Advertisment

Khandagiri Yatra 2026 Begins Today: ଆଜିଠୁ ଖଣ୍ଡଗିରି ଯାତ୍ରା ମହାକୁମ୍ଭ, ପ୍ରଥମ ଦିନରୁ ପୀୟୂଷ ତ୍ରିପାଠୀ ବନାମ ଦୈତାରୀ ପଣ୍ଡା

କଳାକାର ଓ ଦର୍ଶକଙ୍କର ହେବ ମହାମିଳନ। ଆଜି ପ୍ରଥମ ରଜନୀରେ ସିଂହବାହିନୀ, କୋଣାର୍କ ଏବଂ ଅଶୋକ ସମ୍ରାଟ ମଞ୍ଚସ୍ଥ କରିବେ ନିଜ ନିଜର ହିଟ୍ ନାଟକ । ପ୍ରଥମ ଦିନରେ ହିଁ ଯାତ୍ରା ବ୍ୟାଡବୟ ପୀୟୂଷ ତ୍ରିପାଠୀ, ଯାତ୍ରା ଟାଇଗର ଦୈତାରୀ ପଣ୍ଡାଙ୍କ ମଧ୍ୟରେ ହେବ କଡାଟକ୍କର।

author-image
Tapan Swain
KHANDAGIRI_JATRA

KHANDAGIRI_JATRA Photograph: (OTV)

ଦୁଲୁକିବ ଖଣ୍ଡଗିରି । ସଂଳାପ ଭାଙ୍ଗିବ ରାତିର ନିରବତା । ଆଜିଠୁ ଆରମ୍ଭ ହେଉଛି ଖଣ୍ଡଗିରି ଯାତ୍ରା ମହାକୁମ୍ଭ । ଜଲୱା ଦେଖାଇବେ ନାମୀଦାମୀ ଅପେରା ପାର୍ଟି । ଆସନ୍ତା ୭ତାରିଖ ପର୍ଯ୍ୟନ୍ତ ପ୍ରାୟ ୧୫ଟି ଯାତ୍ରାପାର୍ଟିଙ୍କ ମଧ୍ୟରେ ହେବ ମହାଲଢେଇ ।

Advertisment

କଳାକାର ଓ ଦର୍ଶକଙ୍କର ହେବ ମହାମିଳନ। ଆଜି ପ୍ରଥମ ରଜନୀରେ ସିଂହବାହିନୀ, କୋଣାର୍କ ଏବଂ ଅଶୋକ ସମ୍ରାଟ ମଞ୍ଚସ୍ଥ କରିବେ ନିଜ ନିଜର ହିଟ୍ ନାଟକ । ପ୍ରଥମ ଦିନରେ ହିଁ ଯାତ୍ରା ବ୍ୟାଡବୟ ପୀୟୂଷ ତ୍ରିପାଠୀ, ଯାତ୍ରା ଟାଇଗର ଦୈତାରୀ ପଣ୍ଡାଙ୍କ ମଧ୍ୟରେ ହେବ କଡାଟକ୍କର। ଏଥିପାଇଁ ଆଜି ସକାଳୁ ସକାଳୁ ଟିକେଟ ବିକ୍ରି ଆରମ୍ଭ ହେବ।

ସେପଟେ ପ୍ରତି କମିଟିକୁ ୨୫ଶହ ସିଟ ପାଇଁ ଅନୁମତି ମିଳିଛି।। ଆଇଟମ ଗାର୍ଲ୍ ଙ୍କୁ ଖଣ୍ଡଗିରି ମନା ହୋଇଥିବାବେଳେ ୧୪ଟି ନିୟମ ଜାରି କରିଛି କମିଶନରେଟ୍ ପୋଲିସ । ଏସବୁ ଭିତରେ ଅଭିନୟ ଦେଖିବାକୁ ଯାତ୍ରାପ୍ରେମୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । 

Advertisment

ଜଲୱା ଦେଖାଇବେ ନାମୀଦାମୀ ଅପେରା ପାର୍ଟି

ପ୍ରାୟ ୧୫ଟି ଯାତ୍ରାପାର୍ଟିଙ୍କ ମଧ୍ୟରେ ହେବ ମହାଲଢେଇ
କଳାକାର ଓ ଦର୍ଶକଙ୍କର ହେବ ମହାମିଳନ
ପ୍ରଥମ ରଜନୀରେ ସିଂହବାହିନୀ, କୋଣାର୍କ ମଞ୍ଚସ୍ଥ କରିବେ ହିଟ୍ ନାଟକ
ଅଶୋକ ସମ୍ରାଟ ମଧ୍ୟ ମଞ୍ଚସ୍ଥ କରିବ ନାଟକ

ପ୍ରତି କମିଟିକୁ ୨୫ଶହ ସିଟ୍ ପାଇଁ ଅନୁମତି
ଆଇଟମ ଗର୍ଲ୍ ଙ୍କୁ ଖଣ୍ଡଗିରି ମନା
୧୪ ନିୟମ ଜାରି କରିଛି କମିଶନରେଟ୍ ପୋଲିସ

Khandagiri Mela Jatra
Advertisment
Related Articles
Advertisment