• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 17 January 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Manoranjan Sial
  • 1 month ago

Accident in Ganjam: ଝିଅକୁ ବଞ୍ଚାଇବାକୁ ଯାଇ ଟ୍ରକ୍‌ ଚକା ତଳକୁ ଚାଲିଗଲେ ମାଆ

ରାଣୀ ଓ ତାଙ୍କ ଝିଅ ଛିଟିକି ହୋଇ ରାସ୍ତା ମଝିରେ ପଡ଼ି ଯାଇଥିଲେ। ଠିକ୍‌ ସେତିକି ବେଳେ ପଛ ପାର୍ଶ୍ୱରୁ ଆସୁଥିବା ଟ୍ରକ୍‌ ଦେଖି ନିଜର ଦୁଇ ବର୍ଷର କୁନି ଝିଅକୁ ଉଦ୍ଧାର କରିବାକୁ ଯାଇଥିଲେ। ଝିଅକୁ ବଞ୍ଚାଇବାକୁ ଯାଇ ଟ୍ରକ୍‌ ତଳେ ଚାପି ହୋଇଯାଇଥିଲେ ରାଣୀ। More
  • Manoranjan Sial
  • 1 month ago

Lexus Cars : ଗାଡ଼ି ସଉକିନିଆ ନବ ଦାସଙ୍କ ଭାଇ!

ନବ ଦାସଙ୍କ ଭାଇ ହେଉଛନ୍ତି ବ୍ରଜ ଦାସ। ତାଙ୍କ ଘର ପାର୍କିଂରେ ଥୁଆ ହୋଇଛି ଏକାଧିକ ଲଗ୍‌ଜୁରିୟସ୍‌ କାର। ତାଙ୍କ ପାର୍କିଂରେ ମର୍ସିଡିଜ୍‌ ବେଞ୍ଜ, ରେଞ୍ଜ ରୋଭର, ଅଡି, BMW, କିଆ ଭଲି ଦାମୀ କାର ରହିଛି। More
  • Sujit kumar Swain
  • 1 month ago

Utkarsh Odisha 2025: ଉତ୍କର୍ଷ ଓଡ଼ିଶାକୁ ନେଇ ଆକାଶ ଛୁଇଁଲା ଉତ୍କଣ୍ଠା; ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ୮ MOU

ସିଙ୍ଗାପୁର ସହ ଓଡ଼ିଶା କଲା ଆଠ ଆଠଟି ଏମ୍ଓୟୁ । ଆସନ୍ତା ୨୮ ଓ ୨୯ ତାରିଖରେ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ହେବାକୁ ଥିବା ବେଳେ, ଏହାର ୧୦ ଦିନ ପୂର୍ବରୁ ସିଙ୍ଗାପୁର ସହ ୮ଟି ପ୍ରକଳ୍ପ ଉପରେ ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି ରାଜ୍ୟ ସରକାର। More
  • Manoranjan Sial
  • 1 month ago

Naba Das Murder Mystery: କୁଆଡ଼େ ଗଲା ନବ ଦାସଙ୍କ ରକ୍ତ ଭିଜା ସାର୍ଟ?

ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ କହିଛନ୍ତି, ରକ୍ତ ଭିଜା ସାର୍ଟ ମିସିଂ ଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି। ଏ ସଂପର୍କରେ ତଦନ୍ତ ଅଧିକାରୀଙ୍କୁ କୋର୍ଟରେ ସାକ୍ଷୀ ଦେଲା ବେଳେ ପଚରା ଯିବ। More
  • Sujit kumar Swain
  • 1 month ago

Subhadra Yojana: ଏଇ ମାସ ଶେଷ ସପ୍ତାହରେ ଆସିବ ସୁଭଦ୍ରା ଟଙ୍କା; ଶୀଘ୍ର KYC ଅପଡେଟ୍ ସାରିବାକୁ ଉପମୁଖ୍ୟମନ୍ତ୍ରୀଙ୍କ ଅପିଲ

ଆଉ ୧୦ରୁ ୧୨ ଦିନ ଭିତରେ ମିଳିଯିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। କିନ୍ତୁ ଏଥିରେ ଅଛି ତ ଆପଣଙ୍କ ନାଁ ? ନା କେୱାଇସି ଅପଡେଟ୍ ନଥିବାରୁ ପେଣ୍ଡିଂରେ ପଡିଛି ଆପଣଙ୍କ ଆବେଦନ ?  More
  • Santosh Kumar Sahoo
  • 1 month ago

Baikuntha Dham: ବୁଲିଲା ବୁଲଡୋଜର୍, ଭାଙ୍ଗିଲା ତଥାକଥିତ କୁନୀ କଳ୍କୀଙ୍କ ବୈକୁଣ୍ଠ ଆଶ୍ରମ

ବିଡିଏର ବୁଲଡୋଜର ମାଡ଼ରେ ଧରାଶାୟୀ ତଥାକଥିତ ବୈକୁଣ୍ଠ ଧାମ ଆଶ୍ରମ । ଭୁଶୁଡ଼ିଲା ଭକ୍ତ-ଭକ୍ତି ଓ ଭଗବାନ ନାଁରେ ସରକାରୀ ଜମି ଉପରେ ବେଆଇନ ଭାବେ ମୁଣ୍ଡ ଟେକିଥିବା ସାମ୍ରାଜ୍ୟ । ଭାଙ୍ଗିଲା ତୋରଣ, ଭୁଶୁଡ଼ିଲା ସଂଲଗ୍ନ କାନ୍ଥବାଡ଼। More
  • Manoranjan Sial
  • 1 month ago

Kendrapara Girl Escape From Human Trafficker: ଦଲାଲଙ୍କ କବଳରୁ ଖସି ଆସିବା ପରେ ବଖାଣିଲେ ଛାତି ତଳର କୋହ...

ପାରିଶ୍ରମିକ ବାବଦକୁ କେବଳ ୨ରୁ ୩ ହଜାର ଟଙ୍କା ମିଳୁଥିଲା। ଖାଇବାକୁ ଦେଉନଥିଲେ। ଅନୈତିକ କାର୍ଯ୍ୟରେ ଲିପ୍ତ କରିବା ପାଇଁ ବାଧ୍ୟ କରାଉଥିଲେ। ବାରଣ କଲେ ମାଡ଼ ମାରୁଥିଲେ। ଘର ଓ ପରିବାର ଲୋକଙ୍କ ସହିତ ଫୋନ କଥା ହେବାକୁ ଦେଉନଥିଲେ। More
  • Tapaswini Nayak
  • 1 month ago

JuniorTeacher- ଖୁସି ଖବର ଦେଲେ ସରକାର; ବଢ଼ିଲା କନିଷ୍ଠ ଶିକ୍ଷକଙ୍କ ଦରମା

ଶିକ୍ଷକ ମାନଙ୍କର ମାସିକ ପାରିଶ୍ରମିକକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି। More
  • Saroj Kumar Jena
  • 1 month ago

Adivasi Mela: ଆଦିବାସୀ ମେଳା ଉଦଯାପିତ, ୮ କୋଟିର ବେପାର

ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଗତ ୧୨ ଦିନ ଧରି ଚାଲିଥିବା ଆଦିବାସୀ ମେଳା ଉଦଯାପିତ ହୋଇଛି।ଚଳିତ ବର୍ଷ ଆଦିବାସୀ ମେଳାରେ ୮ କୋଟି ୫୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ବେପାର ହୋଇଛି। ପ୍ରବାସୀ ଭାରତୀୟ ଦିବସକୁ ଦୃଷ୍ଟିରେ ରଖି ଆଦିବାସୀ ମେଳା ଜାନୁଆରୀ ୫ ରୁ ୧୬ ପର୍ଯ୍ୟନ୍ତ ରଖାଯାଇଥିଲା। More
  • Saroj Kumar Jena
  • 1 month ago

Singapore President: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ସିଙ୍ଗାପୁର ରାଷ୍ଟ୍ରପତି

ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ସନମୁଗ ରତ୍ନମ । ଦିନ ୧୧ଟା ୪୫ରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ପରେ ଅପରାହ୍ନ ୨ଟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। More
  • Saroj Kumar Jena
  • 1 month ago

Baikuntha ‌‌Dham Ashram: ମାଟିରେ ମିଶିବ ବୈକୁଣ୍ଠ ଆଶ୍ରମ, ଖାଲି କରିବାକୁ ବିଡିଏର ନିର୍ଦ୍ଦେଶ

ଖଣ୍ଡଗିରିର ବିବାଦୀୟ ବୈକୁଣ୍ଠ ଧାମ ଆଶ୍ରମରେ ବୁଲିବ ବୁଲଡୋଜର। ଆଜି ଦିନ ୧୨ଟା ସୁଦ୍ଧା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି BDA। ଏନେଇ ମାଇକ୍ ଯୋଗେ ପ୍ରଚାର କରି ବୈକୁଣ୍ଠ ଆଶ୍ରମ ଖାଲି କରିବାକୁ କୁହାଯାଇଛି। More
  • Saroj Kumar Jena
  • 1 month ago

Dalmia Cement Mishap: ଡାଲମିଆ ସିମେଣ୍ଟରେ ଅଘଟଣ, କୋଇଲା ଗଦା ତଳେ ଫଶିଛନ୍ତି ୩ ଶ୍ରମିକ

ରାଜଗାଙ୍ଗପୁରରେ ଥିବା ଡାଲମିଆ ସିମେଣ୍ଟ କଂପାନୀରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି। କୋଇଲା ହପର ଭୁଷୁଡି ପଡିବାରୁ ୩ ଜଣ ଶ୍ରମିକ ଫସି ରହିଛନ୍ତି। କୋଇଲା ଷ୍ଟକ୍ ରଖାଯାଉଥିବା ବେଳେ ଭୁଶୁଡ଼ି ପଡ଼ିଲା ହପର। More
  • Deepak Acharya
  • 1 month ago

Panchang Today 17th January 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରୁ ବାହାରନ୍ତୁ...

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଶୁକ୍ରବାର ।ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି- ୪ର୍ଥୀ ନିଶାନ୍ତ ୦୫.୩୦ ଗତେ ୫ମୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର । ପୁଷ୍କର ଦୋଷ- ନାସ୍ତି । More
  • Santosh Kumar Sahoo
  • 1 month ago

National Education Policy: NEP ଲାଗୁ ପରେ ବଦଳିଯିବ ସ୍କୁଲ୍ ପାଠପଢ଼ା ଢାଞ୍ଚା, ଲାଗୁ ହେବ 5+3+3+4 ଫର୍ମୁଲା

ଲାଗୁ ହେବ 5+3+3+4 ଫର୍ମୁଲା । ସସପେନ୍ସରେ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚା । ଜାତୀୟ ଶିକ୍ଷା ନୀତି ବା NEP 2020 ଲାଗୁ ହେବା ପରେ ଶିଶୁକୁ ୩ ବର୍ଷ ବୟସରୁ ଶିକ୍ଷା ପରିଧିକୁ ଅଣାଯିବ। More
  • Santosh Kumar Sahoo
  • 1 month ago

Naba Das Murder Case: ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ତେଜିଲା ରାଜନୀତି, ଦୀପାଳିଙ୍କ କୋର୍ଟକୁ ବଲ୍ ପିଙ୍ଗିଲେ ଆଇନ ମନ୍ତ୍ରୀ

ଚାଲେଞ୍ଜ, କାଉଣ୍ଟର ଚାଲେଞ୍ଜ । ପୁଣି ରାଜନୀତିରେ ନବ ଦାସ ହତ୍ୟା ପ୍ରସଙ୍ଗ। ମୁହାଁମୁହିଁ ଦୀପାଳି ଏବଂ ପୃଥ୍ୱୀରାଜ ହରିଚନ୍ଦନ। ସିବିଆଇ ତଦନ୍ତକୁ ନେଇ ତେଜିଲା ରାଜନୀତି। More
  • Sujit kumar Swain
  • 1 month ago

Who Is The Real Husband Hansita: ହାଇପ୍ରୋଫାଇଲ୍ ଲେଡି ଠକ ହଂସିତାଙ୍କ ଅସଲ ସ୍ବାମୀ କିଏ ? ଜାମିନ ଆବେଦନ ପରେ ବଢିଲା ଚର୍ଚ୍ଚା...

ହାଇପ୍ରୋଫାଇଲ୍ ଲେଡି ହଂସିତା ଅଭିଲିପ୍ସାଙ୍କ ଠକେଇକୁ ନେଇ ଯେତିକି ଚର୍ଚ୍ଚା, ସେତିକି ରହସ୍ୟ ବଢ଼ାଉଛି ତାଙ୍କର ଅସଲ ସ୍ବାମୀ କିଏ ? କ୍ରାଇମ୍ ପାର୍ଟନର ଅନୀଲ୍ ମହାନ୍ତି, କନ୍ଧମାଳର କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟ ନା ଗଞ୍ଜାମର ବ୍ୟବସାୟୀ ସରୋଜ ସାହୁ ? ଯିଏ ଶୁଣୁଛନ୍ତି ଦ୍ବନ୍ଦ୍ବରେ ପଡ଼ୁଛନ୍ତି... More
  • Tapan Kumar Swain
  • 1 month ago

Pandian Returns: ନବୀନ ନିବାସରେ ପାଣ୍ଡିଆନଙ୍କୁ ଭେଟୁଛନ୍ତି ବିଜେଡି ନେତା, ପୁଣି ଆଗ ଭଳି…

ସେ ନବୀନ ନିବାସରେ ହିଁ ଦଳର ନେତାମାନଙ୍କୁ ଭେଟୁଛନ୍ତି । ଦଳର ରଣନୀତି ତିଆରି କରୁଛନ୍ତି । କିନ୍ତୁ ଆଗକୁ ଆସୁନାହାନ୍ତି । ପରଦା ପଛରେ ରହି ସେ ହିଁ ବିଜେଡି ନେତାଙ୍କୁ ପରାମର୍ଶ ଦେଉଥିବା ଓ ପ୍ରେସମିଟରେ କିଏ କ’ଣ ଓ କେଉଁ ପ୍ରସଙ୍ଗରେ କହିବେ, ତାହା ସ୍ଥିର କରୁଥିବା ଆଲୋଚନା ହେଉଛି । More
  • Otv Khabar Bureau
  • 1 month ago

Anganwadi workers: ଖୁସି ଖବର; ବଢ଼ିବ ଅଙ୍ଗନବାଡ଼ି କର୍ମୀଙ୍କ ଦରମା!

ନିର୍ବାଚନୀ ଇସ୍ତାହାରରେ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବଢିବା କଥା ବିଜେପି କହିଥିଲା । ଏହା ଉପରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ବିଚାର କରୁଛନ୍ତି। More