• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୋଲିସ୍ ଅଧିକାରୀଙ୍କୁ ଆକ୍ରମଣ । ଗାତକୁ ଠେଲିଲେ, ଗୋଇଠା ମାରିଲେ । କୋରାପୁଟ ନନ୍ଦପୁର ହାଟକୁ ଯାଇଥିଲା ପୋଲିସ । ନନ୍ଦପୁର ଥାନା ଇନିସ୍‌ପେକ୍ଟର ପ୍ରଫୁଲ ଲାକ୍ରା ଓ ପୋଲିସ୍ ଟିମ୍ ନନ୍ଦପୁରକୁ ଯାଇଥିଲେ । ସ୍ଥାନୀୟ ଅଞ୍ଚଳରେ ଥିବା ଚିନା ମାଟି ଖଣିକୁ ଅନୁଧ୍ୟାନ କରିବାକୁ ପୁରା ପୋଲିସ୍ ଟିମ୍‌ ପହଞ୍ଚିଥିଲା ।

ହେଲେ ପୋଲିସ୍‌କୁ ଦେଖି ହଠାତ୍ ଉତ୍ୟକ୍ତ ହୋଇ ଉଠିଥିଲେ ଲୋକେ । ପୋଲିସ୍‌କୁ ସେଠାରୁ ଯିବାକୁ କହିବା ସହ ଇନିସ୍‌ପେକ୍ଟରଙ୍କୁ ଆକ୍ରମଣ କରିଥିଲେ । ଯୁକ୍ତିତର୍କ ଭିତରେ ପୋଲିସ୍ ଇନିସ୍‌ପେକ୍ଟରଙ୍କୁ ଗାତକୁ ଠେଲି ଦେଇଥିଲେ ଲୋକେ । ତାପରେ ଗୋଇଠା ବି ମାରିଥିଲେ । ଲୋକଙ୍କ ଭିତରୁ ବାହାରିବାକୁ ପୋଲିସ୍‌କୁ ନାକେଦମ ହେବାକୁ ପଡ଼ିଥିଲା । ଏହାପରେ ସେଠୁ ଯେନତେନ ପ୍ରକାରରେ ପୋଲିସ୍ ଟିମ୍ ବାହାରି ଆସିଥିଲା । ଘଟଣା ପରେ ୬୦ ଜଣଙ୍କ ନାଁରେ ମାମଲା ରୁଜୁ ହେବା ସହ ଦୁଇ ଜଣଙ୍କୁ ଅଟକ ରଖାଯାଇଛି ।