Advertisment

Health Alert: ଶିଶୁମାନଙ୍କ ଉପରେ ପଡ଼ୁଛି ଅଧିକ ପ୍ରଭାବ, ସଂକ୍ରମିତ ଶିଶୁଙ୍କୁ ସ୍କୁଲ୍ ନଛାଡ଼ିବାକୁ ପରାମର୍ଶ

ଶିଶୁ ରୋଗ ବିଶେଷଜ୍ଞଙ୍କ କହିବା କଥା- ଶୀତଦିନେ ପିଲାଙ୍କଠାରେ ନାକରୁ ପାଣି ଗଳିବା ସହିତ ମୁଣ୍ଡ ବିନ୍ଧା, କାଶ, ଜ୍ବର ଦେଖାଦେଇଥାଏ। ଏହି ଲକ୍ଷଣ ଦେଖାଗଲେ ପିଲାଙ୍କୁ ସ୍କୁଲ୍ ନଛାଡ଼ି ୫ ଦିନ ଆଇସୋଲେସନରେ ରଖନ୍ତୁ।

author-image
Tapan Swain
Flu

Flu Photograph: (OTV)

ଶୀତ ଆରମ୍ଭରୁ କାଶ-ଛିଙ୍କ ସାଙ୍ଗକୁ ଜ୍ବରରେ ଆକ୍ତାମାକ୍ତା ଓଡ଼ିଶା। ପିଲାଠୁ ବୁଢ଼ା ସମସ୍ତଙ୍କୁ ଗ୍ରାସୁଛି ଜ୍ବର। ଇନଫ୍ଲୁଏନଜା ଭାଇରାସ୍ ପ୍ରଭାବରେ ଥଣ୍ଡା ଜ୍ବର ବ୍ୟାପୁଥିବା କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ପିଲାମାନେ ଅଧିକ ସଂକ୍ରମିତ ହେଉଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର। ଇନଫ୍ଲୁଏନଜା ଭାଇରାସ୍ ପ୍ରଭାବରୁ କିଭଳି ରହିବ ସୁରକ୍ଷିତ ପଢ଼ନ୍ତୁ ଏଇ ରିପୋର୍ଟ ।...

Advertisment

ଶୀତରେ ଗ୍ରାସିଛି ଥଣ୍ଡା । ଘରେ ଘରେ ଖୁଁ ଖାଁ । କାଶ, ଛିଙ୍କରେ ଆକ୍ତାମାକ୍ତା ଓଡ଼ିଶା ।
ପିଲାଠୁ ବୁଢା, ସମସ୍ତଙ୍କୁ କବ୍ଜା କରିଛି ଥଣ୍ଡା। ଯୁଝିହେଉଛନ୍ତି ଲୋକେ। କାହାର ଥଣ୍ଡା ଛାଡ଼ୁନି ତ ଆଉ କିଏ କାଶି କାଶି ନୟାନ୍ତ। ଋତୁ ବଦଳିବା ସହିତ ଏବେ ଘରେ ଘରେ ପ୍ରବଳ ଜ୍ୱର, ଥଣ୍ଡା ଏବଂ କାଶ। ଶରୀର ଯନ୍ତ୍ରଣା ଭଳି ଲକ୍ଷଣ ବି ଦେଖାଦେଉଛି। ଡାକ୍ତରଙ୍କ ମତରେ, ଭାଇରାଲ୍ ଡିଜିଜ୍, ବିଶେଷକରି ଫ୍ଲୁ ଭଳି ରୋଗରେ ଆକ୍ରାନ୍ତ ହେଉଛନ୍ତି ଲୋକେ। ଶିଶୁମାନଙ୍କ ଉପରେ ପଡ଼ୁଛି ଅଧିକ ପ୍ରଭାବ।

ଭାଇରସ୍ ଚାଲିଗଲା ପରେ ଆଲର୍ଜୀ

ଶିଶୁ ରୋଗ ବିଶେଷଜ୍ଞଙ୍କ କହିବା କଥା- ଶୀତଦିନେ ପିଲାଙ୍କଠାରେ ନାକରୁ ପାଣି ଗଳିବା ସହିତ ମୁଣ୍ଡ ବିନ୍ଧା, କାଶ, ଜ୍ବର ଦେଖାଦେଇଥାଏ। ଏହି ଲକ୍ଷଣ ଦେଖାଗଲେ ପିଲାଙ୍କୁ ସ୍କୁଲ୍ ନଛାଡ଼ି ୫ ଦିନ ଆଇସୋଲେସନରେ ରଖନ୍ତୁ। ବାହାରକୁ ଗଲେ ମାସ୍କ ପିନ୍ଧାନ୍ତୁ। କେବଳ ଡାକ୍ତରଙ୍କ ପରାମର୍ଶରେ ହିଁ ଔଷଧ ଦିଅନ୍ତୁ । ଭାଇରସ୍ ଚାଲିଗଲା ପରେ ବି ଆଲର୍ଜୀ କାରଣରୁ ପ୍ରାୟ ସପ୍ତାହେ ଯାଏଁ ରାତିରେ କାଶ ଲାଗିରହିଥାଏ। ଏଥିପାଇଁ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର। 

Advertisment

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଫ୍ଲୁ ଭାବରେ ଜଣାଶୁଣା ଋତୁକାଳୀନ ଇନଫ୍ଲୁଏଞ୍ଜା ହେଉଛି ଇନଫ୍ଲୁଏଞ୍ଜା ଭାଇରସ୍ ଦ୍ୱାରା ହେଉଥିବା ଏକ ତୀବ୍ର ଶ୍ୱାସକ୍ରିୟା ସଂକ୍ରମଣ। ସାରା ବିଶ୍ୱରେ ଫ୍ଲୁ ଅତ୍ୟନ୍ତ ସାଧାରଣ। ଭାରତରେ ଋତୁକାଳୀନ ଫ୍ଲୁ’ର ମାମଲା ଦିନକୁ ଦିନ ବୃଦ୍ଧି ପାଉଛି। ପ୍ରତିବର୍ଷ ଇନଫ୍ଲୁଏଞ୍ଜାର ମ୍ୟୁଟେସନ୍ ହୋଇଥାଏ । ଏଣୁ ଥଣ୍ଡା ଶରୀରରେ ଅଧିକ ଦିନ ରହୁଛି। ଭାରତରେ ବର୍ଷା ଓ ଶୀତ ଦିନେ ଏହା ସକ୍ରିୟ ହୋଇଥାଏ। ରୋଗ ପ୍ରତିରୋଧକ ଶକ୍ତି କମ୍ ହେଲେ ବାରମ୍ବାର ଥଣ୍ଡା ସଂକ୍ରମଣ ବଢିଥାଏ । 

ଥଣ୍ଡା ଜ୍ବର ପରିବାରରେ ଜଣଙ୍କୁ ହେଲେ ଆଉ ଜଣଙ୍କୁ ସଂକ୍ରମିତ ହୋଇଥାଏ । ଏଣୁ ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।...

Influenza Health Tips
Advertisment
Related Articles
Advertisment