/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748503647.jpg)
Home Guard Aspirants Dies
ହୋମଗାର୍ଡ ଚାକିରି ପାଇଁ ଫିଜିକାଲ ଟେଷ୍ଟ (ଶାରୀରିକ ପରୀକ୍ଷା) ଚାଲିଥିବା ବେଳେ ବଡ଼ ଅଘଟଣ । ଦୌଡୁଥିବା ସମୟରେ ସେଇଠି ଟଳିପଡିଲେ ପରୀକ୍ଷାର୍ଥୀ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଫିଜିକାଲ ଟେଷ୍ଟ ବେଳେ ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ୭ ଜଣ ଗୁରୁତର ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତକ ହେଲେ ରାମଗିରି ଥାନା ଅନ୍ତର୍ଗତ ପରିସଲ ଗାଁର ସୁଲନ୍ତ ମିଶାଲ ।
ହୋମଗାର୍ଡ ଚାକିରି ପାଇଁ ଆଜି ସକାଳୁ ପାରଳାଖେମୁଣ୍ଡିରେ ଶାରିରୀକ ପରୀକ୍ଷା ବା ଫିଜିକାଲ ଟେଷ୍ଟ ଚାଲିଥିଲା । ରାଣିପେଣ୍ଠଠାରୁ ପଦ୍ମପୁର ଦୁଇ କିମି ରାସ୍ତାରେ ସକାଳୁ ଦୌଡ ପରୀକ୍ଷା ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଛି । କିଛି ପରୀକ୍ଷାର୍ଥୀ ଦୌଡିବା ସମୟରେ ହଠାତ୍ ତଳେ ପଡ଼ିଯିବା ପରେ ଗୁରୁତର ହୋଇପଡିଥିଲେ । ସମସ୍ତଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠି ସୁଲନ୍ତ ମିଶାଲଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ୭ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।
ଗଜପତିରେ ହୋମ ଗାର୍ଡ ପଦବୀରେ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ଚାଲିଥିବା ସମୟରେ ସୁଲନ୍ତ ମିଶାଲଙ୍କ ଦେହାନ୍ତ ହୋଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା…
— CMO Odisha (@CMO_Odisha) May 29, 2025
ଅଧିକ ପଢନ୍ତୁ : ୪ ଟନ୍ ବିସ୍ଫୋରକ ଲୁଟିଛନ୍ତି କି ଲାଲବାହିନୀ ?
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତ ପରୀକ୍ଷାର୍ଥୀଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।
ତେବେ ଏହା କେବଳ ଗୋଟିଏ ଘଟଣା ନୁହେଁ, କିଛି ଦିନ ତଳେ ଏମିତି ଫିଜିକାଲ ଟେଷ୍ଟ ବେଳେ ଦୁଇ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଥିଲା । ଗତ ମାର୍ଚ୍ଚ ୪ ତାରିଖରେ ଫରେଷ୍ଟ ଗାର୍ଡ, ଫରେଷ୍ଟର ଏବଂ ପ୍ରାଣୀଧନ ନୀରିକ୍ଷକ ପଦବୀ ପାଇଁ ଶାରୀରିକ ପରୀକ୍ଷା ଚାଲିଥିଲା । ଦୌଡୁଥିବା ବେଳେ ସୁନ୍ଦରଗଡ଼ ଓ କେନ୍ଦୁଝରରେ ଦୁଇ ଜଣଙ୍କ ସମାନ ଭାବରେ ମୃତ୍ୟୁ ଘଟିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)