Advertisment

Khandagiri Yatra: ପେଣ୍ଡାଲରେ ପଡିବନି ଅଧିକ ସିଟ୍, କଟକଣା ଲଗାଇଲା କମିଶନରେଟ୍ ପୋଲିସ୍

ଖଣ୍ଡଗିରି ଯାତ୍ରା ପେଣ୍ଡାଲରେ ସିଟ୍ କଟକଣା ଲଗାଇଲା କମିଶନରେଟ୍ ପୋଲିସ୍। ଏଥର ଯାତ୍ରା ପେଣ୍ଡାଲରେ ୧୮ଶହ ସିଟ୍ ପକାଇବାକୁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି। କାରଣ ଗୋଟିଏ ଲାଇନରୁ ଆଉ ଗୋଟିଏ ଲାଇନ୍ ୩ ଫୁଟ୍ ଫାଙ୍କା ରହିବ।

author-image
Madhupriya Mistry
khandagiri

khandagiri Photograph: (OTV)

ଖଣ୍ଡଗିରି ଯାତ୍ରା ପେଣ୍ଡାଲରେ ସିଟ୍ କଟକଣା ଲଗାଇଲା କମିଶନରେଟ୍ ପୋଲିସ୍। ଏଥର ଯାତ୍ରା ପେଣ୍ଡାଲରେ ୧୮ଶହ ସିଟ୍ ପକାଇବାକୁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି। କାରଣ ଗୋଟିଏ ଲାଇନରୁ ଆଉ ଗୋଟିଏ ଲାଇନ୍ ୩ ଫୁଟ୍ ଫାଙ୍କା ରହିବ।

Advertisment

ତା’ ସହ ପେଣ୍ଡାଲ୍ ଭିତରକୁ ଚଉଡା ରାସ୍ତା ରହିବ। ତେଣୁ ସବୁ ଯାତ୍ରା କମିଟିଙ୍କୁ କମିଶନରେଟ୍ ପୋଲିସ୍ ପକ୍ଷରୁ ଦିଆଯାଇଛି କଡ଼ା ନିର୍ଦ୍ଦେଶ।  ତେବେ ଏହି ନିର୍ଦ୍ଦେଶକୁ ବିଭିନ୍ନ ଯାତ୍ରା ଆୟୋଜନ କମିଟି ମାନିନେଇଥିଲେ ବି ଅସନ୍ତୋଷ ପ୍ରକାଶ କରିଛନ୍ତି।

ଗତକାଲି ଖଣ୍ଡଗିରି ଥାନାରେ ପୋଲିସ ଏବଂ ୬ ଯାତ୍ରା ଆୟୋଜକ କମିଟିଙ୍କ ମଧ୍ୟରେ ବୈଠକ ବସିଥିଲା। ପୋଲିସ ଓ ସ୍ଥାନୀୟ ପ୍ରଶାସନକୁ ସମ୍ମାନ ଜଣାଇ ଦର୍ଶକଙ୍କ ଲାଗି ୧୮ଶହ ସିଟ ବିକ୍ରି ପାଇଁ କମିଟି ରାଜି ହୋଇଛି।

Advertisment

 ଟିକେଟ ଦର ଯାହା ଥିଲା ୩ଶହ ଏବଂ ଅଢେଇ ଶହ ଟଙ୍କା ଶେଷ ପର୍ଯ୍ୟନ୍ତ ରହିବ। ଟିକେଟ୍ ଦାମ ଆଉ ବଢିବ ନାହିଁ। ଫଳରେ ପ୍ରତି ଯାତ୍ରା ଆୟୋଜକ କମିଟି ରାତିକୁ ୨ଲକ୍ଷ ଟଙ୍କା କ୍ଷତି ସହିବୁ ବୋଲି କହିଛନ୍ତି ଯାତ୍ରା ଆୟୋଜନ କମିଟି।

Commissionerate Police Guidelines Commissionerate Police Jatra Khandagiri Khandagiri Mela
Advertisment
Related Articles
Advertisment