ମୀଙ୍କୁ ବଣ୍ଟାଯାଇଥିଲା ଟଙ୍କା । More
  • Santosh Kumar Sahoo
  • 4 months ago

‘JEE ମାଧ୍ୟମରେ IIT ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ରହିପାରେ ସ୍ପୋର୍ଟସ କୋଟା’

ଜାତୀୟ ଶିକ୍ଷା ନୀତିରେ ୮ଟି ବିଷୟରେ କ୍ରୀଡ଼ା ଓ ଫିଜିକାଲ୍ ଏଜୁକେଶନ ବା ଶାରିରୀକ ଶିକ୍ଷାକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି । ଏହାକୁ ଆଉ ଏକ୍ସଟ୍ରାକରିକୁଲାର୍ ନୁହେଁ, ଏକ ବିଧିବଦ୍ଧ ବିଷୟ ଭାବରେ ପିଲାମାନେ ପଢ଼ିବେ ବୋଲି ସେ କହିଛନ୍ତି । More
  • Tanmay Kumar Mahalik
  • 4 months ago

ନିର୍ବାଚନ ପାଇଁ ବାଜିଲା ପ୍ରାଥମିକ ବିଗୁଲ; ଗାଦି ମଡ଼ା ଅଫିସରଙ୍କ ପାଇଁ ଜାରି ହେଲା ନିର୍ଦ୍ଦେଶ

ଦୀର୍ଘ ଦିନ ଧରି ଗାଦି ମାଡି ବସିଛନ୍ତି ବାବୁ । ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି SPଙ୍କ ଯାଏ । ସବୁଠି ଯେମିତି କୋଳି ଖାଇ ମଞ୍ଜି ପୋତିଛନ୍ତି ଅଫିସର । ଗାଦି ମଡା ଅଧିକାରୀଙ୍କ ତାଲିକା ବି ରାଜ୍ୟରେ ବେଶ ଲମ୍ବା । More
  • Tanmay Kumar Mahalik
  • 4 months ago

ଓଡ଼ିଶାକୁ ପୁଣି ଫେରିଲା କରୋନା; ପଜିଟିଭ୍‌ ଚିହ୍ନଟ ପରେ ବଢ଼ିଲାଣି ଚିନ୍ତା

ଓଡ଼ିଶାକୁ ପୁଣି ଫେରିଲା କରୋନା । ତା’ ସାଙ୍ଗକୁ ଫେରିଲା ମାସ୍କ ପରିଧାନ ପରାମର୍ଶ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୋଭିଡ୍ ଡ୍ୟାସବୋର୍ଡରେ ଅପଲୋଡ୍ ହୋଇଛି ଡାଟା । ଏଥିରେ ରାଜ୍ୟର ଜଣେ ବ୍ୟକ୍ତି କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦର୍ଶାଯାଇଛି । More