• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ବିଚିତ୍ର ମଣିଷ

  • ନିଜେ ଭାଇରାଲ କଲା ନିଜର ମୃତ ଫଟୋ

  • ବଞ୍ଚିଥିବା ବେଳେ ରଚିଥିଲା ମୃତ୍ୟୁର ଷଡଯନ୍ତ୍ର

ନିଜେ ବଂଚିଛନ୍ତି, ଭଲ ଅଛନ୍ତି..ସୁସ୍ଥ ବି ଅଛନ୍ତି । ହେଲେ ନିଜେ ନିଜର ମୃତ୍ୟୁର ରଚିଥିଲେ ନାଟକ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୂରା ସତ । ତେବେ ବଞ୍ଚିଥିବା ପରେ ବି କାହିଁକି ମୃତ୍ୟୁର ଷଡଯନ୍ତ୍ର ରଚିଥିଲେ ସେନେଇ ଚର୍ଚ୍ଚା ଚାଲିଛି । ଖାଲି ଚର୍ଚ୍ଚା ଚାଲିଛି ତାହା ନୁହେଁ ବରଂ ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା ବି କରୁଛି ।

ଗଜପତି ଅଡବା ଥାନା ବାରିଆପଦା ଗାଁର ଶରତ ପରିଚ୍ଛା । ଗତ ୬ ତାରିଖରେ ଘରକୁ କରିଥିଲେ ଫୋନ୍‌ କଲ୍‌ । କହିଥିଲେ, ତାଙ୍କୁ କେହି ଦୁର୍ବୃତ୍ତ ମାଡ ମାରିଛନ୍ତି । ଖାଲି ମାଡ ଖାଇଛନ୍ତି ତାହା ନୁହେଁ ବରଂ ସେ ଗୁରୁତର ଆହତ ବି ହୋଇଛନ୍ତି । ଗୁରୁତର ଆହତ ହେବାର କିଛି ଫଟୋ ନିଜ ପରିବାର ଲୋକଙ୍କୁ ପଠାଇଥିଲେ ସଂପୃକ୍ତ ଦାଦନ ଜଣକ।

ଶରତଙ୍କୁ ଏପରି ଅବସ୍ଥାରେ ଦେଖିବା ପରେ ପରିବାର ଲୋକ ଥାନାର ଦ୍ୱାରସ୍ଥ ହୋଇଥିଲେ । ଘଟଣାକୁ ଗୁରୁତର ସହ ନେଇଥିଲା ପୋଲିସ୍‌ । କେମିତି ଓ କେଉଁ ଅବସ୍ଥାରେ ଅଛନ୍ତି ସେନେଇ ଆରମ୍ଭ କରିଥିଲା ତଦନ୍ତ । ପ୍ରଥମେ ଶରତଙ୍କ ମୋବାଇଲକୁ ଟ୍ରାକ୍‌ କରିବା ପରେ ଜଣାପଡିଥିଲା କି, ଶରତ ତାମିଲନାଡୁରେ ନୁହେଁ ବରଂ ମୁମ୍ବାଇରେ ଅଛନ୍ତି । ଆଉ ମୁମ୍ବାଇରେ ପହଞ୍ଚିବା ପରେ ଶରତଙ୍କୁ ଉଦ୍ଧାର କରିବା ସହିତ ସେ କାହିଁକି ଏମିତି ମିଛ ଫଟୋ ଘରକୁ ପଠାଇଥିଲେ ସେନେଇ ପଚରାଉଚରା କରୁଛି ପୋଲିସ୍‌ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଭିନ୍ନ ପ୍ରକାର ଅନୈତିକ କାର୍ଯ୍ୟକଳାପରେ ସଂପୃକ୍ତ ରହିବା ସହିତ ନିଜ ପତ୍ନୀଙ୍କଠାରୁ ଅଲଗା ରହିବା ପାଇଁ ଜୀବିତ ଥାଇ ବି ମୃତ୍ୟୁର ନାଟକ ନିଜେ ରଚିଥିଲେ ଶରତ । ତେବେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବା ପରେ ଏବେ ପରିବାରଠୁ ଆରମ୍ଭ କରି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଆଉ ସମସ୍ତେ ଜାଣିବାକୁ ଚାହୁଁଛନ୍ତି ବଂଚି ଥାଉଥାଉ କେମିତି ମୃତ୍ୟୁର ନାଟକ ରଚିଥିଲେ ଶରତ ।

(ରିପୋର୍ଟ-ମିହିର ଜତି, ମୋହନା)