Dhiman Chakma
ହାଇକୋର୍ଟ ଗଲେ ଧର୍ମଗଡ଼ର ପୂର୍ବତନ ଉପଜିଲ୍ଲାପାଳ ଧୀମାନ୍ ଚକ୍ମା । ଭିଜିଲାନ୍ସ କୋର୍ଟରେ ଜାମିନ ନାମଞ୍ଜୁର ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ । ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇ ଜେଲ୍ରେ ଅଛନ୍ତି ଚକ୍ମା । ଗତ ୧୭ ତାରିଖରେ ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଧୀମାନଙ୍କ ଓକିଲ ଜାମିନ ଆବେଦନ କରିଥିବା ବେଳେ ତାହା ଖାରଜ ହୋଇଥିଲା । ଯାହାକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଧୀମାନ ଚକମା ।
ସୂଚନାଯୋଗ୍ୟ, ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା ଲାଞ୍ଚନେବାବେଳେ ଭିଜିଲାନ୍ସ ହାତରେ ରେଡ୍ ହ୍ୟାଣ୍ଡେଡ୍ ଧରା ପଡ଼ିଥିଲେ ।ଜୟପାଟଣା ଅଞ୍ଚଳର ଜଣେ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା । କ୍ରସର ମାଲିକଙ୍କୁ ଧୀମାନ ୨୦ ଲକ୍ଷ ଟଙ୍କା ଦାବି କରିଥିବା ଜଣାପଡ଼ିଥିଲା । ହେଲେ କ୍ରସର ମାଲିକ ଅନ୍ୟ ଉପାୟ ନ ପାଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ପ୍ରଥମ କିସ୍ତି ବାବଦରେ ୧୦ ଲକ୍ଷ ନେଉଥିବା ବେଳେ ଭିଜିଲାନ୍ସ ଯୋଜନା ମୁତାବକ ଧୀମାନଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଧରିଥିଲା । ପରେ ତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ଚଢାଉରେ ଉପଜିଲ୍ଲାପାଳ ଧୀମାନଙ୍କ ଘରୁ ଆଉ ୪୭ ଲକ୍ଷ ମିଳିଥିଲା । ଯାହା ପରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)