Advertisment

Puri Jagannath Temple: ଶ୍ରୀମନ୍ଦିର ସମ୍ପର୍କରେ ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ଟିପ୍ପଣୀ , ବିବାହ ପୂର୍ବରୁ ଦର୍ଶନ କଲେ ପ୍ରେମ ସଫଳ ହେବନି

ଦେଶର ଜଣାଶୁଣା ସୋସିଆଲ ମିଡିଆ ଇନଫ୍ଲୁଏନସର୍ ଶୁଭଙ୍କର ମିଶ୍ରଙ୍କ ଶ୍ରୀମନ୍ଦିର ସମ୍ପର୍କରେ ବିବାଦୀୟ ଟିପ୍ପଣୀକୁ ନେଇ ଚର୍ଚ୍ଚା। ଯାହାକୁ ନେଇ ପୁରୀରେ ବିଭିନ୍ନ ମହଲ ନାପସନ୍ଦ କରିଛନ୍ତି।

author-image
Manas Ranjan Mohanty
PURI TEMPLE

PURI TEMPLE Photograph: (OTV)

ଦେଶର ଜଣାଶୁଣା ସୋସିଆଲ ମିଡିଆ ଇନଫ୍ଲୁଏନସର୍ ଶୁଭଙ୍କର ମିଶ୍ରଙ୍କ ଶ୍ରୀମନ୍ଦିର ସମ୍ପର୍କରେ ବିବାଦୀୟ ଟିପ୍ପଣୀକୁ ନେଇ ଚର୍ଚ୍ଚା। ଯାହାକୁ ନେଇ ପୁରୀରେ ବିଭିନ୍ନ ମହଲ ନାପସନ୍ଦ କରିଛନ୍ତି। ଶୁଭଙ୍କର କହିଥିଲେ, ବିବାହ ପୂର୍ବରୁ ପ୍ରେମୀ ଯୁଗଳ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଲେ ସେମାନଙ୍କ ପ୍ରେମ କେବେବି ସଫଳ ହେବନାହିଁ । ସେମାନେ କେବେ ବି ବିବାହ ବନ୍ଧନରେ ବାନ୍ଧି ହୋଇପାରିବେ ନାହିଁ। କାରଣ ଶ୍ରୀମନ୍ଦିର ଉପରେ ମା' ରାଧାରାଣୀଙ୍କ ଅଭିଶାପ ପଡିଛି। ମା' ରାଧାରାଣୀ ଶ୍ରୀକୃଷ୍ଣଙ୍କୁ ଜଗନ୍ନାଥଙ୍କ ରୂପରେ ଦର୍ଶନ କରିବାକୁ ଯାଉଥିବା ବେଳେ ସେବାୟତମାନେ ତାଙ୍କୁ ଅଟକାଇଥିଲେ। କହିଥିଲେ ଶ୍ରୀମନ୍ଦିର ଭିତରକୁ ଭଗବାନଙ୍କ ଧର୍ମପତ୍ନୀଙ୍କ ପ୍ରବେଶ ଉପରେ ବାରଣ ରହିଛି। ଆପଣ କିଭଳି ଭିତରକୁ ଆସିଲେ। ଏକଥା ଶୁଣି ମା' ରାଧାରାଣୀ ରାଗିଯାଇ ଶ୍ରୀମନ୍ଦିରକୁ ଅଭିଶାପ ଦେଇଥିଲେ। ଶୁଭଙ୍କର ମିଶ୍ରଙ୍କ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ପ୍ରତି ଏଭଳି ଭୁଲ୍ ଉପସ୍ଥାପନକୁ ନେଇ ପୁରୀରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ... 

Advertisment

ଶ୍ରୀମନ୍ଦିର ସମ୍ପର୍କରେ ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ଟିପ୍ପଣୀ
ଶୁଭଙ୍କର ମିଶ୍ରଙ୍କ ଟିପ୍ପଣୀକୁ ନେଇ ପୁରୀରେ ପ୍ରତିକ୍ରିୟା
ପ୍ରେମୀ ଯୁଗଳଙ୍କ ଶ୍ରୀମନ୍ଦିର ଦର୍ଶନ ଉପରେ କହିଥିଲେ ଶୁଭଙ୍କର
ବିବାହ ପୂର୍ବରୁ ଦର୍ଶନ କଲେ ପ୍ରେମ ସଫଳ ହେବନି କହିଥିଲେ
ବିବାହ ବନ୍ଧନରେ ବାନ୍ଧି ହୋଇପାରିବେ ନାହିଁ କହିଥିଲେ
ଶ୍ରୀମନ୍ଦିର ଉପରେ ମା' ରାଧାରାଣୀଙ୍କ ଅଭିଶାପ ପଡିଛି କହିଥିଲେ
ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ପ୍ରତି ଭୁଲ୍ ଉପସ୍ଥାପନକୁ ନେଇ ତୀବ୍ର ପ୍ରତିକ୍ରିୟା

Puri
Advertisment
Related Articles
Advertisment