/odishatv-khabar/media/media_files/2025/12/18/murder-2025-12-18-17-32-36.jpg)
Murder Photograph: (OTV)
ଶାଶୁ-ବୋହୂ ମଧ୍ୟରେ ତୁ ତୁ ମେଁ ମେଁ । ଶାଶୁ ଛାଇ ଦେଖିଲେ ବୋହୂ ନାହି ଡେଉଁଥିଲା । ରାତି ପାହିଲେ ଆରମ୍ଭ ହେଉଥିଲା କଳି ଝଗଡ଼ା । ମାତ୍ର ୮ ମାସରେ ଫାମିଲି ଡ୍ରାମାର ହେଲା ଦି- ଏଣ୍ଡ । ମା’ ସହ ମିଶି ଶାଶୁକୁ ରାସ୍ତାରୁ ହଟାଇଦେଲା ବୋହୂ ।
୮ ମାସ ତଳେ ପୁଅକୁ ହାତରୁ ଦି ହାତ କରିଥିଲେ କୁନି ନାୟକ । ହସଖୁସିରେ ସରିତା ସାହୁଙ୍କୁ ଘରକୁ ବୋହୂ କରି ଆଣିଥିଲେ। ଏବେ ଭଲରେ ଦିନ କାଟିବେ ବୋଲି ସ୍ବପ୍ନ ବି ଦେଖିଥିଲେ। ହେଲେ ଦିନ କେଇଟାରେ ସବୁ କିଛି ଓଲଟପାଲଟ ହୋଇଗଲା । ଶାଶୁକୁ ରାସ୍ତାରୁ ହଟାଇ ସୁଖରେ ଦିନ କାଟିବାକୁ ସରିତା ରଚିଥିଲେ ସାଂଘାତିକ ଷଡଯନ୍ତ୍ର । ଏଥିପାଇଁ ଶାଶୁଙ୍କୁ ମରଣାନ୍ତକ ଆକ୍ରମଣ କରି ଜୀବନ ନେବାକୁ ବି ସେ ପଛାଇ ନ ଥିବା ଅଭିଯେୋଗ ହୋଇଛି । ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରୀ ଗଡପଦା ସାହିରେ ଘଟିଛି ଏପରି ଏକ ବୀଭତ୍ସ ହତ୍ୟାକାଣ୍ଡ।
ସରିତା ସାହୁଙ୍କୁ ଘରଣୀ କରି ଧୁମଧାମରେ ଘରକୁ ଆଣିଥିଲେ କାହ୍ନୁ ନାୟକ । ଭାବିଥିଲେ ମା’ ଓ ସ୍ତ୍ରୀ ଦୁହେଁ ହସଖୁସିରେ ଚଳିବେ । ହେଲେ ଷ୍ଟୋରିରେ ଆସିଲା ଟୁଇଷ୍ଟ। କାହ୍ନୁଙ୍କ ଅଭିଯୋଗ ଅନୁସାରେ, ସବୁବେଳେ ତାଙ୍କ ପତ୍ନୀ ଓ ମାଆଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ବୁଧବାର କାହ୍ନୁ ନିଜ କାମରେ ଘରୁ ବାହାରି ଯାଇଥିଲେ । ଏତିକିବେଳେ ହୋଇଥିଲା ଶାଶୁଙ୍କ ଏଣ୍ଟ୍ରି ।
ପୁଅ ଫେରିବା ପରେ...
ରାତିରେ କାହ୍ନୁ ଘରକୁ ଫେରି ମା’ ବିଷୟରେ ପଚାରିବାରୁ ପତ୍ନୀ କରିଥିଲେ ନାନା ବାହାନା। ମା’ଙ୍କ ଛାତିରେ ଯନ୍ତ୍ରଣା ହେଉଥିବାରୁ ନ ଖାଇ ସେ ଶୋଇ ପଡ଼ିଥିବା କହିଥିଲେ। ତେବେ ପତ୍ନୀଙ୍କ କଥା ବିଶ୍ବାସ ନ ହେବାରୁ ମା’ଙ୍କ ନିକଟକୁ ଯାଇ ଯାହା ଦେଖିଲେ ତାଙ୍କ ପାଦ ତଳୁ ମାଟି ଖସିଗଲା। କାରଣ ମା’ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତ ବାହାରୁଥିବା ବେଳେ ତାଙ୍କ ଶରୀର ନିସ୍ତେଜ ହୋଇଯାଇଥିଲା।
ଉଭୟ ପତ୍ନୀ ଓ ତାଙ୍କ ମା’ ମିଶି ପିଟିପିଟି ମା’ ଜୀବନ ନେଇଥିବା ଅଭିଯୋଗ ଆଣିଛନ୍ତି କାହ୍ନୁ । ଏନେଇ ପାଖପଡୋଶୀ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଡଗ୍ ସ୍କ୍ୱାଡ ଓ ସାଇଣ୍ଟିଫିକ ଟିମ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସ କାହ୍ନୁଙ୍କ ପତ୍ନୀ ଓ ଶାଶୁକୁ ଅଟକ ରଖି ପଚରାଉଚରା କରୁଛି।
Migrant Labour Horror: ଦାଦନ ଖଟିବାକୁ ଯାଇ ଅଖିବୁଜିଲା ଭେଣ୍ଡିଆ ପୁଅ, ପରିବାର ଲୋକଙ୍କ ଆଖିରୁ ଶୁଖୁନି ଲୁହ

Mastermind Joker Happy: ପୋଲିସ କବଜାରେ ଜହ୍ଲାଦ , ଧଉଳି ଦୟାନଦୀ ପଠାରେ ଗଣଦୁଷ୍କର୍ମର ମୁଖ୍ୟ ଖଳନାୟକ

How Rural Workers Get Paid: ୧୨୫ ଦିନ କାମ ଦେବାକୁ ଗ୍ୟାରେଣ୍ଟି , ବେକାରୀ ଭତ୍ତା ମିଳିବା ନେଇ ପ୍ରସ୍ତାବ

PF Withdrawal Goes Easy: କର୍ମଚାରୀଙ୍କ ପାଇଁ ଖୁସି ଖବର, ଏଣିକି ଏଟିଏମ୍ରୁ ଉଠିବ ପିଏଫ୍ ଟଙ୍କା

A Grim Tale of Lost Humanity: ମରିଗଲା ମଣିଷପଣିଆ, ବଡ଼ ସହରର ଛୋଟ ହୃଦୟ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)