Two persons lost their lives while another was critically injured in a road mishap
ବାଇକ୍ ଦୁର୍ଘଟଣାରେ ଚାଲିଗଲା ୨ ଜଣଙ୍କ ଜୀବନ । ବାଲେଶ୍ୱର ବାଲିଆ ଅଞ୍ଚଳରେ ଘଟିଛି ଏହି ମର୍ମଦୁନ୍ତ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି । ତେବେ ମୃତକଙ୍କ ନାଁ ପରେଶ ଏବଂ ଭାଲୁ ବୋଲି ଜଣାପଡ଼ିଛି ।
Advertisment
ସୂଚନା ଅନୁସାରେ, ଗତକାଲି ଗୋଟିଏ ବାଇକରେ ତିନି ଜଣ ରେମୁଣା ଗୋଲେଇ ଛକ ଦେଇ ଯାଉଥିବା ବେଳେ ଭୀମପୁରା ନିକଟରେ ଥିବା ଏକ ଡିଭାଇଡରରେ ପିଟି ହୋଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ।
ଗୁରୁତର ଅବସ୍ଥାରେ ତିନି ବାଇକ୍ ଆରୋହୀଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଦୁର୍ଭାଗ୍ୟକୁ ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିବାବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)