• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଜିଠୁ ଲାଗୁ ହେବ ସୋସିଆଲ ମିଡିଆ ଟ୍ୱିଟରର ନୂଆ ଲୋଗୋ । ଏନେଇ ନିଷ୍ପତ୍ତି ନେଇଛନ୍ତି ଟ୍ୱିଟର ମାଲିକ ଏଲନ ମସ୍କ । ଏମିତି କି ସେ ଟ୍ୱିଟର ନାଁକୁ ମଧ୍ୟ ସଂପୂର୍ଣ୍ଣ ହଟାଇବାକୁ ନିଷ୍ପତ୍ତି ନେଇ ସାରିଛନ୍ତି । ଟ୍ୱିଟର ଡଟ୍ କମ ବଦଳରେ ଏହାକୁ X.com କରିସାରିଛନ୍ତି ମସ୍କ ।

ୱେବସାଇଟ୍‌ରେ X.com ଟାଇପ କଲେ ଏବେ ଟ୍ୱିଟର ପେଜ୍ ଖୋଲୁଛି । ଆଜିଠୁ ଟ୍ୱିଟରର ନୀଳ ଚଢ଼େଇ ବଦଳରେ ଏକ୍ସ ଡଟ କମ୍‌ର ଲୋଗୋ ବ୍ୟବହାର ହେବ ବୋଲି ସୂଚନା ମିଳିଛି । ଟ୍ୱିଟର ପ୍ଲାଟଫର୍ମକୁ ଏକ ସୁପର ଆପ ଭାବେ ବିକଶିତ କରିବାକୁ ମସ୍କ ଏହି ନିଷ୍ପତ୍ତି ନେଇଛନ୍ତି । ଏହି ଆପକୁ 'ଏକ୍ସ' ଭାବେ ବିକଶିତ କରିବା ସହ ଏଥିରେ ସୋସିଆଲ ମିଡିଆ ସାଙ୍ଗକୁ ଟାକ୍ସି ବୁକିଂ, ସପିଂ, ପେମେଣ୍ଟ ଆଦି କରିବା ଅପସନ ଆସିବ ବୋଲି କୁହାଯାଉଛି।

 

ବର୍ତ୍ତମାନ ଏହି ପ୍ଲାଟଫର୍ମ ଏକ୍ସ କର୍ପୋରେସନ କଂପାନି ଅଧିନରେ ରହିବ । ଏହା ଟ୍ୱିଟରର ପ୍ୟାରେଣ୍ଟ କଂପାନି ହେବ । ୧୯୯୯ ମସିହାରେ ମସ୍କ ଏକ୍ସ ଡଟ କମ୍‌ କଂପାନି ଗଢିଥିଲେ । ଏବେ ଟ୍ୱିଟରର ୨ ଶହ ମିଲିୟନ ଆକଟିଭ ୟୁଜର୍ସ ଅଛନ୍ତି । ଗତ ୨୦୨୨ରେ ମସ୍କ ଟ୍ୱିଟରକୁ ୪୪ ବିଲିୟନ ଡଲାରରେ କିଣିଥିଲେ ।