Advertisment

ଗିରଫ ହୋଇଥିବା ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଅସୁସ୍ଥ

ବିଡିଓଙ୍କୁ ମାଡ଼ ମାରିଥିବା ନେଇ ବିଧାୟକଙ୍କ ନାଁରେ ମାମଲା ରୁଜୁ ହୋଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
undefined

MLA subash Panigrahi

ଗିରଫ ହୋଇଥିବା ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଅସୁସ୍ଥ। ଭୁବନେଶ୍ୱରରୁ ଦେବଗଡ଼ ଆଣିବା ବାଟରେ ସେ ଅସୁସ୍ଥ ହୋଇପଡ଼ିଥିଲେ। କୋର୍ଟ ଚାଲାଣ ପାଇଁ ଦେବଗଡ଼ ଆଣିଲା ବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଅସୁସ୍ଥ ହେବାପରେ ବିଧାୟକଙ୍କୁ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବିଡିଓଙ୍କୁ ମାଡ଼ ମାରିଥିବା ନେଇ ବିଧାୟକଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। 

Advertisment

ଗତକାଲି ତିଲେଇବଣି ବିଡିଓଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ଦେବଗଡ଼ ପୋଲିସ୍। ଆଜି ବିଧାୟକଙ୍କୁ ଭୁବନେଶ୍ୱର କ୍ୱାର୍ଟର୍ସରୁ ଗିରଫ କରି ନିଆଯାଇଛି। ବିଧାୟକଙ୍କ ସମେତ ୨ ସହଯୋଗୀଙ୍କୁ ବି ଗିରଫ କରିଛି ପୋଲିସ୍।

ଗତକାଲି ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ବିଧାୟକ ମାଡ଼ ମାରିଥିବା ଏତଲା ଦିଆଯାଇଥିଲା। ବିଭିନ୍ନ ଯୋଜନାର କାର୍ଯ୍ୟକାରିତାକୁ ନେଇ ବିଡିଓଙ୍କୁ ଦେଖା ହେବାକୁ ଚାହୁଁଥିଲେ ବିଧାୟକ। ତେବେ ସେ ସ୍କୁଲ ପରିଦର୍ଶନରେ ଥିବାରୁ ଦେଖା ହୋଇପାରିନଥିଲେ। ଏହାକୁ ନେଇ ବିଧାୟକ ଉତ୍ତ୍ୟକ୍ତ ହୋଇ ତାଙ୍କୁ ପିଟିଥିବା ଅଭିଯୋଗ ଆସିଥିଲା। ସେପଟେ ବିଧାୟକ ବି ପାଲଟା ବିଡିଓଙ୍କ ବିରୋଧରେ ଦୁର୍ବବ୍ୟହାର ଅଭିଯୋଗ ଆଣି ଏତଲା ଦେଇଥିଲେ। 

Advertisment
MLA Attacked BDO MLA Arrested
Advertisment
Advertisment