ସଂକ୍ଷେପରେ ଆଜିର ତାଜା ଖବର - Friday, 15 September 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କଟକରେ ଦୁର୍ଦ୍ଦାନ୍ତ ଅପରାଧି ମନୋଜ ମହାରଣାକୁ ଏନ୍‌କାଉଣ୍ଟର

ଦୁର୍ଦ୍ଦାନ୍ତ ଅପରାଧି ମନୋଜ ମହାରଣାକୁ ଏନକାଉଣ୍ଟର କରାଯାଇଛି । More

ଭୋଟ୍ ପୂର୍ବରୁ ଟାର୍ଗେଟରେ ପଛୁଆ ବର୍ଗ; ବିଶ୍ୱକର୍ମା ଜୟନ୍ତୀରେ ବିଶ୍ୱକର୍ମା ଯୋଜନା ଶୁଭାରମ୍ଭ

ଭୋଟ୍ ପୂର୍ବରୁ ପିଏମ୍ ବିଶ୍ୱକର୍ମା ଯୋଜନା ନାଁରେ ପଛୁଆ ବର୍ଗ ଭୋଟ୍ ନେବାକୁ କେନ୍ଦ୍ରର ଉଦ୍ୟମକୁ ନେଇ ଚର୍ଚ୍ଚା । ଦିନକ ପରେ ଅର୍ଥାତ ବିଶ୍ୱକର୍ମା ଜୟନ୍ତୀରେ ଦେଶବ୍ୟାପୀ ଲାଗି ହେବାକୁ ଯାଉଛି ଏଇ ଯୋଜନା । ଏଥିପାଇଁ ବିସ୍ତୃତ ଗାଇଡଲାଇନ୍ ବି ଆସିଛି । More

୧୯ ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ; ବସ୍ ଷ୍ଟାଣ୍ଡ ଯୋଜନା ‘ଲକ୍ଷ୍ମୀ’କୁ କ୍ୟାବିନେଟ ମୋହର

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ମୋଟ ୧୯ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର । More

ଓଡ଼ିଆ ପିଲା...ଏଇଠି ସ୍କୁଲ ନାହିଁ...ପାଠ ପଢିବାକୁ ଯାଉଛନ୍ତି ଝାଡଖଣ୍ଡ

ଓଡ଼ିଶାର ପିଲା, ଓଡ଼ିଆ ସ୍କୁଲରେ ପଢିବେ...ହେଲେ ଇଏ ଏମିତି ସ୍କୁଲ ଯେଉଁଠି ଘର ନାହିଁ ଶିକ୍ଷକ ଶିକ୍ଷୟିତ୍ରୀ ବି ନାହାନ୍ତି । ପାଠ ପଢିବାକୁ ହେଲେ ପଡୋଶୀ ଝାଡଖଣ୍ଡ ଯାଉଛନ୍ତି ଶହଶହ ପିଲା More

ଦିବ୍ୟାଙ୍ଗଙ୍କ ଛେଳି ଚାଷ : ରୋଜଗାର କରି ଚଳାଉଛନ୍ତି ପରିବାର

ସେ ଦିବ୍ୟାଙ୍ଗ ହେଲେ ବି ସକ୍ଷମ । କହିପାରୁନାହାନ୍ତି କି ଶୁଣି ପାରୁନାହାନ୍ତି...ହାର୍‌ ମାନିନାହାନ୍ତି ବରଂ ନିଜେ ରୋଜଗାର କରି ବଞ୍ଚିବାର କଳା ଜାଣିଛନ୍ତି । ସେଇଥି ଲାଗି ତ ଲୋନ୍‌ କରି ଛେଳି ଚାଷ କଲେ ଏବେ ରୋଜଗାର ବଢିଆ More

ଆଶ୍ଚର୍ଯ୍ୟ ! ଏଥର ରାମ ମନ୍ଦିରରେ ପୂଜା ପାଇବେ ଶ୍ରୀଗଣେଶ

ପାଖେଇ ଆସୁଛି ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଶ ଚତୁର୍ଥୀ । ପୂଜା ଲାଗି ଚଳଚଂଚଳ ହେଲାଣି ଗାଁଠୁ ସହର । ନିଜ ନିଜ ପୂଜା ମଣ୍ଡପକୁ ଆକର୍ଷଣୀୟ ଢଙ୍ଗରେ ସଜେଇବାକୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ହେଲେ ବ୍ରହ୍ମପୁର ସାନକୁଶସ୍ଥଳୀ ଗାଁର ପୂଜାକୁ ନେଇ ଏବେ ସହରସାରା ଚର୍ଚ୍ଚା More

ବିଚିତ୍ର ନିୟମ ! ବୋହୂ କଲା ଲୋନ୍‌, ଶାଶୂର ପେନସନ୍‌ ବନ୍ଦ

ନୀଳଗିରି ବ୍ଲକ୍‌ ପୋଡାଶୂଳ ଗାଁର ସୁଲୋଚନା ବେହେରା । ବୟସ ୯୦ ପାର ହେଲାଣି । ସ୍ୱାମୀ ସରକାରୀ ଚାକିରି କରିଥିଲେ...ମାସକୁ ଦରମା ଟଙ୍କାରେ ଏମାନେ ବେଶ୍‌ ଭଲରେ ଚଳୁଥିଲେ । ସ୍ୱାମୀଙ୍କ ଅବର୍ତ୍ତମାନରେ ନିୟମ ଅନୁସାରେ ସୁଲୋଚନାଙ୍କୁ ପେନସନ ମିଳୁଥିଲା More

ଓଃ କି ଦୁଃଖ ! ଯେଉଁ ଘରେ ମଣିଷ, ସେହି ଘରେ ଛେଳି

ସ୍ୱାମୀ ପର ଘରେ ମଜୁରୀ ଖଟିଲେଏ ଘରେ ଚୁଲି ଜଳିବ । ସେଇଠି ନୂଆ ଘର କଥା ପଚାରେ ବା କିଏ ? ସେଇଥି ଲାଗି ତ ପଲିଥିନ୍‌ ତଳେ ବିତୁଛି ଜୀବନ । ପୂରା ଜୀବନଟା ସେହି ଘରେ କଟିଗଲାଣି । ଭାବିଥିଲେ ବୟସର ଅପରାହ୍ନରେ ପହଞ୍ଚିବା ପରେ ଆବାସ ଯୋଜନାରେ ଘର ମିଳିବ, ଟିକିଏ ଶାନ୍ତିରେ ରହିବେ । ହେଲେ ସେ ସ୍ୱପ୍ନ ସବୁ ସ୍ୱପ୍ନରେ ହିଁ ରହିଗଲା । ମୋଟ୍‌ ଉପରେ ଆବାସ ତାଙ୍କ ଲାଗି ଉପହାସ ପାଲଟିଗଲା । ଘର ଖଣ୍ଡିଏ ଲାଗି ପ୍ରଶାସନିକ ବଡବାବୁଙ୍କୁ ଗୁହାରି କରି କରି ଥକିପଡିଲେଣି ହେଲେ ପରିସ୍ଥିତି ଯଥା ପୂର୍ବଂ ତଥା ପରଂ । More

ଏଥର ଜୋରଦାର କମ୍ପିଟିସନ୍‌ : ଟୋକା ଗଣେଶକୁ ବୁଢା ଗଣେଶ

ଜମିବ ଗଣେଶ ପୂଜା । ମାସେ ଯାଏଁ ପୂଜା ପାଇବେ ବୁଢା ଗଣେଶ । ଚାନ୍ଦିର ତାରକସି କାମରେ ଚିକମିକ କରିବ ପୂଜା ପେଣ୍ଡାଲ । ଆଉ ଭସାଣୀରେ ତ ପୂରା ବୋବାଲିଆ ଡ୍ୟାନ୍ସ ହେବ More

ଏଇଟା ରେଲୱେ ପୋଲ ଅଣ୍ଡରପାସ୍‌ ନା ସ୍ୱିଇମିଂପୋଲ୍‌

ଲୋକଙ୍କ ସୁବିଧା ଲାଗି ତିଆରି ହେଲା ରେଲୱେ ଭୂତଳ ପୋଲ । ହେଲେ ଘଂଟାଏ ବର୍ଷା ହେଲା ଜମୁଛି ଅଂଟାଏ ଲେଖାଏଁ ପାଣି । ଟିକିଏ ଅସାବଧାନ ହେଲେ ବୁଡ଼ିଯିବାର ବି ଭୟ ରହିଛି More

ମିଳୁନି ଘର ! ଖୋଲା ଆକାଶ ତଳେ ବିତୁଛି ଜୀବନ

ନୁଆଣିଆ ଭଙ୍ଗା ଘର । ଆଉ ତା’ରି ଭିତରେ ଯନ୍ତ୍ରଣାରେ ଛଟପଟ ହେଉଛି ଜୀବନ । ଗୋଟିଏ କି ଦୁଇଟି ନୁହେଁ ବରଂ ତିନି ତିନୋଟି ପରିବାର ରହୁଛନ୍ତି ଏହି ଘରେ । ସେଇଠି ଖାଇବା ପୁଣି ସେଇଠି ଶୋଇବା । ଏହି ଘରେ ପାଦେ ପାଦେ ବିପଦ ଅଛି । ହେଲେ ଉପାୟ ବି କିଛି ନାହିଁ । More

କୁଣ୍ଢାକୁଣ୍ଢି ଅମାବାସ୍ୟା : ସାତପୁରୀ ଅମାବାସ୍ୟାକୁ କାହିଁକି ଏମିତି ଗୋଟେ ନାଁ ଦିଆଯାଇଛି ?

ବାସ୍ତବରେ ସମଗ୍ର ଓଡ଼ିଶାରେ ଏହାର ମୂଳ ନାଁ ସପ୍ତପୁରୀ ଅମାବାସ୍ୟା । ବାର ମାସରେ ତେର ପର୍ବ ଆଧାରରେ ଏହା ମଧ୍ୟ ଗୋଟିଏ ପର୍ବ । ଭାଦ୍ରବ ଅମାବାସ୍ୟା ଯାହା ଉପକୂଳ ଓଡିଶାରେ ସପ୍ତପୁରୀ ଅମାବାସ୍ୟା ରୁପେ ପରିଚିତ । ଏହି ଦିନ ଆମ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ସପ୍ତପୁରୀ ଭୋଗ ଲାଗି ହୁଏ । ଯାହା ୭ ପ୍ରକାର ପୂର ଦେଇ ପ୍ରସ୍ତୁତ ହୋଇଥାଏ । More

ଶ୍ରମିକଙ୍କ ପାଇଁ କେନ୍ଦ୍ରର ବଡ଼ ଉପହାର ! ୧୭ରୁ ଲାଗୁ ହେବ ବିଶ୍ୱକର୍ମା ଯୋଜନା

ପୁରୀରେ କେନ୍ଦ୍ରମନ୍ତ୍ରୀ ଏମ୍‌. ମହେନ୍ଦ୍ର ଭାଇ ଉପସ୍ଥିତ ରହିବେ ବୋଲି କୁହାଯାଇଛି । ଏହି ଯୋଜନା ମାଧ୍ୟମରେ କେବଳ ଓଡ଼ିଶାରୁ ୧ ଲକ୍ଷ କାରିଗର ଉପକୃତ ହେବା ନେଇ ଆକଳନ କରାଯାଇଛି । More

ଇଞ୍ଜିନିୟର୍ସ ଡେ’ରେ ଜୋତା ପଲିସ କଲେ ଯୁବ ଇଞ୍ଜିନିୟର

ଇଞ୍ଜିନିୟର ମାନେ ଏକ ଅଭିନବ ଢ଼ଙ୍ଗରେ ନିଜର ପ୍ରତିବାଦ ଜଣାଇଛନ୍ତି । ଆଉ ସରକାରଙ୍କୁ ପାଟି ନଖୋଲି ବଡ଼ ସମାଲୋଚନା କରିଛନ୍ତି । More

ଶିଲା ବେହେରାଙ୍କୁ କାହିଁକି ମାରିଲା ଗୋପିନାଥ ?

ଭଟଲି ଥାନା ଅନ୍ତର୍ଗତ ଭଡ଼ିଗାଁ ଜୀରା ବ୍ରିଜ୍ ତଳେ ଗତ ୬ ତାରିଖ ଦିନ ସକାଳୁ ନଦୀ ପଠାରେ ପଡ଼ିଥିଲା ଜଣେ ମହିଳାଙ୍କ ମୃତ ଦେହ । ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଲେ । More

ମୁଣ୍ଡ ନେଉଛି ସ୍କ୍ରବ୍ ଟାଇଫସ ! ୧୬୨ ଜଣ ଆକ୍ରାନ୍ତ, ଗଡ଼ୁଛି ଗୋଟିଏ ପରେ ଗୋଟିଏ ମୁଣ୍ଡ

ସଚେତନ ପାଇଁ ଆଶାକର୍ମୀ ଓ ANMଙ୍କୁ ନିର୍ଦ୍ଦେଶ । ଜଣଙ୍କର ମୃତ୍ୟୁ ହୋଇଥିବା ସୁନ୍ଦରଗଡ଼ CDMOଙ୍କ ସୂଚନା । More

ଆନ୍ଧ୍ରରେ ଭୟଙ୍କର ସଡ଼କ ଦୁର୍ଘଟଣା, ୪ ଓଡ଼ିଆଙ୍କ ଜୀବନ ଗଲା...

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମୃତ ୪ ଜଣ ଓଡ଼ିଶାର ବୋଲି ସୂଚନା ମିଳିଛି । More

ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଲେ ସବୁ ସରପଞ୍ଚ !

ଏନେଇ ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ନେଇନଥିବାରୁ ଆଜିଠାରୁ ରାଜ୍ୟର ସମସ୍ତ ସରପଞ୍ଚ ଭୁବନେଶ୍ୱରରେ ଗଣଧାରଣାରେ ବସି ବିକ୍ଷୋଭ କରୁଛନ୍ତି । More

ସ୍ତ୍ରୀକୁ ହତ୍ୟାକରି ନଦୀରେ ଫିଙ୍ଗିଦେଲା ସ୍ୱାମୀ; ପରେ ପୋଲିସ ଆଗରେ କଲା ଆତ୍ମସମର୍ପଣ

ବୁଧବାର ବିଳମ୍ବିତ ରାତିରେ ଉଭୟଙ୍କ ବଚସା ଉଗ୍ରରୂପ ଧାରଣ କରିଥିଲା । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଖୁବ୍‌ ବଚସା ହେବାପରେ ପତ୍ନୀଙ୍କୁ ହତ୍ୟା କରିଥିଲା ସ୍ୱାମୀ ନାରାୟଣ । More

ଆଉ ମିଳିବ ଚିଚଫଣ୍ଡ ଟଙ୍କା ? ସତ୍ୟପାଠରେ ଫୁଟିଲା ଛତୁ, ଦସ୍ତାବିଜରେ ଉଠିଲା ଗଛ

ଟଙ୍କା ଜମା କରିଥିବା ହିତାଧିକାରୀଙ୍କୁ ଆଉ ଟଙ୍କା ମିଳିବ କି ନାହିଁ ଆଶା କମ ଦେଖାଯାଉଛି । କାରଣ ହିତାଧିକାରୀ ଦାଖଲ କରିଥିବା ସତ୍ୟପାଠ ସବୁ ନଷ୍ଟ ହେବାକୁ ବସିଲାଣି । ହିତାଧିକାରୀ ଯାହା ଦାଖଲ କରିଥିଲେ ତାହା ଆଉ ଦସ୍ତାବିଜ୍ ଭାବରେ ନାହଁ । କିଛି ଦସ୍ତାବିଜରେ ଗଛ ଉଠିବା ସହ ଲତା ମାଡ଼ି ଗଲାଣି । More

ଭାଇରାଲ ହେଉଛି କୁନିଝିଅର କୋହଭରା ବିନତି; ‘ମୋ ବାପାଙ୍କୁ ବଞ୍ଚାଇ ଦିଅ’

ଗୋଟିଏ ପଟେ ପରିବାରର ବୋଝ ତ ଅନ୍ୟ ପଟେ ନିଜର ଚିକିତ୍ସା ଖର୍ଚ୍ଚ । ଏହାରି ଭିତରେ ପେଷି ହେଉଛନ୍ତି ଗଣେଶ । ୨୦୧୩ ମସିହାରେ ଗଣେଶ ବିବାହ କରିଥିଲେ । ବାହାଘରର ଠିକ ଦୁଇବର୍ଷ ପରେ ଗଣେଶଙ୍କ ପାଦ ଫୁଲିବା ଆରମ୍ଭ ହୋଇଥିଲା । More

ସେବାୟତ ବିବାଦ; ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତିକାନ୍ତି ବନ୍ଦ

ବିବାଦ ତୁଟାଇବାକୁ ନୀତି ପ୍ରଶାସକଙ୍କ ଉଦ୍ୟମ ଜାରି ରଖିଛନ୍ତି । ମଙ୍ଗଳ ଆଳତୀ ପରେ ଆଗକୁ ବଢ଼ିପାରୁନି ନୀତିକାନ୍ତି । More

ବଢ଼ୁଛି ଜଳସ୍ତର; ଖୋଲିଲାଣି ହୀରାକୁଦର ୧୪ଟି ଗେଟ୍

ରାଜ୍ୟରେ ବେହାଲ କଲାଣି ବର୍ଷା । କେଉଁଠି କଲଭର୍ଟ ଭାଙ୍ଗିଲାଣି ତ ଆଉ କେଉଁଠି ରାସ୍ତା ଉପରେ ପାଣି ସୁଅ ଛୁଟୁଛି । ଘରେ ଘରେ ପଶିଛି ପାଣି, ଗଳି କନ୍ଦି ଉବୁଟୁବୁ ହୋଇଛି । More

Today Panchang 15th September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ଶୁକ୍ରବାର । ଚନ୍ଦ୍ର- ସିଂହ ଦିବା ୧୧.୩୫ ଗତେ କନ୍ୟା । ଜାଣିନିଅନ୍ତୁ କେଉଁ ସମୟରେ କରିବେ ଶୁଭ କାର୍ଯ୍ୟ... More

ନୂଆଁଖାଇକୁ ଅଣଦେଖା କରୁଛନ୍ତି ସରକାର ! ବାଚସ୍ପତି ନିର୍ବାଚନକୁ କଂଗ୍ରେସର ବଏକଟ୍

ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ସହ ଲୋକଙ୍କ ଭାବାବେଗ ସହ ରାଜ୍ୟ ସରକାର ଖେଳୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏଥିସହ ବାଚସ୍ପତି ନିର୍ବାଚନକୁ କଂଗ୍ରେସ୍ ବୟକଟ୍ କରିଥିବା କହିଛନ୍ତି । More

ଲଗାଣ ବର୍ଷାରେ ବେହାଲ ବଲାଙ୍ଗିର-ବ୍ରହ୍ମପୁର ! ରାସ୍ତାରେ ଅଣ୍ଟାଏ, ଘରେ ଆଣ୍ଠୁଏ

ଜଳ ନିଷ୍କାସନ ସମସ୍ୟାରୁ ଉବୁଟୁବୁ ସହର । ବୁଡିଲା ରାସ୍ତାଘାଟ, ଲୋକେ ଘରେ ଜଳବନ୍ଦୀ । More

ସ୍କୁଲକୁ ଯାଉନାହାନ୍ତି ଶିକ୍ଷକ ! ଶ୍ରେଣୀରେ ବିଧାୟକ ପଢ଼ାଇଲେ ପାଠ...

ଅପରପକ୍ଷେ ଶିକ୍ଷକଙ୍କ ସପକ୍ଷରେ ଅଭିଭାବକ ସଂଘ ବାହାରି ଦାବି ପୂରଣ ନହେଲେ ସେମାନେ ବି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। More

ଅର୍ଚ୍ଚନା ପରେ ଇରାନୀର ମାୟଜାଲ... ଫସୁଥିଲେ ଡାକ୍ତର, ବ୍ୟବସାୟୀ; ବେଡ୍‌ ରୁମ୍‌ରେ ସୁଟିଂ ହେଉଥିଲା ଭିଡିଓ

ପୂର୍ବରୁ ଯାତ୍ରାରେ ଅଭିନୟ କରୁଥିବା ଇରାନୀ ପରେ ପାଲଟି ଯାଇଥିଲା ହନିଟ୍ରାପ୍ କୁଇନ । ନିଜ ଅଭିନୟ ଜାଲରେ ଫସାଇବା ପାଇଁ ବିଛାଇଥିଲା ମାୟାଜାଲ । ଇରାନୀ ଗ୍ରୁପ୍ ର ଅଧିକ ଗୁମର ଖୋଲିବା ପାଇଁ ସ୍ୱାମୀ ନିଶିକାନ୍ତ ପାତ୍ରଙ୍କୁ ରିମାଣ୍ଡରେ ଆଣିବ ତମାଣ୍ଡୋ ପୋଲିସ । More

ତେଜୁଛି ଛାତ୍ର ସଂସଦ ନିର୍ବାଚନ ଅସନ୍ତୋଷ; ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡାମାଡ଼

ଛାତ୍ର ସଂସଦ ନିର୍ବାଚନ ଦାବିରେ ନବୀନ ନିବାସ ମୁହାଁ ହୋଇଥିଲା ଛାତ୍ର ସଂଗଠନ ଅଲ ଓଡିଶା ଷ୍ଟୁଡେଣ୍ଟସ ଭଏସ୍ । କଳା ପତାକା ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବାକୁ ଉଦ୍ୟମ ବେଳେ ରାସ୍ତାରୁ ଅଟକ କରିଥିଲା ପୋଲିସ । More