/odishatv-khabar/media/media_files/2026/01/27/khandagire-2026-01-27-17-18-20.jpg)
khandagire Photograph: (OTV)
ଆଜିଠୁ ଜମିବ ଖଣ୍ଡଗିରି ଯାତ୍ରା ମହାକୁମ୍ଭ। ୭ଟି ପେଣ୍ଡାଲ ୧୨ ଦିନ ଧରି ଚାଲିବ ଯାତ୍ରା ମହୋତ୍ସବ। ଖଣ୍ଡଗିରିରିରେ ନାଚିବେ ମୋଟ ୧୫ଟି ପାର୍ଟି। ଆଜି ଠାରୁ ପ୍ରଥମ ପର୍ଯ୍ୟାୟରେ ଯାତ୍ରା ମୈଦାନକୁ ଓହ୍ଲାଇବାକୁ ଯାଉଛନ୍ତି ୪ଟି ପାର୍ଟି।
ଇନ୍ଦିରା ସଂସ୍କୃତିକ ପରିଷଦର ‘ଯାତ୍ରା ରାଣୀ’ ସିଂହବାହିନୀର ‘ତୁ ମୋ ବଜରଙ୍ଗୀ’ ମଂଚସ୍ଥ ହେବ। ଯେଉଁଥିରେ ଅଭିନୟ କରୁଛନ୍ତି ଚର୍ଚ୍ଚିତ ଅଭିନେତା ପୀୟୂଷ ତ୍ରିପାଠୀ। ସେହିଭଳି ଘାଟିକିଆ ସନାତନରେ କୋଣାର୍କ ଗଣନାଟ୍ୟ ମଂଚସ୍ଥ କରିବ ନାଟକ ‘ତୁ ମୋ ଭାଗ୍ୟରେ ନାହୁଁ’।
ହରେକୃଷ୍ଣ ମହାତବ ମଞ୍ଚରେ ଅଶୋକ ସମ୍ରାଟ ଅପେରା ପକ୍ଷରୁ ପବିବେଷଣ କରାଯିବ ନାଟକ ଅଧା ରହିଗଲା ଆମ କାହାଣୀ। ଏବଂ ଅନନ୍ତକେଶରୀେ ଦେବ ପେଣ୍ଡାଲରେ ନାଚିବ ଧଉଳି ଗଣନାଟ୍ୟ। ଧଉଳି ପକ୍ଷରୁ ମଞ୍ଚସ୍ଥ ହେବ ନାଟକ ଚଣ୍ଡାଶୋକ।
ପ୍ରତିବର୍ଷ ଭରି ଖଣ୍ଡଗିରି ଯାତ୍ରା ମହାକୁମ୍ଭକୁ ଯିବାକୁ ଦର୍ଶକଙ୍କ ଭିତେର ପ୍ରବଳ ଉତ୍କଣ୍ଠା ପ୍ରକାଶ ପାଇଛି। ଏଥିପାଇଁ ସକାଳୁ ଟିକେଟ୍ କାଉଣ୍ଟର ଆଗରେ ଭିଡ଼ ଜମିଥିବା ଦେଖିବାକୁ ମିଳିଛି।
Bengaluru Horror: ବିୟର ପିଆରୁ କଥା କଟାକଟି, ସିଗାରେଟ୍ ପାଇଁ ଗାଡ଼ି ଚଢ଼ାଇ ମାରିଦେଲା

Disha Patani Dating Rumours Spark: ସେବେଠାରୁ ଲୁଚେଇ ରଖିଥିଲେ, ହଠାତ ସାମ୍ନାକୁ ଆସିଗଲା ପ୍ରେମିକଙ୍କ ମୁହଁ

India Smartphone Brand: ଆଉ ଚଳିବନି ବିଦେଶୀ ଫୋନ୍, ଭାରତ ଆଣୁଛି ବିଶ୍ବସ୍ତରୀୟ ସ୍ମାର୍ଟଫୋନ୍

Heartbreaking Scene: ବରଫ ତଳେ ପୋତି ହୋଇ ଦୁଇ ଯୁବକଙ୍କ ମୃତ୍ୟୁ, ଚାରି ଦିନ ଧରି ସେମାନଙ୍କୁ ଜଗିଲା କୁକୁର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)