• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାରା ବିଶ୍ୱରେ ଏବେ ଟ୍ୱିଟର ଚର୍ଚ୍ଚା । ପ୍ରତ୍ୟେକ ଦିନ ଗଣମାଧ୍ୟମରେ ଟ୍ୱିଟରକୁ ନେଇ କିଛି ନା କିଛି ଖବର ପ୍ରକାଶ ପାଉଛି । ଟ୍ୱିଟରର ଲୋଗୋ ଏବେ ବଦଳିଯାଇଛି । ନୀଳ ପକ୍ଷୀରୁ ଏବେ ଏକ୍ସ ହୋଇଛି । ଏମିତିକି ଅଫିସିଆଲ ଭାବେ ଟ୍ୱିଟର ଏବେ ବନ୍ଦ କରିଦିଆଯାଇଛି । ତା’ବଦଳରେ ଆରମ୍ଭ ହୋଇଛି ଏକ୍ସ । ଆଉ ଏହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ।

ତେବେ ଲୋଗୋରୁ ନୀଳ ପକ୍ଷୀକୁ ହଟାଇବା ପରେ, ଏବେ ଆହୁରି ଅନେକ କିଛି ପରିବର୍ତ୍ତନ କରିବା ଦିଗରେ ପ୍ରସ୍ତୁତି କରୁଛି ଏକ୍ସ ବା ଟ୍ୱିଟର । ଏମିତି ଲାଗୁଛି ଯେମିତି ବହୁତ କିଛି ହେଉଛି । ଆଉ ଏଲନ ମସ୍କ ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି ।

ଏଲନ୍‌ ଚିନ୍ତା କରୁଛନ୍ତି ଯେ, ଏକ୍ସ କେବଳ ଡାର୍କ ମୋଡ୍‌ରେ ସାମ୍ନାକୁ ଆସିବା ଉଚିତ୍ । ମସ୍କ ଏକ ଟ୍ୱିଟ୍‌ର ରିପ୍ଲାଏ ଦେଇ କହିଛନ୍ତି ଯେ, ଏହି ପ୍ଲାଟ୍‌ଫର୍ମରେ ଖୁବ୍‌ଶୀଘ୍ର ଡାର୍କ ମୋଡ୍‌ ଉପଲବ୍ଧ ହେବ । ଏହା ସବୁ ଦିଗରୁ ଉତ୍ତମ । ମସ୍କଙ୍କ ଉତ୍ତରରୁ ଯାହା ଅନୁମାନ କରାଯାଉଛି, ଯେ ୟୁଜରଙ୍କ ପାଖରେ ଲାଇଟ୍‌ ମୋଡ୍‌ ଯିବାକୁ ଆଉ କୌଣସି ବିକଳ୍ପ ରହିବ ନାହିଁ ।

ଅଧିକ ପଢ଼ନ୍ତୁ: 'X' ଅକ୍ଷର ପ୍ରତି ମସ୍କଙ୍କ ଅହେତୁକ ଦୁର୍ବଳତା: ଖାଲି କଂପାନୀ ନୁହେଁ, ପିଲାଙ୍କ ନାଁରେ ବି ରହିଛି 'ଏକ୍ସ'

ଦୁଇଟି ଅପ୍‌ସନ୍‌ ମିଳିଥାଏ:

ଏବେ ଟ୍ୱିଟର ବ୍ୟବହାରକାରୀଙ୍କୁ ଦୁଇଟି ମୋଡ୍ ବାଛିବା ପାଇଁ ବିକଳ୍ପ ରହିଛି । ଏଥିରେ ଏକ 'ଡିମ୍' ମୋଡ୍ ରହିଛି, ଯାହା ନୀଳ ରଙ୍ଗକୁ ଗାଢ଼ କରିଥାଏ । ଏଥିରେ ବ୍ୟାକ୍‌ଗ୍ରାଉଣ୍ଡ ସମ୍ପୂର୍ଣ୍ଣ କଳା ରହିଛି । କିନ୍ତୁ ଏବେ ବି ଏହା ସ୍ପଷ୍ଟ ନୁହେଁ ଯେ ଟ୍ୱିଟରରେ ଡିମ୍‌ ମୋଡ୍‌ ରହିବ କି ନାହିଁ ।

ଡାର୍କ ମୋଡ୍ କ’ଣ ?

ଏହାର ନାଁରୁ ହିଁ ଜଣାପଡ଼ୁଛି ଯେ, ଏହା ଏମିତି ଏକ ବ୍ୟବସ୍ଥା ଯାହାକି ୱେବସାଇଟ୍, ଆପ୍ଲିକେସନ୍ କିମ୍ବା କୌଣସି ଡିଭାଇସର ରଙ୍ଗକୁ ମୁଖ୍ୟତ ହାଲୁକା ରଙ୍ଗରୁ ଗାଢ଼ ରଙ୍ଗରେ ପରିବର୍ତ୍ତନ କରିଥାଏ । ଡାର୍କ ମୋଡ୍‌ରେ ବ୍ୟାକ୍‌ଗ୍ରାଉଣ୍ଡ ସାଧାରଣତଃ କଳା ରହିଥାଏ । ଏହାସହ ଲେଖା କିମ୍ବା ଅନ୍ୟାନ୍ୟ ସବୁ ଲାଇଟ୍‌ କଲର ରହିଥାଏ । ଯାହାଦ୍ୱାରା ଅଳ୍ପ ଲାଇଟ୍‌ରେ ବି ଲେଖା ପଢ଼ା ସହଜ ହୋଇଥାଏ । ଏହା ମଧ୍ୟ ଆଖି ଉପରେ ବିଶେଷ ପ୍ରଭାବ ପକାଇନଥାଏ।