ଅମିତାଭଙ୍କ ଏହି ପୋଷ୍ଟଟି ଖୁବ୍ ଭାଇରାଲ ମଧ୍ୟ ହୋଇଛି । ତେବେ ତାଙ୍କ ଲେଖାରୁ ଏହା ସ୍ପଷ୍ଟ ଥିଲା ଯେ, ସେ ମଜାକ୍ରେ ଲେଖିଛନ୍ତି ।
ପ୍ରଶଂସକଙ୍କ ଏହି ସୁନ୍ଦର ପ୍ରଶ୍ନର ଉତ୍ତର ନିଜେ କ୍ରିକେଟର କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକର ରଖିଛନ୍ତି । ସେ ତାଙ୍କ ଉତ୍ତରରେ ଏକ ସ୍ମାଇଲ୍ ପୋଜ୍ର ଫଟୋ ପୋଷ୍ଟ କରିବା ସହ ଏହା ‘ମୋ ବ୍ଲୁ-ଟିକ୍ର ଭେରିଫିକେସନ୍’ ବୋଲି କ୍ୟାପସନ୍ରେ ଲେଖିଛନ୍ତି ।
ଟ୍ୱିଟର ଖୋଲିବା ପରେ ପ୍ରୋଫାଇଲ୍ ସେକ୍ସନରେ ଥିବା ବ୍ଳୁ-ଟିକ୍ ଉପରେ କ୍ଲିକ୍ କରନ୍ତୁ । ଏହାପରେ ଆପଣ ସବ୍ସକ୍ରିବସନ୍ ପ୍ଲାନ୍ରେ ଆପଣଙ୍କ ସୁବିଧା ମୁତାବକ ପ୍ଲାନ୍ ବାଛିପାରିବେ ।
ଟ୍ୱିଟର୍ରୁ ବଲିଉଡର ଶେହଂଶାହ ଅମିତାଭ ବଚ୍ଚନଙ୍କ ଠାରୁ ବ୍ଲୁ ଟିକ୍ ହଟାଇ ନିଆଯାଇଛି। ଏହାକୁ ନେଇ ବିଗ୍ ବି ଏକ ମଜାଳିଆ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ଏଲନ୍ ମସ୍କଙ୍କୁ ହାତ ଯୋଡି ବ୍ଲ୍ୟୁ ଟିକ୍ ଫେରେଇଦେବାକୁ କହିଛନ୍ତି।
କିଛି ଖ୍ୟାତନାମା ବ୍ୟକ୍ତିଙ୍କ ଭେରିଫାଏଡ୍ ଟ୍ୱିଟରରୁ ବ୍ଲୁ ଟିକ୍ ହଟି ଯାଇଛି। କ୍ରିକେଟ ଦୁନିଆର କିଛି ମହାନାୟକଙ୍କଠୁ ଆରମ୍ଭ କରି ବଲିଉଡ୍ର ସୁପରଷ୍ଟାର ଓ ରାଜନେତାଙ୍କୁ ଅଧ ରାତିରେ ଏହି ବଡ଼ ଝଟ୍କା ଲାଗିଛି।
ଫେସବୁକ୍ ହେଉ ବା ଟ୍ୱିଟର କିମ୍ବା ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ, ସବୁଠି ବ୍ଲୁ ଟିକ୍ ମାର୍କ ପାଇବା ସମସ୍ତଙ୍କ ପାଇଁ ସ୍ୱପ୍ନ । ତେବେ ଯେଉଁମାନେ ଟ୍ୱିଟର୍ ବ୍ଲୁରେ ସବସ୍କ୍ରିପସନ୍ କରିନଥିବେ କିମ୍ବା ବ୍ଲୁ ଟିକ୍ ପାଇଁ ଟଙ୍କା ପଇଠ କରିନଥିବେ, ତାଙ୍କ ଆକାଉଣ୍ଟରୁ ଆଜିଠୁ ବ୍ଲୁ ଟିକ୍ ହଟିଯିବ ।
ଗତ କିଛି ମାସ ଧରି ଏଲନଙ୍କ ସମୟ ଖୁବ ଖରାପ ଚାଲିଥିଲା । କିନ୍ତୁ ସେ ଏହା ମଧ୍ୟ କହିଛନ୍ତି ଯେ, ଟ୍ୱିଟରକୁ କିଣିବା ନିଷ୍ପତ୍ତି ସଠିକ୍ ଥିଲା ।
୩ ଦିନ ବି ରହିପାରିଲା ନାହିଁ ଡଗି । ପୁଣି ନୀଳ ପକ୍ଷୀକୁ ଫେରାଇ ଆଣିଲେ ଏଲନ୍ ମସ୍କ ।
ବିଳମ୍ବିତ ରାତିରେ ଟ୍ୱିଟରରେ ବଡ ପରିବର୍ତ୍ତନ । ଟ୍ୱିଟର ଆକାଉଣ୍ଟରେ ନୀଳ ପକ୍ଷୀ ବଦଳରେ ଏକ କୁକୁର (ଡଗି)କୁ ଦେଖିବାକୁ ମିଳିଥିଲା । ଏହା ଦେଖି ୟୁଜର୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ସାଂସଦ ପଦ ରଦ୍ଦ ହେବା ପରେ ସେ ନିଜର ଟ୍ୱିଟର୍ ବାୟୋରେ କିଛି ପରିବର୍ତ୍ତନ କରିଛନ୍ତି । ସେ ନିଜ ବାୟୋରେ ଡିସ୍କ୍ୱାଲିଫାଏଡ୍ ଏମ୍ପି ବୋଲି ଲେଖିଛନ୍ତି । ଯାହାକୁ ନେଇ ଏବେ ଦେଶସାରା ଚର୍ଚ୍ଚା ହେଉଛି ।
ମସ୍କ ଏକ ବଡ଼ ଘୋଷଣା କରିଛନ୍ତି । ଯେଉଁମାନେ ପୂର୍ବରୁ ଟ୍ୱିଟର୍ରେ ବ୍ଲୁ ଟିକ୍ ପାଇଛନ୍ତି ଏବଂ ସବ୍ସ୍କ୍ରିପସନ୍ ପାଇଁ ଟଙ୍କା ଦେଇନାହାନ୍ତି, ଏପ୍ରିଲ୍ରୁ ସେମାନଙ୍କ ଆକାଉଣ୍ଟରେ ଆଉ ବ୍ଲୁ ଟିକ୍ ରହିବ ନାହିଁ ।
ମୁଖ୍ୟମନ୍ତ୍ରୀଙ୍କ ଉପରେ ବିରୋଧୀ ଠୋ-ଠୋ ହୋଇ ହସିବା ସହ ଗୃହରେ ହଙ୍ଗାମା କରିଥିଲେ ।
ନବ ଦାସ ସଂପର୍କିତ ଖବରର ଅପଡେଟ୍ ଭିଡିଓ କିମ୍ବା ଫଟୋ ପୋଷ୍ଟ କଲେ, ସେଥିରେ ସୋସିଆଲ୍ ମିଡିଆ ବ୍ୟବହାରକାରୀ ନିଜ ମତ ଦେବାର ମୌକା ଛାଡୁନାହାଁନ୍ତି। ଯେମିତି ଓଟିଭିର ଫେସବୁକ୍, ଟ୍ୱିଟର ଓ ୟୁଟ୍ୟୁବରେ ପୋଷ୍ଟ ହୋଇଥିବା, ଗୋପାଳ କ୍ରାଇମ୍ ସିନ୍ ରିକ୍ରିଏସନର କିଛି ଫଟୋରେ ଲୋକେ ଦେଇଛନ୍ତି ଏମିତି ମତ…
କଙ୍ଗନା ରାଣାୱତ ପୁଣି ଥରେ ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ଆକ୍ରମଣ କରିଛନ୍ତି। ତାଙ୍କ ଟ୍ୱିଟର୍ ଆକାଉଣ୍ଟ ରିଷ୍ଟୋର୍ ହେବା ପରେ ବଲିଉଡ୍କୁ ଆକ୍ରମଣ କରି ଏହାକୁ ଅତି ଖରାପ ବୋଲି କହିଛନ୍ତି। ଏହା କଳାର ମୂଲ୍ୟ ବୁଝିପାରୁ ନାହିଁ ବୋଲି ସେ କହିଛନ୍ତି।
ଗତ କିଛି ଦିନ ମଧ୍ୟରେ ଏଲନ୍ ମସ୍କଙ୍କ ସମ୍ପତ୍ତି ପାଖାପାଖି ୨୦୦ ବିଲିୟନ୍ ତଳକୁ ଖସିଯାଇଛି ।
୨୦୦ ମିଲିୟନରୁ ଅଧିକ ଟ୍ୱିଟର ୟୁଜର୍ସଙ୍କ ଇ-ମେଲ୍ ଆଡ୍ରେସ୍ ଲିକ୍ ହୋଇଥିବା ସୂଚନା ମିଳିଛି। ଏହିସବୁ ଇ-ମେଲ୍ ଆଡ୍ରେସ୍କୁ ଚୋରି କରି ହ୍ୟାକର୍ସମାନେ ଏହାକୁ ଅନ୍ଲାଇନ୍ ହ୍ୟାକିଂ ଫୋରମ୍ରେ ପୋଷ୍ଟ କରିଥିବା ଜଣେ ସିକ୍ୟୁରିଟି ରିସର୍ଚ୍ଚର କହିଛନ୍ତି।
ଟ୍ୱିଟର୍ର ୱେବ୍ ଭର୍ସନକୁ ସାଇନ୍ ଇନ୍ରେ ଏରର୍ ନୋଟିସ୍ ଆସୁଥିବା ଦେଖିବାକୁ ମିଳିଛି। ଆଜି ଭୋର ସମୟରେ ଲଗ୍ ଇନ୍ ବେଳେ କିଛି ୟୁଜର୍ସଙ୍କୁ ସାଇନ୍ ଇନ୍ରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା।
ଏଭଳି କିଛି ଟ୍ୱିଟ୍କୁ ନେଇ ଏବେ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି ହୋଇଛି ।
ବୁଡ, ଭାରତୀୟ ସଂସ୍କୃତିର ଏକ ପବିତ୍ର ପରମ୍ପରା। ଶହ ଶହ ବର୍ଷ ପୂର୍ବରୁ ଶୀତଦିନେ ଏହି ପରମ୍ପରା ପାଳନ ହୋଇଆସୁଛି। କିନ୍ତୁ, କଥା ହେଉଛି ଏହି ପାଗରେ ଥଣ୍ଡା ପାଣିରେ ପଶିବା ଅନେକଙ୍କ ପକ୍ଷେ କଷ୍ଟକର। ସେମାନଙ୍କ ପାଇଁ ଜଣେ ବ୍ୟକ୍ତି ଏମିତି ଏକ ଅଜବ ସୁଯୋଗ ନେଇ ଆସିଛନ୍ତି। ଦେଖନ୍ତୁ…
ଟ୍ୱିଟର(Twitter)କୁ କିଣିବା ପରେ ଏଲନ୍ ମସ୍କ (Elon Musk)ଙ୍କୁ ନେଇ ଚର୍ଚ୍ଚା ଆହୁରି ଜୋର ଧରିଛି। କେତେବେଳେ ଛଟେଇ ତ ଆଉ କେତେବେଳେ ଅଫିସ୍ରେ କଟକଣା, ପୁଣି କେତେବେଳେ ଟ୍ୱିଟ୍କୁ ନେଇ ୟୁଜରଙ୍କ ଉପରେ କଟକଣା।
ଟ୍ୱିଟରରେ ବ୍ଲୁ-ଟିକ୍ ପାଇବା ପାଇଁ ୮ ଡଲାର ଦେବାକୁ ହେଉଛି । ଯିଏ ମାସିକ ଆଠ ଡଲାର ବା ଭାରତୀୟ ମୁଦ୍ରା ଅନୁସାରେ ୬୬୨ ଟଙ୍କା ଦେବ ସେମାନଙ୍କ ପାଇଁ ଟ୍ୱିଟରରେ ବ୍ଲୁ-ଟିକ୍ ଉପଲବ୍ଧ ହେବ ।
ପ୍ରୋଫାଇଲ ଭେରିଫାଇ ହେବା ପରେ ବ୍ଲୁ ଟିକ୍ ରହିବ।
ସାନ୍ଫ୍ରାନସିସ୍କୋରେ ଥିବା ଟ୍ୱିଟର ହେଡ୍ ଅଫିସ୍ର ଅଧିକାଂଶ ଫ୍ଲୋରକୁ ବେଡ୍ରୁମ୍ ଭଳି ସଜାଇଛନ୍ତି ଏଲନ୍ ।
ଟିକଟକ୍ରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ମହିଳା ନାଚ ଜରିଆରେ କାହାଣୀ ବଖାଣୁଛି । ସେ ପୁଣି ଏମିତି ସେମିତି କାହାଣୀ ନୁହେଁ ବରଂ ନିଜ ସ୍ୱାମୀକୁ ହତ୍ୟା କରାଯାଇଥିବା କାହାଣୀ ।