/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749357982.jpg)
Fear in Village
ଗାଁରେ ମାତିଛନ୍ତି ଟିଙ୍କ । ଦିନରେ ପ୍ରବଳ ଗରମ ଓ ଗୁଳୁଗୁଳିରେ ଲୋକେ ହନ୍ତସନ୍ତ ହେଉଥିବାବେଳେ ସନ୍ଧ୍ୟା ହେଲେ ଟିଙ୍କ ଆତଙ୍କରେ ଆତଙ୍କିତ ହେଉଛନ୍ତି ଲୋକେ । ଅନୁଗୋଳ ଜିଲ୍ଲା ପାଳଲହଡା ଉପଖଣ୍ଡ ବତିସୁଆଁର ଶ୍ରୀରାମପୁର ଗ୍ରାମରେ ଟିଙ୍କ ଆତଙ୍କ ଦେଖିବାକୁ ମିଳିଛି । ସନ୍ଧ୍ୟା ହେଲେ ଟିଙ୍କମାନେ ବହୁ ସଂଖ୍ୟାରେ ଆସୁଥିବା ଦେଖିବାକୁ ମିଳୁଛି । କୁନି କୁନି ପିଲାମାନଙ୍କଠାରୁ ଆରମ୍ଭ କରି ବଡ ଲୋକଙ୍କ ଠାରୁ ରକ୍ତ ଶୋଷି ନେଉଛନ୍ତି ଟିଙ୍କ। ଏହାକୁ ପତରିଆ ଟିଙ୍କ ବୋଲି କୁହାଯାଉଛି ।
ଦିନରେ ପ୍ରବଳ ଗୁଳୁଗୁଳି ଏବଂ ରାତିରେ ପତରିଆ ଟିଙ୍କମାନଙ୍କ ଆତଙ୍କ ଜନସାଧାରଣଙ୍କ ବଞ୍ଚିବା ମୁସ୍କିଲ କରିଦେଇଛି । ଦିନକୁ ଦିନ ପତରିଆ ଟିଙ୍କ ସଂଖ୍ୟା ବୃଦ୍ଧି ପାଉଛି, ଏମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ ପ୍ରତିକାର ବ୍ୟବସ୍ଥା ନିମନ୍ତେ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି ରଖିଛନ୍ତି । ଶତାଧିକ ଲୋକ ଟିଙ୍କମାନଙ୍କ ଆକ୍ରମଣରେ ଆତଙ୍କିତ ହେଲେଣି । ସେପଟେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିକ୍ରିୟା ଅନୁସାରେ ଆଜି ଏକ ଟିମ୍ ଏହି ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିପାରେ ।
ଅଧିକ ପଢନ୍ତୁ : ଆପଣଙ୍କ ଶରୀରରେ ଅଛି କି କାର୍ବୋକ୍ସିଲିକ ଏସିଡ୍? ଜାଣନ୍ତୁ ମଶା ସହ କ’ଣ ରହିଛି ସମ୍ପର୍କ
Labourer Death: ନିର୍ମାଣାଧୀନ କୋଠାରୁ ଖସି ପଡିଲେ ଶ୍ରମିକ; ଚାଲିଗଲା ଜୀବନ

Panchang Today 8th June 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

Maoist Search Operation: ପଶ୍ଚିମ ଓଡିଶା ମୁହାଁ ମାଓବାଦୀ; ଡ୍ରୋନ୍ ସହାୟତାରେ ଚାଲିଛି କମ୍ବିଂ ଅପରେସନ

Heatwave Intensifies Across Odisha: କଲବଲ କରିବ ତାତି; ୪୦ ଡିଗ୍ରୀ ଉପରେ ରହିବ ୧୫ ଜିଲ୍ଲା, ସତର୍କ କଲା ପାଣିପାଗ କେନ୍ଦ୍ର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)