Advertisment

OMC Recruitment: ଓଡିଶାରେ ସରକାରୀ ଚାକିରି; ଦରମା ୨ ଲକ୍ଷ ପରେ

ଯେଉଁମାନେ ଓଡିଶାରେ ସରକାରୀ ଚାକିରି କରିବାକୁ ଚାହାନ୍ତି ସେମାନଙ୍କ ପାଇଁ ଏହା ନିଶ୍ଚିତ ଏକ ଖୁସି ଖବର। ଓଡ଼ିଶା ମାଇନିଙ୍ଗ କର୍ପୋରେସନ୍ (OMC) ସିନିୟର ମ୍ୟାନେଜର, ଡେପୁଟି ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି। ଏନେଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

author-image
Pramod Behera
OMC Recruitment 2024 For Manager Posts

OMC Recruitment 2024 For Manager Posts

ଯେଉଁମାନେ ଓଡିଶାରେ ସରକାରୀ ଚାକିରି କରିବାକୁ ଚାହାନ୍ତି ସେମାନଙ୍କ ପାଇଁ ଏହା ନିଶ୍ଚିତ ଏକ ଖୁସି ଖବର। ଓଡ଼ିଶା ମାଇନିଙ୍ଗ କର୍ପୋରେସନ୍ (OMC) ସିନିୟର ମ୍ୟାନେଜର, ଡେପୁଟି ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି। ଏନେଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OMCର ଅଫିସିଆଲ୍ ୱେବ୍‌ସାଇଟ୍ http://omcltd.in କୁ ଯାଇ ଆବେଦନ ପ୍ରକ୍ରିୟା ଆରମ୍ଭ କରିପାରିବେ। ଯେଉଁମାନେ ଏହାର୍ତ ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ OMC Recruitment 2024 For Manager Posts Notificationରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଆବେଦନ ଆରମ୍ଭ ତାରିଖ – ୧୯ ଡିସେମ୍ବର ୨୦୨୩
  • ଆବେଦନ ଶେଷ ତାରିଖ – ୧୯ ଜାନୁଆରୀ ୨୦୨୪

ଖାଲି ପଦବୀ:

  • ସିନିୟର ମ୍ୟାନେଜର ମାଇନିଙ୍ଗ୍ – ୦୧ଟି ପୋଷ୍ଟ୍‌
  • ଡେପୁଟି ମ୍ୟାନେଜର ମାଇନିଙ୍ଗ୍ – ୨୮ଟି ପୋଷ୍ଟ୍‌
  • ଡେପୁଟି ମ୍ୟାନେଜର୍ କମ୍ପାନୀ ଆଫାୟାର୍ସ – ୦୧ଟି ପୋଷ୍ଟ୍‌
Advertisment

ଶିକ୍ଷାଗତ ଯୋଗ୍ୟତା:

  • ସିନିୟର ମ୍ୟାନେଜର (ମାଇନିଙ୍ଗ୍) – BE / ମାଇନିଙ୍ଗ୍‌ ଇଂଜିନିୟରିଂରେ B.Tech
  • ଡେପୁଟି ମ୍ୟାନେଜର (ମାଇନିଙ୍ଗ୍) – ମାଇନିଙ୍ଗ୍‌ ଇଂଜିନିୟରିଂରେ ଡିପ୍ଲୋମା
  • ଡେପୁଟି ମ୍ୟାନେଜର (କମ୍ପାନୀ ଆଫାୟାର୍ସ) – ଇନଷ୍ଟିଚ୍ୟୁଟ୍ ଅଫ୍ କମ୍ପାନୀ ସେକ୍ରେଟାରୀ ଅଫ୍ ଇଣ୍ଡିଆର ସହଯୋଗୀ ସଦସ୍ୟ ସହିତ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ ବର୍ଷ
  • ସର୍ବାଧିକ ବୟସ – ୪୦ ବର୍ଷ

ବୟସ କୋହଳ:

  • OBC - ୦୩ ବର୍ଷ
  • ST / SC / PWD / ESM - ୦୫ ବର୍ଷ
  • PWD + SC / ST- ୧୫ ବର୍ଷ

ଦରମା:

ସର୍ବନିମ୍ନ ମାସିକ ଦରମା – ୬୭, ୭୦୦ ଟଙ୍କା

ସର୍ବାଧିକ ମାସିକ ଦରମା – ୨,୦୮,୭୦୦ ଟଙ୍କା

ଚୟନ ପ୍ରକ୍ରିୟା:

  • ଡାକ୍ତରୀ ପରୀକ୍ଷା
  • ସାକ୍ଷାତକାର

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:

  • ଯୋଗ୍ୟତା ପ୍ରମାଣପତ୍ର
  • ଜନ୍ମ ତାରିଖ ସୂଚୀତ ପ୍ରମାଣପତ୍ର (SSLC / HSC)
  • ଦୁଇଟି ସାମ୍ପ୍ରତିକ କଲର ପାସପୋର୍ଟ ସାଇଜ୍ ଫଟୋ
  • ଜାତି ପ୍ରମାଣପତ୍ର
  • ଅଭିଜ୍ଞତା ପ୍ରମାଣପତ୍ର(ଯଦି ଥାଏ)

କିପରି କରିବେ ଆବେଦନ:

  • OMC ର ଅଫିସିଆଲ୍ ୱେବ୍‌ସାଇଟ୍‌ https://omcltd.in କୁ ଯାଆନ୍ତୁ
  • People>Career>Employment Opportunities କ୍ଲିକ୍ କରନ୍ତୁ
  • ଆବେଦନ ଫର୍ମ ଡାଉନ୍‌ଲୋଡ୍ କରନ୍ତୁ
  • ଏହାକୁ ପୂରଣ କରି ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ସହ ନିମ୍ନ ଠିକଣାରେ ସ୍ପିଡ୍ ପୋଷ୍ଟ୍ କିମ୍ନା କୋରିୟର ମାଧ୍ୟମରେ ପଠାନ୍ତୁ

ପୋଷ୍ଟାଲ୍ ଠିକଣା - The General Manager (P&A), Odisha Mining Corporation Limited, OMC House, Bhubaneswar, Pin – 751001

Govt Jobs OMC
Advertisment
Advertisment