• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ପାଲଲହଡାରେ ଥମୁନି ଟିଙ୍କ ଆତଙ୍କ । ଘରେ, ବାହାରେ, ଚାରିଆଡେ ମାଡି ଯାଉଛନ୍ତି ଟିଙ୍କ । ଔଷଧ ସିଞ୍ଚନ ପରେ ଟିଙ୍କ ସଂଖ୍ୟା କମିବ କଣ ଓଲଟା ବଢି ବଢି ଚାଲିଛି ।  ଅନୁଗୁଳ ଜିଲ୍ଲା ବତିସୁଆଁର ପଞ୍ଚାୟତ ଶ୍ରୀରାମପୁର ଗାଁର ଲୋକଙ୍କୁ ଟିଙ୍କ ସମସ୍ୟା ନୟାନ୍ତ କଲାଣି । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବଡ ଲୋକଙ୍କ ଠାରୁ ରକ୍ତ ଶୋଷି ନେଉଛି ଟିଙ୍କ । ଘରଦୁଆର, କାନ୍ଥବାଡ଼, ରାସ୍ତାଘାଟ ସବୁଆଡେ ଖାଲି ଟିଙ୍କ ଆଉ ଟିଙ୍କ । 

ଗତ ୬ ଦିନରୁ ଅଧିକ ସମୟ ଧରି ଶ୍ରୀରାମପୁର ଗାଁରେ ଏହି ଟିଙ୍କ ସମସ୍ୟା ଲାଗି ରହିଛି । ସାଧାରଣତଃ ପଶୁଙ୍କ ଦେହରେ ଦେଖାଯାଉଥିବା ଏହି ଜୀବ ମଣିଷଙ୍କ ଦେହରେ ଲାଗିଯାଉଛି । ଲୋକେ ଶାନ୍ତିରେ ଖାଇପିଇ କି ବସିଉଠି ପାରୁନାହାନ୍ତି । ରାତିରେ ଶାନ୍ତିରେ ଶୋଇ ବି ପାରୁନାହାନ୍ତି ଗାଁ ଲୋକେ । ଏନେଇ ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ଗାଁରେ ପହଞ୍ଚି ଔଷଧ ସିଞ୍ଚନ କରାଯାଇଥିଲା । ମାତ୍ର ଔଷଧ ସିଞ୍ଚନ ପରେ ଟିଙ୍କ ସଂଖ୍ୟା ଦ୍ବିଗୁଣିତ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ଏନେଇ ପ୍ରଶାସନର ପ୍ରତିକ୍ରିୟା ମିଳିପାରି ନାହିଁ ।

ଅଧିକ ପଢ଼ନ୍ତୁ: ଅସାଧୁ ମେଡିସିନ୍ ଷ୍ଟୋର ସାଜିଛନ୍ତି କି ବେଆଇନ୍ ଗର୍ଭପାତର ପେଣ୍ଠସ୍ଥଳୀ ?

ଦିନରେ ପ୍ରବଳ ଗୁଳୁଗୁଳି ଏବଂ ରାତିରେ ଟିଙ୍କମାନଙ୍କ ଆତଙ୍କ ଶ୍ରୀରାମପୁର ଗ୍ରାମବାସୀଙ୍କ ବଞ୍ଚିବା ମୁସ୍କିଲ କରିଦେଇଛି । ଦିନକୁ ଦିନ ଟିଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଗ୍ରାମବାସୀ ଟିଙ୍କ ଉପଦ୍ରବରେ ଆକ୍ତାମାକ୍ତା ହୋଇଗଲେଣି । ଔଷଧ ସିଞ୍ଚନ ପରେ ବି ଟିଙ୍କ ସଂଖ୍ୟା ବଢୁଥିବାରୁ ଔଷଧ କାମ କରୁନଥିବା ସେମାନେ ଅନୁମାନ କରୁଛନ୍ତି ।