Schools Reopens Today In Odisha
ଆଜିଠୁ ସକାଳ ୬ଟାରୁ ୯ ଟା ଯାଏଁ ଖୋଲିବ ସ୍କୁଲ । ପିଲାମାନେ ୬ଟାରେ ଆସିବେ ଓ ମଧ୍ୟାହ୍ନ ଭୋଜନ ସହିତ ୯ ଟାରେ ଛୁଟି ହେବ । ଏଥର ଜୁନ ୬ରୁ ୧୬ ତାରିଖ ଯାଏ ଖରାଛୁଟି ହେବ ବୋଲି ରାଜ୍ୟ ସରକାର ଆଗରୁ ଘୋଷଣା କରିଛନ୍ତି । କରୋନା ସମୟର ପାଠପଢ଼ା କ୍ଷତିର ଭରଣା ପାଇଁ ଖରା ଛୁଟି ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।
Advertisment
ସ୍କୁଲ ଓ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ସ୍ପଷ୍ଟ କରିଛନ୍ତି, ଏବେ ଗ୍ରୀଷ୍ମ ଛୁଟିର ଆବଶ୍ୟକତା ନାହିଁ କାରଣ ପିଲାଙ୍କ ପାଇଁ ଗ୍ରୀଷ୍ମ ପ୍ରବାହର ରିସ୍କ ନାହିଁ । ହେଲେ ମେ ମାସରେ ଅଧିକ ଖରା ହେବାର ଆଶଙ୍କା ଥିବାରୁ କେତେକ ଅଭିଭାବକ ଏଥିରେ ଅସନ୍ତୋଷ ପ୍ରକାଶ କରି ଜୁନ ବଦଳରେ ମେ ମାସରେ ଖରାଛୁଟି କରାଯାଉ ବୋଲି ମତ ଦେଇଥିଲେ ।
ତେବେ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ମେ ମାସରେ ତାପମାତ୍ରା ୩୫ ଡିଗ୍ରୀ ଟପିବନି । ତେଣୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)