• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଟ୍ୱିଟରକୁ ନେଇ ଥମୁନି ଚର୍ଚ୍ଚା । ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଦିନକୁ ଦିନ କିଛି ଅପ୍‌ଡେଟ୍‌ ହେଉଥିବାବେଳେ ତା’ର ଲୋଗୋ ମଧ୍ୟ ପରିବର୍ତ୍ତନ ହୋଇଛି । ଯାହାକୁ ନେଇ ୟୁଜର୍ସଙ୍କ ମଧ୍ୟରେ କ୍ରେଜ୍‌ ବଢ଼ିବାରେ ଲାଗିଛି । ନିକଟରେ ଟ୍ୱିଟର ମାଲିକ ଏଲନ୍ ମସ୍କ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରର ନାମକୁ ‘X’ରେ ପରିବର୍ତ୍ତନ କରିଛନ୍ତି । ଆଉ ଏବେ ସେହି ଟ୍ୱିଟରକୁ ନେଇ ପୁଣି ଏକ ଖବର ସାମ୍ନାକୁ ଆସିଛି ।

କୁହାଯାଉଛି କି, ଟ୍ୱିଟର ନାଁ ମଧ୍ୟ ପରିବର୍ତ୍ତନ କରିବେ ଏଲନ୍ ମସ୍କ । କାରଣ ନିକଟରେ ଏଲନ୍‌ ଏନେଇ କିଛି ଘୋଷଣା କରିଥିଲେ । ଗତ ସୋମବାର ଦିନ ଟ୍ୱିଟରର ଲୋଗୋ ପରିବର୍ତ୍ତନ କରାଯାଇଥିବାବେଳେ ସେହି ସମୟରେ ଟ୍ୱିଟରର ନାଁ ପରିବର୍ତ୍ତନ କରାଯିବ ବୋଲି କହିଥିଲେ ଏଲନ୍‌ ।

ମିଳିଥିବା ସୂଚନା ଅନୁସାରେ ଉପଭୋକ୍ତା ବା ୟୁଜର୍ସମାନେ ଗୁଗଲ ପ୍ଲେ-ଷ୍ଟୋରରେ ଟ୍ୱିଟରକୁ ଯଦି ସର୍ଚ୍ଚ କରନ୍ତି, ତେବେ ଟ୍ୱିଟର ମିଳିବ ନାହିଁ । ସେମାନେ ଟ୍ୱିଟର ବଦଳେରେ ‘X’କୁ ପାଇପାରିବେ । ଖାଲି ସେତିକି ନୁହେଁ ଟ୍ୱିଟର ଆପ୍‌ରେ ମଧ୍ୟ ଅନେକ ପରିବର୍ତ୍ତନ ଅଣାଯାଇଛି ।

ବଦଳିବ କି ଟ୍ୱିଟ୍ ନାଁ ?

ଟ୍ୱିଟରେ ୟୁଜର୍ସମାନେ ପୋଷ୍ଟ କରୁଥିବା ପ୍ରତ୍ୟେକ କଥାବସ୍ତୁ ବା ପ୍ରସଙ୍ଗକୁ ଟ୍ୱିଟ୍‌ ବୋଲି କୁହାଯାଇଥାଏ । କାରଣ ଟ୍ୱିଟରରେ ପୋଷ୍ଟ ବଟନ୍‌ ବଦଳରେ ଟ୍ୱିଟ୍‌ ଅପ୍‌ସନ୍‌ ରହିଥାଏ । ହେଲେ ବର୍ତ୍ତମାନ ଏହି ଅପ୍‌ସନ୍‌ର ନାଁକୁ ପରିବର୍ତ୍ତନ କରାଯାଇ ପୋଷ୍ଟ ରଖାଯିବ ବୋଲି ଚର୍ଚ୍ଚା ହେଉଛି । ରବିବାର ସକାଳେ ଟ୍ୱିଟ୍‌ ଅପ୍‌ସନ୍‌ର ନାଁ ବଦଳାଯାଇ ପୋଷ୍ଟ ରଖାଯାଇଥିବା ଦାବି ହୋଇଛି । କିଛି ୟୁଜର୍ସ ଏହାର ସ୍କ୍ରିନ୍‌ସଟ୍‌ ନେଇ ଟ୍ୱିଟରରେ ପୋଷ୍ଟ ମଧ୍ୟ କରିଥିବା ଦେଖିବାକୁ ମିଳିଛି । ପରେ ପରେ କମ୍ପାନୀ ପକ୍ଷରୁ ପୋଷ୍ଟ ଅପ୍‌ସନ୍‌କୁ ହଟାଇ ଦିଆଯାଇ ପୁରୁଣା ନାଁ ଟ୍ୱିଟ୍‌ ରଖାଯାଇଛି ।

ଏହାକୁ ନେଇ କିଛି ୟୁଜର୍ସ ଏଲନ୍‌ ମସ୍କଙ୍କୁ ପ୍ରଶ୍ନ ପଚାରିଥିବା ଦେଖିବାକୁ ମଧ୍ୟ ମିଳିଥିଲା । ଏଲନ୍‌ ମଧ୍ୟ ୟୁଜର୍ସଙ୍କ ଟ୍ୱିଟ୍‌ରେ ରିଟ୍ୱିଟ୍‌ କରି ଉତ୍ତର ରଖିଥିଲେ । ଜଣେ ୟୁଜର୍ସ ପ୍ରଶ୍ନରେ କହିଥିଲେ କି, ‘The send "Tweet" button now says "Post" on browser !!’ । ଏଲନ୍‌ ତାଙ୍କ ଉତ୍ତରରେ ‘Should just be an X’ ବୋଲି ଲେଖିଥିବା ଦେଖିବାକୁ ମିଳିଥିଲା ।

ହେଲେ ବର୍ତ୍ତମାନ ସୁଦ୍ଧା ଟ୍ୱିଟରର ନାମ ପରିବର୍ତ୍ତନ କରାଯିବ କି ନାହିଁ ତାହା ନେଇ କୌଣସି ନିଷ୍ପତ୍ତି ନିଆଯାଇପାରିନାହିଁ । ଏହାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବାବେଳେ ଆଗାମୀ ଦିନରେ ଏହା ଜଣାପଡ଼ିବ ।