Advertisment

ଆଜିଠୁ ବଢିବ ବର୍ଷାର ପରିମାଣ !

ବଙ୍ଗୋପ ସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ପ୍ରଭାବରେ ଆଜିଠାରୁ ବର୍ଷାର ପରିମାଣ ବଢ଼ିପାରେ ।

ଅଦ୍ୟତନ ହୋଇଛି
Odisha Rainfall Warning

heavy rainfall

Advertisment

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇପାରେ ଏକ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆଜିଠାରୁ ବର୍ଷାର ପରିମାଣ ବଢ଼ିପାରେ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଦୁର୍ବଳ ମୌସୁମୀ ଯୋଗୁଁ ଖରିଫ ଧାନ ଚାଷ ସର୍ବାଧିକ ପ୍ରଭାବିତ ହୋଇଛି ।

Advertisment

ଜୁନ୍ ୧ରୁ ଜୁଲାଇ ୩ ତାରିଖ ମଧ୍ୟରେ ସ୍ୱାଭାବିକ ଠାରୁ ପାଖାପାଖି ୯୦ ପ୍ରତିଶତ କମ୍ ବର୍ଷା ହୋଇଛି । ଏହି ସମୟ ମଧ୍ୟରେ ୨୩୮ ମିଲମିଟର ବର୍ଷାର ଆକଳନ କରାଯାଇ ଥିବା ବେଳେ ହୋଇଛି ମାତ୍ର ୧୬୮. ୧ ମିଲିମିଟର । ଯାହାକି ସ୍ୱାଭାବିକ ଠାରୁ ୨୯ ପ୍ରତିଶତ କମ୍ । ତେବେ ମୌସୁମୀ ପୁଣି ସକ୍ରିୟ ହେବ ଓ ଆଜିଠାରୁ ବର୍ଷା ବଢ଼ିବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ । ଫଳରେ ରାଜ୍ୟର କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। 

ନୂଆପଡ଼ା, ସୁବର୍ଣ୍ଣପୁର, ସମ୍ବଲପୁର, ଦେବଗଡ଼, ମାଲକାନଗିରି, କୋରାପୁଟ,ରାୟଗଡ଼ା, ନବରଙ୍ଗପୁରକଳାହାଣ୍ଡି, କନ୍ଧମାଳ,ଗଜପତି, ଗଞ୍ଜାମ, ବଲାଙ୍ଗିର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା‌ରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ।

Advertisment
Weather Update Rainfall Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ