/odishatv-khabar/media/media_files/2025/11/27/rkl-nit-cancer-medicines-2025-11-27-19-18-42.jpg)
Rkl-NIT-Cancer-Medicines Photograph: (OTV)
ସଫଳ ହେଲା ଦୁଇ ବର୍ଷର ଗବେଷଣା । ବାହାରିଲା କ୍ୟାନସର ମେଡିସିନ ! ରାଉରକେଲା NIT ତିଆରି କଲା କର୍କଟ ରୋଗର ଔଷଧ । ମାରାତ୍ମକ ରୋଗ କ୍ୟାନସରକୁ ନେଇ ବଡ଼ ଖୁସି ଖବର ଦେଇଛି ଓଡ଼ିଶାର ରାଉରକେଲା NIT । ମସଲା ଜାତୀୟ ପିପଳିରୁ ପ୍ରସ୍ତୁତ ହୋଇଛି କର୍କଟ ରୋଗର ମେଡିସିନ୍ l କୋଲୋନ୍ କର୍କଟ ଏମିତି ଏକ ରୋଗ ଯେଉଁଥିରେ ଶରୀରର ବଡ଼ ଅନ୍ତଃନଳୀରେ କୋଷ ବୃଦ୍ଧି କରି ଟ୍ୟୁମର କରିଥାଏ l ଯାହାକି କର୍କଟ ରୋଗର ଏକ ବଡ଼ କାରଣ l NITର ଏହି ମେଡିସିନ୍ ପେସେଣ୍ଟଙ୍କ ଆକ୍ଟିଭ୍ କ୍ୟାନ୍ସର କୋଷ ଗୁଡିକୁ ନଷ୍ଟ କରିଥାଏ ଏବଂ ସୁସ୍ଥ ସେଲ୍ ଗୁଡିକୁ ସୁରକ୍ଷିତ ରଖିଥାଏ ବୋଲି କୁହାଯାଇଛି।
ଲାଇଫ ସାଇନ୍ସ ବିଭାଗରେ କର୍କଟ ରୋଗର ପରୀକ୍ଷଣ ପାଇଁ ଏକ ସ୍ଵତନ୍ତ୍ର ପ୍ରକୋଷ୍ଠ ହୋଇଛି l ସେଠାରେ NITର ଟିମ୍ ଦୁଇ ବର୍ଷରୁ ଅଧିକ ପିପଳିକୁ ନେଇ ଗବେଷଣା କରିଥିଲେ l ଯାହାଦ୍ବାରା ଏବେ ଗବେଶକମାନଙ୍କୁ ସଫଳତା ମିଳିଛି । ଖୁବ୍ ଶୀଘ୍ର ଏହି ମେଡିସିନ୍ ବଜାରକୁ ଆସିବ ବୋଲି କହିଛନ୍ତି NIT ନିର୍ଦ୍ଦେଶକ l ଅନେକ କର୍କଟ ରୋଗୀ କେମୋଥେରାପି ନେଇ ବହୁତ କଷ୍ଟ ପାଇବା ସହ ଖର୍ଚ୍ଚାନ୍ତ ହେଉଛନ୍ତି । କିନ୍ତୁ ଏହି ମେଡ଼ିସିନ୍ ସେ ସବୁରୁ ମୁକ୍ତି ଦେବ ବୋଲି କୁହାଯାଉଛି ।
ସଫଳ ହୋଇଛି ଦୁଇ ବର୍ଷର ଗବେଷଣା । ରାଉରକେଲା NIT ଦେଇଛି ଖୁସିର ଖବର । କୋଲୋନ୍ କର୍କଟ ପାଇଁ ଏହି ମେଡିସିନ୍ କ୍ୟାନସର ପାଇଁ ରାମ ବାଣ ହେବ ବୋଲି କୁହାଯାଉଛି ।
Goddess Lakshmi: କରନ୍ତୁ ଏହି ୬ଟି କାମ , ଘରେ ହେବ ଧନର ବର୍ଷା...ରହିବନି ଅଭାବ !

Margasira Gurubara Special: ଗୁରୁବାରରେ ବନାନ୍ତୁ ଟେଷ୍ଟି ଦହି ବାଇଗଣ , ହାତ ଚାଟିକି ଖାଇବେ

Taylor Swift: ଯୁଆଡେ ଗଲେ ହୁଏ ଟଙ୍କାର ବର୍ଷା , ବଦଳିଯାଏ ସହରର ଭାଗ୍ୟ...ସିଙ୍ଗର ନୁହେଁ ତ ଟଙ୍କା ଛାପିବାର ମେସିନ

How To Impress: ଗର୍ଲଫ୍ରେଣ୍ଡର ଘରକୁ ଯାଉଛନ୍ତି କି ? ଏହି ୪ଟି କଥାକୁ ବିଶେଷ ଧ୍ୟାନ ଦିଅନ୍ତୁ...ପ୍ରଥମ ଦେଖାରୁ ସବୁ ହୋଇଯିବ ସେଟ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)