Advertisment

Zero Tolerance on Obscenity: ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳତା ପ୍ରଦର୍ଶନକୁ ନା, ରଦ୍ଦ କରାଯିବ ଯାତ୍ରା ପରିବେଷଣ ଅନୁମତି

ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳତା ପ୍ରଦର୍ଶନ ହେଲେ ରଦ୍ଦ ହେବ ଯାତ୍ରା କମିଟିର ପରିବେଷଣ ଅନୁମତି ବା ଏନଓସି। ଐତିହ୍ୟ, ପରମ୍ପରା ଓ ସଂସ୍କୃତିକୁ ଆଧାର କରି ଯାତ୍ରା କରିବା ପାଇଁ  ବିଏମସି ଏସଓପି ଆଣିଛି।

author-image
Tapan Swain
yatra

yatra Photograph: (OTV)

ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳତା ପ୍ରଦର୍ଶନ ହେଲେ ରଦ୍ଦ ହେବ ଯାତ୍ରା କମିଟିର ପରିବେଷଣ ଅନୁମତି ବା ଏନଓସି। ଐତିହ୍ୟ, ପରମ୍ପରା ଓ ସଂସ୍କୃତିକୁ ଆଧାର କରି ଯାତ୍ରା କରିବା ପାଇଁ  ବିଏମସି ଏସଓପି ଆଣିଛି। ସେହି ଆଧାରରେ ଏନଓସି ଦେଉଛି ଭୁବନେଶ୍ବର ମହାନଗର ନିଗମ। ନିୟମ ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଆଜି ଦକ୍ଷିଣ ପୂର୍ବ ଜୋନ୍ କାର୍ଯ୍ୟାଳୟରେ ସବୁ ଯାତ୍ରା କମିଟି ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।

Advertisment

ଅଶ୍ଳୀଳତା, ପାର୍କିଂ, ସଫେଇ, ବ୍ୟାରିକେଡ୍, ପରିମଳ ପାଇଁ ଜାରି ହୋଇଛି ନିର୍ଦ୍ଦେଶନାମା। ମେଳାରେ ବେଆଇନ ଗାଡି ପାର୍କିଂ କଲେ ୧୨ଶହ ଟଙ୍କା ଫାଇନ ଗଣିବେ। ଏଥର ୭ଟି ପେଣ୍ଡାଲରେ ଯାତ୍ରା ପରିବେଷଣ କରିବେ ୧୫ଟି ପାର୍ଟି।  ଯାତ୍ରା ପରିବେଷଣ ଉପରେ ନଜର ରଖିବ ବିଏମ୍ସିର ସ୍ବତନ୍ତ୍ର ସ୍କ୍ବାଡ୍।

ଗଣମାଧ୍ୟମ ରିପୋର୍ଟ ଆଧାରରେ ବି ଆକ୍ସନ ହୋଇପାରେ। ଯାତ୍ରା ପାଣ୍ଡଲରେ ଦର୍ଶକଙ୍କ ପାଇଁ ଚେୟାର ଛାଡି ଛାଡି ପକେଇବେ। ସବୁ ଭଲ୍ୟୁଣ୍ଟିୟରଙ୍କ ପାଇଁ ଆଇ କାର୍ଡ  ବାଧ୍ୟତାମୂଳକ।

Advertisment

ସେପଟେ ଆଜିଠୁ ଆରମ୍ଭ ହୋଇଛି ଖଣ୍ଡଗିରି ମେଳା ପାଇଁ ଷ୍ଟଲ୍ ଆଲଟମେଣ୍ଟ। ୨୫ ତାରିଖରୁ ୭ ତାରିଖ ଯାଏ ଦୋକାନ ବସିବ। କମିଟି ପକ୍ଷରୁ ସର୍ବାଧିକ ୫୦ଟି ଦୋକାନ ପକାଯାଇ ପାରିବ। ସେହି ସମସ୍ତ ଦୋକାନରୁ ବିଏମସି ଲାଇସେନ୍ସ ଫି ଆଦାୟ କରିବ।


ଅଶ୍ଳୀଳତା କଲେ ରଦ୍ଦ ହେବ ଯାତ୍ରା କମିଟିର NOC


SOP ଆଧାରରେ ଯାତ୍ରା ପାଇଁ NOC ଦେଉଛି BMC
ନିୟମ ନମାନିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ 
ସବୁ ଯାତ୍ରା ପାର୍ଟି କମିଟି ସହ BMCର ଆଲୋଚନା 
ଅଶ୍ଳୀଳତା, ପାର୍କିଂ, ସଫେଇ, ବ୍ୟାରିକେଡ୍, ପରିମଳ ନିର୍ଦ୍ଦେଶନାମା
ମେଳାରେ ବେଆଇନ ପାର୍କିଂ କଲେ ୧୨ଶହ ଟଙ୍କା ଫାଇନ 
ଯାତ୍ରା ପରିବେଷଣ ଉପରେ ନଜର ରଖିବ BMC ସ୍ବତନ୍ତ୍ର ସ୍କ୍ବାଡ୍ ... 

Khandagiri Mela
Advertisment
Related Articles
Advertisment