ସଂକ୍ଷେପରେ ଆଜିର ତାଜା ଖବର - Monday, 02 May 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଓଟିଭିର ବଡ଼ ପ୍ରଭାବ ! ଖବର ବାଜିଲା ପରେ ଚେତା ପଶିଲା, ରୋଗୀ ଓ ସମ୍ପର୍କୀୟଙ୍କ ପାଇଁ ନିର୍ମାଣ ହେଲା ଶିବିର

ଆସନ୍ତାକାଲି ସୁଦ୍ଧା ଦ୍ୱିତୀୟ ଶିବିର ନିର୍ମାଣ ଶେଷ ହେବ । ଏହାସହ ସପ୍ତାହ ଶେଷ ସୁଦ୍ଧା ତୃତୀୟ ଶିବିର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । More

ସ୍କୁଲ ଖୋଲିବା ପୂର୍ବରୁ ସରକାର କେତେ କ’ଣ କହିଥିଲେ, ହେଲେ ଏବେ ପୁରୁଣା ପାଠର ନାଗନ୍ଧ ନାହିଁ !

ଘରୋଇ ସଂସ୍ଥା ଦ୍ୱାରା ପିଲାଙ୍କୁ ପଢାଯିବ ବୋଲି ପୂର୍ବରୁ ବିଭାଗ କହିଥିଲେ ମଧ୍ୟ ଏଯାଏଁ ଥାର୍ଡ ପାର୍ଟି ସଂସ୍ଥା ଚୟନ କରାଯାଇନାହିଁ । More

ଜନପ୍ରତିନିଧିଙ୍କୁ ଅଫିସର୍‌ଙ୍କ ଖାତିର ନାହିଁ, ବିଜେଡି ଚାପରେ ବିଜେପି ବିଧାୟକ ଗିରଫ !

ଗିରଫ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବିଧାୟକ ସୁବାସ ପାଣିଗ୍ରାହୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ବିଧାନସଭାରେ ଚାଷୀଙ୍କ କଥା ଉଠାଇଥିବାରୁ ତାଙ୍କୁ ଟାର୍ଗେଟ କରାଯାଇଥିଲା । More

ବାଲି ମାଫିଆଙ୍କ ସହ ତହସିଲଦାରଙ୍କ ମଧୁଚନ୍ଦ୍ରିକା, କାରନାମା ପଦାରେ ପଡ଼ିବା ପରେ ଉଭାନ୍‌

ପଡ଼ିଲା ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲର ଛାଟ, ଫିଟିଲା ଖୋଦ୍ ରାଜସ୍ୱ ମନ୍ତ୍ରୀଙ୍କ ଜିଲ୍ଲାରେ ଚାଲିଥିବା ବାଲି ଚୋରାଚାଲାଣର ରହସ୍ୟ । ବନ୍ଧାହେଲେ ବହୁଚର୍ଚ୍ଚିତ ବାଲିଖାଦାନ ଲିଜ୍‌ଧାରୀ ପ୍ରଦୀପ ବିନ୍ଧାଣି । More

ଆସନ୍ତା ୬ ତାରିଖରେ ଲଘୁଚାପ ଥୟ, ହେଲେ ବାତ୍ୟା?

ମେ ମାସରେ ଦକ୍ଷିଣ-ଆଣ୍ଡାମାନ ସାଗରରେ ୪ ତାରିଖରେ ହେବାକୁ ଥିବା ଘୂର୍ଣ୍ଣିବଳୟକୁ ନେଇ ଆଶଙ୍କାରେ ରାଜ୍ୟବାସୀ। ଭୁବନେଶ୍ୱରରେ ବିଏମ୍ସିର ପ୍ରାଥମିକ ପ୍ରସ୍ତୁତି ବୈଠକ। ନିଆଯାଇଛି ଅନେକ ନିଷ୍ପତ୍ତି। More

ଅଜାଣତରେ କେମିତି ଆକ୍ଟିଭ୍ ହୋଇଥାଏ ଏକାଧିକ ସିମ୍

ସିମକାର୍ଡ ଫ୍ରଡ୍ ମାମଲାରେ ପ୍ରତିଦିନ ଖୋଲୁଛି ଠକେଇର କଳାକାରନାମା। More

ମେ’ ୩୧ରେ ବ୍ରଜରାଜନଗର ଉପନିର୍ବାଚନ

ଗତ ଡିସେମ୍ବର ୩୦ରେ ବରିଷ୍ଠ ବିଜେଡି ନେତା ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରେ ସେଠାରେ ଉପନିର୍ବାଚନ ହେବାକୁ ଯାଉଛି । More

ପୋଲିସ୍ ଅଧିକାରୀଙ୍କୁ ଗାତକୁ ଠେଲିଲେ, ଗୋଇଠା ମାରିଲେ !

ଚିନା ମାଟି ଖଣିକୁ ଅନୁଧ୍ୟାନ କରିବାକୁ ପୁରା ପୋଲିସ୍ ଟିମ୍‌ ପହଞ୍ଚିଥିଲା । More

ସଦାଚାର କମିଟି ବୈଠକରେ ନେତାଙ୍କ ଉଦ୍‌ବେଗ, ଜନ ପ୍ରତିନିଧିଙ୍କୁ ସରକାରୀ ଅଧିକାରୀଙ୍କ ଖାତିର ନାହିଁ

ଜନ ପ୍ରତିନିଧି ଓ ପ୍ରାଶାସନିକ ଅଧିକାରୀଙ୍କ ମଧ୍ୟରେ କିଭଳି ସମନ୍ୱୟ ରହିବ, ତାହା ବୁକ୍ ସର୍କୁଲାର ୪୭ରେ ଉଲ୍ଲେଖ ରହିଛି । More

 କାର ବନେଟରେ ସେକି ହୋଇଯାଉଛି ରୁଟି, ଦେଖନ୍ତୁ ଭିଡିଓ

ଏବେ ଏଭଳି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। More

ମେ’ରେ ଓଡ଼ିଶାକୁ ବାତ୍ୟା ଭୟ ! IMD କହିଲା ଏହି ମାସରେ ହୁଏ ବାତ୍ୟା, ଲୋକଙ୍କ ମନରେ ପଶିଲା ଛନକା

ବର୍ତ୍ତମାନ ସ୍ଥିତିରେ ବାତ୍ୟା ସମ୍ପର୍କରେ ବିଶେଷ ପୂର୍ବାନୁମାନ କରିନି ପାଣିପାଗ ବିଭାଗ । ସମୁଦ୍ରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଯାଇ ବାତ୍ୟା ନେଇ ପୂରା ସୂଚନା ଦିଆଯିବ ବୋଲି କୁହାଯାଇଛି । More

ତେଜୁଛି ରାଜନୀତି ! ବିଡିଓଙ୍କୁ ମାଡ଼ ଘଟଣାରେ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଫେରାଦ ହେଲା OAS ସଂଘ

ଜଣେ ବିଡିଓ ବାହାରୁ ଯାଇ କାମ କରୁଥିବା ବେଳେ ସେ କାହିଁକି ଏମିତି କରିବେ ବୋଲି ପ୍ରଶ୍ନ କରିଛି ସଂଘ । ବିଧାୟକ ନିଜକୁ ବଞ୍ଚାଇବାକୁ ଯାଇ ଏଭଳି ଏତଲା ଦାୟର କରିଥିବା ସଂଘ ଅଭିଯୋଗ କରିଛି । More

ସବୁ ଅନୁକୂଳର ମହାପର୍ବ ଅକ୍ଷୟ ତୃତୀୟା

ଯେକୌଣସି ନୂତନ କାର୍ଯ୍ୟ ଯେପରି ଗୃହାରମ୍ଭ, ନୂଆ ଗହଣା କିଣିବା, ନୂଆ କରି ବ୍ୟବସାୟ ଆରମ୍ଭ କରିବା ଆଦି କାମ ଏହି ଦିନରୁ ଆରମ୍ଭ ହୋଇଥାଏ। More

‘BJD ଚାପରେ ମୋତେ ଗିରଫ କରାଯାଇଛି’: ସୁବାସ ପାଣିଗ୍ରାହୀ

ହସ୍ପିଟାଲରେ ଭର୍ତ୍ତି ହେବା ପରେ ବିଧାୟକ ନିଜେ କହିଛନ୍ତି ଯେ, ତାଙ୍କୁ ବିଜେଡି ଚାପରେ ଗିରଫ କରାଯାଇଛି । More

ଲୋକସଭା ବାଚସ୍ପତିଙ୍କ ନମ୍ବର କହି ଟଙ୍କା ମାଗୁଥିଲେ ସାଇବର ଠକ

ସୁରାକ ମିଳିବା ପରେ ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ। More

ପାରାଦୀପ ବାଲିଝର କ୍ରିକ୍‌ରେ ମାଛ ମଡ଼କ

ପାରାଦ୍ୱୀପରେ ମାଛ ମଡ଼କ । ବାଲିଝରା କ୍ରିକ୍‌ରେ ରୋହି ଭାକୁର ଭଳି ବିଭିନ୍ନ ପ୍ରଜାତିର ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି । More

ଲଘୁଚାପ ନିଶ୍ଚିତ, ବାତ୍ୟା ଚିତ୍ର ଅସ୍ପଷ୍ଟ : IMD ବୈଜ୍ଞାନିକଙ୍କ ସୂଚନା

ଲଘୁଚାପ ହେବା ପରେ ଏହା କେତେ ଘନୀଭୂତ ହେବ, କେଉଁଠି ଲ୍ୟାଣ୍ଡଫଲ୍ କରିବ, ଏବେ କହିହେବନି . . . More

କାଲି ଚାଷୀଙ୍କ ଖାତାକୁ ଯିବ କାଳିଆ ଟଙ୍କା

୪୦ ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ More

ଅଭୟଚାନ୍ଦପୁରରେ ପୁରୀ ବାସେଳିସାହି ହାଜତ ମୃତ୍ୟୁର ହେଲା କି ରିପିଟ୍ ?

ପାରାଦୀପ ବୃନ୍ଦାବନ କଲୋନୀ ବସ୍ତିର ମନୋରଂଜନ ଗେଡ଼ିକୁ ମିଛ କେସରେ ଫସାଇ ପୋଲିସ ବାଡ଼େଇ ମାରିଦେଇଥିବାର ଆସିଛି ସଂଗୀନ ଅଭିଯୋଗ । ଅଭିଯୋଗ ହେଉଛି, ଦୁଇ ଦିନ ପୂର୍ବରୁ ମନୋରଂଜନକୁ ରାତି ଅଧରେ ଅଭୟଚାନ୍ଦପୁର ପୋଲିସ ଉଠାଇ ନେଇଥିଲା More

ପାଣି ମୁନ୍ଦେ ପାଇଁ ଡହଳ ବିକଳ ଉପାନ୍ତ ଅଞ୍ଚଳର ଜନଜାତି : ଗାଁକୁ ପହଞ୍ଚି ପାରିନି ବସୁଧା ଯୋଜନାରେ ଘରକୁ ଜଳ

ଗଜପତି ଜିଲ୍ଲା ରାୟଗଡ ବ୍ଲକରେ ସ୍ଥିତି କହିଲେ ନ ସରେ,୨ କିଲୋମିଟର ପାହାଡ଼ ଚଢ଼ି ଅଶଣୁଛନ୍ତି ଦୂଷିତ ଝରଣା ପାଣି, ବାରମ୍ବାର ଦାବି ଜଣାଇଲା ପରେ ବି ଅଧିକାରୀ ଶୁଣୁନଥିବା ଅଭିଯୋଗ More

ଏବେବି ସମଦୂରତା ଫର୍ମୁଲାରେ କାଏମ୍ କି ବିଜେଡି ? ଦିଲ୍ଲୀରେ ନବୀନଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା

ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ ବଢୁଛି କଳ୍ପନାଜଳ୍ପନା More

ଅଲୋଡ଼ା ହେଲେନି ଅନାଥ: ଆଦରି ନେବାକୁ ଆସିଲେ ଦୁଇ ରାଜକୁମାର

ନୂଆ ଆଶା, ନୂଆ ସମ୍ଭାବନା ସହ ସିନ୍ଥିରେ ସାତ ଜନ୍ମର ସାଥୀର ସନ୍ତକକୁ ନେଇ ଶ୍ୱଶୁର ଘର ଗଲେ ସଂକୁନ୍ତଳା ଓ ଚଞ୍ଚଳା More

ମର୍ମଦୁନ୍ତ ସଡ଼କ ଦୁର୍ଘଟଣା:୨ ମୃତ, ଜଣେ ଆହତ

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ୨ ଜଣଙ୍କ ଜୀବନ । ବାଲେଶ୍ୱର ବାଲିଆ ଅଞ୍ଚଳରେ ଘଟିଛି ଏହି ମର୍ମଦୁନ୍ତ ସଡ଼କ ଦୁର୍ଘଟଣା । More

ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ ପ୍ରତିବାଦରେ ଦେବଗଡ଼ ଜିଲ୍ଲା ବନ୍ଦ

ବିଜେପି କର୍ମୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ More

ଆଜିଠୁ ସକାଳ ୬ରୁ ୯ ସ୍କୁଲ

ଆଜିଠୁ ସକାଳ ୬ଟାରୁ ୯ ଟା ଯାଏଁ ଖୋଲିବ ସ୍କୁଲ । ପିଲାମାନେ ୬ଟାରେ ଆସିବେ ଓ ମଧ୍ୟାହ୍ନ ଭୋଜନ ସହିତ ୯ ଟାରେ ଛୁଟି ହେବ ଏଥର ଜୁନ ୬ରୁ ୧୬ ତାରିଖ ଯାଏ ଖରାଛୁଟି ହେବ ବୋଲି ରାଜ୍ୟ ସରକାର ଆଗରୁ ଘୋଷଣା କରିଛନ୍ତି । More

ମେ’ ୪ରେ ଘୂର୍ଣ୍ଣିବଳୟ, ୬ରେ ଲଘୁଚାପ !

ପାଣିପାଗ ବିଶେଷଜ୍ଞ ଶରତ ସାହୁ ଦେଇଥିବା ସୂଚନା ଅନୁସାରେ, ୪-୫ ତାରିଖ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ଏବଂ ୬ ତାରିଖ ବେଳକୁ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି । More

ବିଧାୟକଙ୍କ ଗିରଫ ନେଇ ସରକାରଙ୍କୁ ଲେଖାଶ୍ରୀଙ୍କ ଟାର୍ଗେଟ୍‌, କହିଲେ 'ଏହା ଗଣତନ୍ତ୍ରର ହତ୍ୟା'

ପ୍ରଥମେ ବିଧାୟକ ଏତଲା ଦେଇଥିଲେ, ପରେ ବିଡିଓ FIR ଦେଇଥିଲେ । ଅଥଚ ବିଧାୟକଙ୍କୁ ଗିରଫ କରାଗଲା, କିନ୍ତୁ ତିଳେଇବଣି ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି କାହିଁକି? ଏଭଳି ପ୍ରଶ୍ନ ଉଠାଇବା ସହ ସୁବାସଙ୍କ ଗିରଫଦାରିକୁ ବିଜେଡିର ସୁପରିକଳ୍ପିତ ଯୋଜନା ବୋଲି ଅଭିଯୋଗ କରିଛି ରାଜ୍ୟ ବିଜେପି । More

ଶ୍ରୀମନ୍ଦିର ଚାରିପାଖ ଅନୁଧ୍ୟାନ କଲା ASI, ହେଲେ ଉତ୍ତର ଦେବାକୁ କୁନ୍ଥୁ କୁନ୍ଥୁ

ଐତିହ୍ୟ କରିଡର୍ କାମ ସବୁ ନିୟମ ମୁତାବକ ହେଉଛି କି ? ବୋଲି ପ୍ରଶ୍ନରେ କେହି ଜଣେ ହେଲେ କିନ୍ତୁ ମୁହଁ ଖୋଲିନଥିଲେ । More

ଗିରଫ ହୋଇଥିବା ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଅସୁସ୍ଥ

ବିଡିଓଙ୍କୁ ମାଡ଼ ମାରିଥିବା ନେଇ ବିଧାୟକଙ୍କ ନାଁରେ ମାମଲା ରୁଜୁ ହୋଇଥିଲା।  More

ଚର୍ଚ୍ଚାର ଅନ୍ତ, ଇସ୍ତଫା ଦେଇଥିବା କଥା ସ୍ପଷ୍ଟ କଲେ ତାରା

କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ପଦରୁ ସେ ଇସ୍ତଫା ଦେଇଥିବା ନେଇ ସ୍ପଷ୍ଟ କରିଛନ୍ତି । More