Advertisment

Husband Murdered Wife: ସ୍ତ୍ରୀ ବେକ କାଟି ରକ୍ତରେ ହୋଲି ଖେଳିଲା ସ୍ୱାମୀ, ମାରିବା ଆଗରୁ ଭିଡିଓ କଲା

ସେପଟେ ଯୁବକଙ୍କ ବାପା ବି ପୁଅକୁ ହରାଇ ଭଙ୍ଗିପଡ଼ିଛନ୍ତି, କହିଛନ୍ତି ବାହା ହେବା ପରଠାରୁ ସେ ଶାଶୂ ଘରେ ରହୁଥିଲା। ତେଣୁ ତାଙ୍କ କଳି ବିଷୟରେ ଆମେ ଜାଣିନଥିଲୁ। ତେଣୁ ଯାହା ବି ଘଟିଛି ସେଥି ପାଇଁ ଶଶୁର ଘର ଲୋକେ ଦାୟୀ । ଏହି ଘଟଣାରେ ସେରଙ୍ଗ ଥାନା ପୋଲିସ୍ ଦୁଇଟି ମାମଲା ରୁଜୁ କରି ସାଇନ୍ତିଫିକ ଟିମ ସାହାଯ୍ୟରେ ତଦନ୍ତ କରୁଛନ୍ତି ।

author-image
Prasan Subudhi
ପତ୍ନୀକୁ ମାରି ଭିଡିଓ କଲା

ପତ୍ନୀକୁ ମାରି ଭିଡିଓ କଲା

ପରପୁରଷକୁ ସହିତ କଥା ହେଲା ମୁଁ ତାକୁ ମାରିଦେଲି। ସ୍ତ୍ରୀ ବେକ କାଟି ରକ୍ତରେ ହୋଲି ଖେଳିଲା ସ୍ୱାମୀ। ମାରିବା ଆଗରୁ ଭିଡ଼ିଓ କଲା, ସବୁ ସତ ଖୋଲି କହିଲା ।

Advertisment

ଭଲ ପାଇ ବିବାହ ପରେ ପରକୀୟା ପ୍ରୀତି, ତାପରେ ସନ୍ଦେହରୁ ହତ୍ୟା। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଗଜପତି ଜିଲ୍ଲା ଗାଇବା ଗ୍ରାମରେ। ଗାଁର ଜଣେ ଯୁବତୀକୁ ନୂଆଗଡ ବ୍ଲକ କେରେଡାଙ୍ଗ ଗାଁର ଜଣେ ଯୁବକ ପ୍ରେମ ବିବାହ କରିଥଲେ। ସେହିଦିନ ଠାରୁ ଯୁବକ ଜଣକ ଶାଶୁ ଘରେ ରହୁଥିଲେ ଓ ହାଇଦ୍ରାବାଦରେ ଶ୍ରମିକ ଭାବେ କାମ କରୁଥିଲା। ଗତ ପ୍ରାୟ ୫ଦିନ ତଳେ ସେ ଶାଶୁଘରକୁ ଆସିଥିଲେ। ସେହିସମୟରେ ସ୍ତ୍ରୀ ଆଉ କାହା ସହ ସମ୍ପର୍କ ଥିବା ନେଇ ସେ ସନ୍ଦେହ କରିଥିଲା। ଏ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା। ତେଣୁ ପତ୍ନୀକୁ ମର୍ଡର କରି ନିଜେ ଜୀବନ ହାରିବାକୁ ପ୍ଲାନ କରିଥିଲା ଯୁବକ ଜଣକ। ଆଉ ଏହା ପୂର୍ବରୁ ଗୋଟିଏ ଭିଡ଼ିଓ କରିଥିଲା ।

ସୋମବାର ଶାଶୂଘରେ ପ୍ଲାନ ମୁତାବକ ଭୋର ସମୟରେ ସ୍ତ୍ରୀର ଗଳା କାଟି ହତ୍ୟା କରି ଥିଲା ସ୍ୱାମୀ। ସକାଳୁ ସକାଳୁ ମହିଳାଙ୍କ ମାଆ ଝିଅର ରକ୍ତ ଜୁଡୁବୁଡ଼ୁ ଶରୀର ଦେଖି ପୋଲିସକୁ ସୂଚନା ଦେଇଥିଲେ। ହେଲେ ମର୍ଡର କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ସ୍ୱାମୀ। ଆଉ ଗାଁ ନିକଟସ୍ଥ ଜଙ୍ଗଲରେ ଜୀବନ ହାରି ଦେଇଥିଲା।

Advertisment

ସେପଟେ ଯୁବକଙ୍କ ବାପା ବି ପୁଅକୁ ହରାଇ ଭଙ୍ଗିପଡ଼ିଛନ୍ତି, କହିଛନ୍ତି ବାହା ହେବା ପରଠାରୁ ସେ ଶାଶୂ ଘରେ ରହୁଥିଲା। ତେଣୁ ତାଙ୍କ କଳି ବିଷୟରେ ଆମେ ଜାଣିନଥିଲୁ। ତେଣୁ ଯାହା ବି ଘଟିଛି ସେଥି ପାଇଁ ଶଶୁର ଘର ଲୋକେ ଦାୟୀ । ଏହି ଘଟଣାରେ ସେରଙ୍ଗ ଥାନା ପୋଲିସ୍ ଦୁଇଟି ମାମଲା ରୁଜୁ କରି ସାଇନ୍ତିଫିକ ଟିମ ସାହାଯ୍ୟରେ ତଦନ୍ତ କରୁଛନ୍ତି ।

ପରକୀୟା ପ୍ରୀତି ପାଇଁ ଖିନଭିନ ହୋଇ ଉଜୁଡ଼ି ଯାଇଛି ପରିବାର। ପୁଲିସ୍ ଏବେ ତଦନ୍ତ କରି କଣ ପଦକ୍ଷେପ ଗ୍ରହଣ କରୁଛି, ତାହା ଦେଖିବାର କଥା।

(ଗଜପତିରୁ ଆଦର୍ଶ ଦାସଙ୍କ ରିପୋର୍ଟ) 

Video Goes Viral Confession Husband Murder Wife
Advertisment
Advertisment