ଅସହ୍ୟ ଖରାରୁ ମିଳିବ ମୁକ୍ତି : ଆଜିଠୁ ୪ ଦିନ କାଳବୈଶାଖୀ ବର୍ଷା

ଆଜିଠୁ ସାଧାରଣ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ । ସେହିପରି ୧୯ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ।

ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବା ସମ୍ଭାବନା

ଅସହ୍ୟ ଖରାରୁ ଆଜି ମିଳିପାରେ ଆଉ ଟିକେ ଆଶ୍ୱସ୍ତି । ଆଜିଠୁ ସାଧାରଣ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ । ଆଜିଠୁ ୪ ଦିନ ଧରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ହୋଇପାରେ କାଳବୈଶାଖୀ ବର୍ଷା ।

ଆଜି ୧୯ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ଗଂଜାମ ଓ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ସେହିପରି ପୁରୀ, ଖୋର୍ଦ୍ଧା,ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଏବଂ ମୟୂରଭଂଜ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି ।

ଗତକାଲି ଜ୍ୟରେ ଜାରି ରହିଥିଲା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଦିନ ସାଢେ ୨ଟା ସୁଦ୍ଧା ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଏଠାରେ ପାରଦ ୪୨.୨ ଡିଗ୍ରୀ ରହିଥିଲା । ଏହାସହ ୪୧.୬ ଡିଗ୍ରୀ ସହ ସମ୍ବଲପୁର ପଛକୁ ରହିଥିଲା ଝାରସୁଗୁଡା ।

ଗତକାଲି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା: