• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଘର କହିଲେ ଅନାଥ ଆଶ୍ରମ, ପରିବାର କହିଲେ ଆଶ୍ରମର ଅନ୍ତେବାସୀ । ବାପାମା’ଙ୍କୁ ପିଲାବେଳୁ ଦେଖି ନାହାନ୍ତି କି ଜାଣିନାହାନ୍ତି । ହେଲେ ସେମାନଙ୍କୁ ନେଇଯିବା ପାଇଁ ଧଳା ଘୋଡ଼ାରେ ପହଞ୍ଚିଛନ୍ତି ଦୁଇ ରାଜକୁମାର । ଏବେ ଅନାଥ ଆଶ୍ରମର ବନ୍ଧ ଡେଇଁ ପରିବାର ସଜାଇବାକୁ ଯାଉଛନ୍ତି କେନ୍ଦ୍ରାପଡା ଜିଲ୍ଲା କୋରୁଆ ପଲିଶ୍ରୀ କନ୍ୟା ଆଶ୍ରମର ଦୁଇ ଅନ୍ତେବାସୀ ସଂକୁନ୍ତଳା ଓ ଚଞ୍ଚଳା । ବିବାହ ବନ୍ଧନରେ ଆବଦ୍ଧ ହୋଇ ନିଜ ସ୍ୱପ୍ନକୁ ନୂଆ ରଙ୍ଗ ଦେବାକୁ ଯାଉଛନ୍ତି । ରୀତି ନୀତି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଦୁଇ ଅନ୍ତେବାସୀ । ଏହି ଆଦର୍ଶ ବିବାହକୁ ନେଇ ଏବେ କେନ୍ଦ୍ରାପଡ଼ା ଜିଲ୍ଲାରେ ଚର୍ଚ୍ଚା। ଶ୍ରମ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଉଭୟ କନ୍ୟାଙ୍କ ବିବାହ କରିଛନ୍ତି ।

କେନ୍ଦ୍ରାପଡା ଜିଲ୍ଲା କୋରୁଆ ପଲ୍ଲିଶ୍ରୀ କନ୍ୟାଶ୍ରମ ଆଗରେ ଏମିତି ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା । ବାଜା ରୋଷଣୀରେ ଦୁଲୁକିଲା କୋରୁଆ ଦାଣ୍ଡ । ବରଙ୍କୁ ଧୁମଧାମରେ ସ୍ୱାଗତ କରାଯାଇଥିଲା । ଅଆଉ ତା’ପରେ କନ୍ୟାଶ୍ରମର ଦୁଇ ଅନାଥ ଶକୁନ୍ତଳା ଓ ଚଞ୍ଚଳା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଉଭୟଙ୍କୁ ପାଣିଗ୍ରହଣ କରିଛନ୍ତି ପରକୁଳ ଗାଁର ଗୟାଧର ପଣ୍ଡା ଓ ଇନ୍ଦୁପୁର ଘାଗରା ଗାଁର ମନୋଜ ପଣ୍ଡା । ବିନା ଜାତି, ଜାତକ ଓ ଯୌତୁକରେ ହୋଇଛି ଏହି ବାହାଘର । ଦୁଇ ପରିବାରର ରୋଜଗାରକ୍ଷମ ଯୁବକ ସେମାନଙ୍କ ପରିବାରର ସମ୍ମତିକ୍ରମେ ରୀତିନୀତିରେ ଏହି ବିବାହ କରିଛନ୍ତି । ଏହି ବିବାହରେ କନ୍ୟାଶ୍ରମର ଅନ୍ତେବାସୀ ମନଖୋଲି ନାଚିଛନ୍ତି ।

ଏହି ଚର୍ଚ୍ଚିତ ବିବାହ ପଲିଶ୍ରୀ ମହିଳା ସମିତି କୋରୁଆ ଓ ପ୍ରଶାସନ ପଦକ୍ଷେପ ନେଇ ସମ୍ପାଦନ କରିଥିଲେ। କାମେଶ୍ୱର ମନ୍ଦିରରେ ବୈଦିକ ରୀତିନୀତି ଅନୁସାରେ ବିବାହକାର୍ଯ୍ୟ ସମ୍ପାଦନ କରାଯାଇଛି । ଏହି ବିବାହରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶୁଭଚିନ୍ତକ ଯୋଗଦେଇ ବର କନ୍ୟାକୁ ଆଶୀର୍ବାଦ ଦେଇଛନ୍ତି । ସେପଟେ ଦୀର୍ଘ ୨୦ ବର୍ଷ ଧରି ଦୁଇ ଅନାଥ କନ୍ୟାଙ୍କୁ ପାଳିଥିବା କନ୍ୟାଶ୍ରମର ପରିଚାଳକ ଏଥିରେ ବହୁତ ଖୁସିଥିବା କହିଛନ୍ତି । ନୂଆ ସଂସାର ଓ ସୁନେଲୀ ଭବିଷ୍ୟତ ଗଢ଼ିବା ପାଇଁ ଏହି ଦୁଇ ପରିବାର ଯେଉଁ ପଦକ୍ଷେପ ନେଇଛନ୍ତି ତାହା ସମାଜକୁ ଦେଇଛି ପରିବର୍ତ୍ତନର ବାର୍ତ୍ତା ।

କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁଙ୍କ ରିପୋର୍ଟ