• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସୋସିଆଲ ମିଡ଼ିଆ 'ଏକ୍ସ' ର ସର୍ଭର ଡାଉନ । ସାରା ବିଶ୍ବରେ 'ଏକ୍ସ'ର ସର୍ଭର ଡାଉନ ହୋଇଥିବା ସୂଚନା ମିଳିଛି । ଫଳରେ ନିଜ ଟାଇମ ଲାଇନ କିମ୍ବା ଅନ୍ୟ ଟାଇମ ଲାଇନ ଦେଖି ପାରୁନାହାନ୍ତି ବ୍ୟବହାରକାରୀ । ସର୍ଭର ଡାଉନ ଯୋଗୁ ଟାଇମ ଲାଇନ ବ୍ଲାଙ୍କ୍ ହୋଇଯାଇଛି ।

ମାଇକ୍ରୋ ବ୍ଲଗିଂ ସାଇଟ 'ଏକ୍ସ'ର ସର୍ଭର ଡାଉନ ପରେ ସୋସିଆଲ ମିଡିଆ ୟୁଜର୍ସ ଅସୁବିଧାରେ ପଡ଼ିଛନ୍ତି । କୌଣସି ପୋଷ୍ଟ ମଧ୍ୟ ଦେଖିବାକୁ ମିଳୁନାହିଁ । ତେବେ କାହିଁକି ଏଭଳି ସ୍ଥିତି ହୋଇଛି ସେନେଇ ଏକ୍ସ ପକ୍ଷରୁ କୌଣସି ସୂଚନା ଦିଆ ଯାଇନାହିଁ । ତେବେ ଏପରି ଅସୁବିଧା ମୁଖ୍ୟତଃ ସର୍ଭର ଡାଉନ ଥିବା ବେଳେ ଦେଖିବାକୁ ମିଳିଥାଏ । ଏହା ସହ ଟ୍ୱିଟର କିମ୍ବା ଏକ୍ସ ଯଦି କୌଣସି ପ୍ରକାର ଫିଚର ଆଣିବାକୁ ଚାହୁଁଥିବ, ତେବେ ମଧ୍ୟ ଏପରି ସମସ୍ୟା ଦେଖା ଯାଇପାରେ ।

ଅନ୍ୟପଟେ କୌଣସି ଭାଇରସ ଆକ୍ରମଣ ମଧ୍ୟ ଏହାର କାରଣ ହୋଇପାରେ ବୋଲି ସୂଚନା ମିଳୁଛି । ଗତ ଏକ ଘଣ୍ଟା ହେବ ଏକ୍ସ ଡାଉନ ସତ୍ତ୍ବେ, କୌଣସି ପ୍ରକାର ସୂଚନା ଏକ୍ସ ତରଫରୁ ଜାରି କରାଯାଇନାହିଁ । ଅନ୍ୟପଟେ ଟ୍ୱିଟରକୁ ଏଲନ ମସ୍କ କିଣିବାପରେ ଏପରି ଅସୁବିଧା ବାର ବାର ହେଉଥିବା ଅଭିଯୋଗ କରିଛନ୍ତି ଏକ୍ସ ବ୍ୟବହାରକାରୀ ।

ଏକ୍ସ ଡାଉନ ବୋଲି ଟ୍ରେଣ୍ତ କରିବା କରିବା ସତ୍ତ୍ବେ ବର୍ତ୍ତମାନ ପର୍ଯ୍ୟନ୍ତ ଏକ୍ସ ତରଫରୁ କୌଣସି ଅପଡେଟ ଦିଆଯାଇନାହିଁ । ଏନେଇ ୟୁଜର୍ସଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ କିଛି ଅପଡେଟ ପାଇଁ ସର୍ଭର ଡାଉନ ରହିଥାଇପାରେ ବୋଲି ସୂଚନା ମିଳୁଛି ।

ପେଡ୍ ଫିଚର ଆଣିବା ସମୟରେ ମଧ୍ୟ ଏକ୍ସ କିଛି ସମୟ ପାଇଁ ଡାଉନ ରହିଥିଲା । ପରେ ଫିଚର ଆସିବା ପରେ ଏହା ସ୍ୱାଭାବିକ ଭାବେ କାମ କରିଥିଲା । ଏଣୁ ଚଳିତ ଥର ମଧ୍ୟ ସେହିପରି କିଛି ଫିଚର ଆସୁ ଥାଇପାରେ ବୋଲି ବିଶେଷଜ୍ଞଙ୍କ ତରଫରୁ ମତ ପ୍ରକାଶ ପାଇଛି । ପାଖାପାଖି ଏକ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଡାଉନ ରହିବା ପରେ ଏହା ଠିକ ହୋଇ ସାରିଛି ବୋଲି ଜଣା ପଡ଼ିଛି ।