• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଫରେଷ୍ଟର ସଞ୍ଜୟ ନାଏକଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ବାରମ୍ବାର ପିସି ପାଇଁ ରାୟଗଡ଼ା ବନଖଣ୍ଡ ଅଧିକାରୀଙ୍କ ଚାପ ପକାଇବାରୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଗୁରୁତର ଅଭିଯୋଗ ଆଣିଛନ୍ତି ମୃତ ସଞ୍ଜୟଙ୍କ ପତ୍ନୀ । ଏନେଇ ପରିବାର ପକ୍ଷରୁ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।

ମୃତକଙ୍କ ଭାଇ ରବି ନାରାୟଣ ସଂଜୟଙ୍କ ସୁଇସାଇଡ୍ ନୋଟ୍ ପଢିଥିଲେ । ତାଙ୍କ ଅଭିଯୋଗ ଅନୁସାରେ ସଂଜୟ ବିଗତ ୪ ବର୍ଷରୁ ଜାରି ରିସର୍ଚ୍ଚ ସେଣ୍ଟରରେ କାମ କରୁଥିଲେ । ତାଙ୍କୁ ଡିଏଫ୍‌ଓ ବାରମ୍ବାର ପିସି ପାଇଁ ଚାପ ପକାଇ ଆସୁଥିଲେ । ଗତ ବର୍ଷ ୭ ଲକ୍ଷ ପିସି ମାଗିଥିଲେ । ଚଳିତ ବର୍ଷ ସଂଜୟ ତାଙ୍କୁ ଅଢେଇ ଲକ୍ଷ ଦେଇଥିବା ବେଳେ ତାଙ୍କ ଘର ପାଇଁ ଏୟାର କଣ୍ଡିସନ୍ କିଣିବାକୁ କହିଥିଲେ । ବୋରୱେଲ୍ ଖନନ କରାଇଥିଲେ । ଏକ ମନ୍ଦିର ପାଇଁ ୪୦ ହଜାର ଡୋନେସନ୍ କରାଇଥିଲେ । ବାରମ୍ବାର ଚାକିରିରୁ କାଢି ଦେବାକୁ ଧମକ ଦେଇ ପିସି ଦାବି କରୁଥିବା ସଂପର୍କରେ ଜବତ ସୁଇସାଇଡାଲ୍ ନୋଟ୍‌ରେ ଉଲ୍ଲେଖ ଥିବା ରବି ଅଭିଯୋଗ କରିଛନ୍ତି ।

ଅପରପକ୍ଷେ ଗତ ୧ ତାରିଖ ସଂଜୟଙ୍କୁ ଜୋର ଜବରଦସ୍ତି ବଲାଙ୍ଗୀରକୁ ବଦଳି କରାଯାଇଥିବା ରବି କହିଛନ୍ତି । ବନଖଣ୍ଡ ଅଧିକାରୀଙ୍କ ବାରମ୍ବାର ମାନସିକ ଚାପଗ୍ରସ୍ତ ହେବାରୁ ସେ ଆତ୍ମହତ୍ୟା କରିଥିବାରୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ଲୋକେ ଦାବି କରିଛନ୍ତି । ସେପଟେ ସଂଜୟଙ୍କ ପରିବାର ପକ୍ଷରୁ କରାଯାଇଥିବା ଅଭିଯୋଗ ନେଇ ଡିଏଫଓଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ ମଧ୍ୟ ମିଳିପାରିନାହିଁ ।

OTV is now on Whatsapp

Join and get latest news update delivered to you via whatsapp

Join Now