/odishatv-khabar/media/media_files/2025/12/01/another-humane-sagar-2025-12-01-13-52-49.jpg)
Another Humane Sagar Photograph: (OTV)
କଷ୍ଟଦାୟକ ଜୀବନ ଭିତରେ ଇଏ ବଞ୍ଚିବାର ରାହା । ଗୀତ ପାଇଁ ସଂଗ୍ରାମ… ଗୀତ ପାଇଁ ଏ ଜୀବନ । ପିଲାଟି ଦିନରୁ ଗୋଡ ଦୁଇଟି ଅଚଳ ହୋଇଯାଇଛି l ଚାଲିବାକୁ ଶକ୍ତି ନାହିଁ । ନିଜର ନିତ୍ୟକର୍ମ ଠାରୁ ଆରମ୍ଭ କରି ସବୁ କାମରେ ଅନ୍ୟ ଉପରେ ନିର୍ଭର କରନ୍ତି ଅଜିତ l ପିଲାଟି ଦିନରୁ ତାଙ୍କର ସଙ୍ଗୀତ ପ୍ରତି ପ୍ରବଳ ଆଗ୍ରହ ରହିଛି l ନିଜ ଅଞ୍ଚଳର ପୂଜାପାର୍ବଣରେ ଷ୍ଟେଜ ସୋ’ରେ ଗୀତ ଗାଇ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାନ୍ତି l ଆଉ ସଂଗୀତ ପ୍ରତି ତାଙ୍କର ଭଲପାଇବା ଆଜି ତାଙ୍କୁ ଏକ ସୁଯୋଗ ପାଇଁ ଅପେକ୍ଷା କରାଇଛି ।
ନବମରୁ ପାଠରେ ଡୋରି
ଗଜପତି ଜିଲ୍ଲା ମୋହନା ବ୍ଲକ ତୁଆବାଡ଼ି ଗାଁରେ ଅଜିତଙ୍କ ଘର l ବାପା ମାଆ ଅତ୍ୟନ୍ତ ଗରିବ । ଘରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ ୯ମ ଶ୍ରେଣୀରୁ ପାଠ ଛାଡ଼ିବାକୁ ପଡ଼ିଛି । ପ୍ରୋଗାମ ପାଇଁ ଲୋକେ ତାଙ୍କୁ ବାଇକରେ ନେଇ ପୁଣି ଘରେ ଆଣି ଛାଡ଼ିଦିଅନ୍ତି l ଶାରୀରିକ ଭାବେ ଅଜିତ୍ ଦୁର୍ବଳ ହୋଇପାରନ୍ତି କିନ୍ତୁ ମନରେ ସଙ୍ଗୀତ ପ୍ରତି ପ୍ରବଳ ଇଚ୍ଛାଶକ୍ତି ରହିଛି l ଏକ କାର୍ଯ୍ୟକ୍ରମରେ ଅଜିତଙ୍କ ଗୀତ ଶୁଣି ତୁମୁଡ଼ିବନ୍ଧରେ ଥିବା ଜିୟୋନ ଷ୍ଟୁଡିଓର ନିର୍ଦ୍ଦେଶକ ତାଙ୍କୁ ଗୀତ ଗାଇବାକୁ ସୁଯୋଗ ଦେଇଛନ୍ତି l
ଅଜିତଙ୍କ ସଂଗୀତ କଳା ପାଇଁ ତାଙ୍କ ବାପାଙ୍କ ସମେତ ଗ୍ରାମବାସୀ ବେଶ୍ ଗର୍ବିତ ଅନୁଭବ କରିଛନ୍ତି l ହ୍ୟୁମାନ ସାଗରଙ୍କ ଜଣେ ବଡ଼ ଫ୍ୟାନ୍ ଅଜିତ୍ l ହ୍ୟୁମାନଙ୍କ ଭଳି ସେ ବି ଜଣେ ସିଙ୍ଗର ହେବାକୁ ଆଶା ରଖିଛନ୍ତି l
Odisha Citizens Award 2025: ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୫ର ମନୋରଞ୍ଜନ କ୍ଷେତ୍ରରେ ବିଜେତା ହେଲେ ଚିତ୍ତ ରଂଜନ ତ୍ରିପାଠୀ

Tragedy at KIIT: କିଟ୍ ବିଶ୍ବବିଦ୍ୟାଳୟର ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର, ତାଙ୍କ ଘର ଛତିଶଗଡ଼ରେ

Disaster Strikes: ବୁଡିଗଲା ଗାଁ, ବୁଡି ଗଲା ଘର; ମିଳିଲାନି ସରକାରୀ ସହାୟତା

WhatsApp Policy Change: ମୋବାଇଲ୍ରେ ସିମ୍ ନଥିଲେ ଚାଲିବନି WhatsApp, ଜାଣି ନିଅନ୍ତୁ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)