/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724822116.jpg)
x formerly twitter
କାମ କରୁନି ‘ଏକ୍ସ’ । ପୋଷ୍ଟ ହୋଇପାରୁନି ଭିଡ଼ିଓ, ଫଟୋ । ‘ଏକ୍ସ’ ବ୍ୟବହାର କରୁଥିବା ଅନେକ ଇଣ୍ଟରନେଟ ୟୁଜର୍ସ ଅଭିଯୋଗ କରିଛନ୍ତି । ଏହା ପ୍ରଥମ ଥର ନୁହେଁ ଯେ ‘ଏକ୍ସ’ର ସେବା ଡାଉନ୍ ହୋଇଛି। ଏହାପୂର୍ବରୁ, ‘ଏକ୍ସ’ର ସେବା ଅନେକ ଥର ଏମିତି ଘଟିଛି।
ବ୍ୟବହାରକାରୀଙ୍କ କହିବାନୁଯାୟୀ, ଗତକାଲି ଠାରୁ ଏକ୍ସ ଠିକ୍ରେ କାମ କରୁନାହିଁ। ବାରମ୍ବାର ଲଗ୍ଆଉଟ୍ ହୋଇଯାଉଛି। ସେହିଭଳି ‘ଏକ୍ସ’ ମଧ୍ୟ ମନ୍ଥର ହେଉଛି । ଫଟୋ ପୋଷ୍ଟ କରିବା ସମୟରେ ଏହା ଶୋ’ କରୁନାହିଁ । ଅନ୍ତଜାର୍ତୀୟ ସ୍ତରରେ ମଧ୍ୟ ‘ଏକ୍ସ’ରେ ଆଜି ଏଭଳି ସମସ୍ୟା ଉପୁଜିଛି ।
X down?? pic.twitter.com/qZqUnFjXPn
— 𝐑𝐮𝐠𝐠𝐚ᵗᵒˣⁱᶜ (@LoyalYashFan) August 28, 2024
ୱେବ୍ରେ ‘ଏକ୍ସ’କୁ ଅନେକ ବ୍ୟକ୍ତି ଆକ୍ସେସ ମଧ୍ୟ କରିପାରୁ ନାହିଁନ୍ତି । ୱେବସାଇଟ୍ ଏବଂ ଅନଲାଇନ ସର୍ଭିସ କାମ ନକରିବା ସଂପର୍କରେ ନଜର ରଖୁଥିବା ସଂସ୍ଥା ଡାଉନଡିଟେକ୍ଟରର କହିବାନୁଯାୟୀ, ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଏଭଳି ସମସ୍ୟା ବଢ଼ୁଥିବା ଦର୍ଶାଇଛି ।
ଡାଉନଡିଟେକ୍ଟରର କହିବାନୁଯାୟୀ ‘ଏକ୍ସ’ର ଉଭୟ ୱେବସାଇଟ୍ ଓ ଆପ୍ରେ ସମସ୍ୟା ଦେଖାଦେଇଛି । ଆମେରିକା, କାନାଡା ଓ ଭାରତରେ ଏଭଳି ସମସ୍ୟା ସଂପର୍କରେ ଅଧିକ ରିପୋର୍ଟ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)