Advertisment

ନିୟମକୁ ଫୁ’ : ବାଇପାସ୍‌ରେ ପଳାଉଛି ମୋ ବସ୍‌

ନିୟମ କାନୁନ କିଛି ମାନୁନି ମୋ ବସ୍‌ । ପିପିଲି ବଜାର ଦେଇ ଯିବା ପରିବର୍ତ୍ତେ ବାଇପାସ୍‌ରେ ପଳାଉଛି ବସ୍‌ । ହନ୍ତସନ୍ତ ହେଉଛନ୍ତି ଯାତ୍ରୀ

author-image
Sarbeswar
ଅଦ୍ୟତନ ହୋଇଛି
Mo Bus Plying On Bypass Route Instead Of Pipili Bazaar

Mo Bus Plying On Bypass Route Instead Of Pipili Bazaar

ଭୂବନେଶ୍ୱରରରୁ ପୁରୀ ହେଉ ଅଥବା ପୁରୀରୁ ଭୂବନେଶ୍ୱର । ଗୋପ-କୋଣାର୍କ କାକଟପୁର ଅସ୍ତରଙ୍ଗ ନିମାପଡ଼ାରୁ ଭୂବନେଶ୍ୱର ହେଉ କି ଭୂବନେଶ୍ୱରରୁ ଗୋପ-କୋଣାର୍କ କାକଟପୁର ହେଉ । ଏଇ  ରୁଟ୍‌ରେ ପ୍ରତିଦିନ ମୋ ବସ ଯାତାୟତ କରୁଥିବାବେଳେ ପରିମିଟ ଥାଇ ଏହା ପିପିଲି ବଜାର ଦେଇ ଯାତାୟତ କରୁନଥିବାରୁ ଏହାକୁ ନେଇ ପିପିଲିରେ ମୋ ବସକୁ ଅଟକାଇବା ସହିତ ଜୋରଦାର ଆନ୍ଦୋଳନ ଦେଖାଦେଇଛି ।

Advertisment

ପୁରୀ-ଭୁବନେଶ୍ୱର ଏବଂ କଟକ ଅଭିମୁଖେ ଯାତାୟତ କରୁଥିବା ବସ୍ ଗୁଡିକୁ ବାଇପାସ ପରିବର୍ତ୍ତେ ପିପିଲି ବଜାର ମଧ୍ୟ ଦେଇ ପରିମିଟ ମୁତାବକ ଯାତାୟତ କରୁଥିବା ବେଳେ ମୋ ବସ୍‌ କିନ୍ତୁ ବାଇପାସ୍‌ ଦେଇ ଯାତାୟତ କରୁଛି । ତେଣୁ ନାହିଁନଥିବାର ଅସୁବିଧା ସାମ୍ନା କରୁଛନ୍ତି ପିପିଲିବାସୀ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଘରୋଇ ବସ୍‌ ବାଇପାସ୍‌ ଦେଇ ଯାଉଥିବା ବେଳେ  ମୋବସ କିନ୍ତୁ ଏହି ନିୟମକୁ ନମାନି ଅମାନିଆ ହୋଇ ବଜାର ଭିତର ପରିବର୍ତ୍ତେ ବାଇପାସରେ ପ୍ରତିଦିନ ଯାତାୟତ କରୁଛି ।

ତେବେ ପିପିଲି ବଜାର ଦେଇ ପରିମିଟ ରହିଥିବା ବେଳେ କ'ଣ ପାଇଁ ବଜାର ଦେଇ ବସ ଗୁଡ଼ିକ ଯାତାୟତ କରୁ ନାହିଁ ଏହାକୁ ନେଇ ପିପିଲିର ପୂର୍ବତନ କଂଗ୍ରେସ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଏବଂ ତାଙ୍କର ସମର୍ଥକମାନେ ମୋବସକୁ ଅଟକାଇ ବଜାର ଭିତରେ ଯିବାକୁ ଅନୁରୋଧ କରିଥିଲେ । ତେବେ ବସ କର୍ମଚାରୀ ଯିବାକୁ ମନା କରି ଦେବାରୁ ପିପିଲି ପ୍ରବେଶ ପଥଠାରେ ସମସ୍ତ ମୋବସ ଅଟକି ରହିଥିଲା ।

Advertisment

ଆନ୍ଦୋଳନ ଦୀର୍ଘ ସମୟ ଧରି ରହିଥିବା ବେଳେ ଲୋକମାନେ ମୋ ବସ୍ରୁ ଓହ୍ଲାଇ ଅନ୍ୟ ବସରେ ଯାତାୟତ କରିଥିଲେ । ଥାନା ଅଧିକାରୀଙ୍କ ହସ୍ତକ୍ଷେପ ପରେ ପିପିଲି ଥାନା ପରିସରରେ ମୋବସ କର୍ତ୍ତୃପକ୍ଷ ଏବଂ ଯୁଧିଷ୍ଠିରଙ୍କ ସହ ବୈଠକ ହୋଇଥିଲା । ଏହି ବୈଠକରେ ପିପିଲି ଏସଡ଼ିପିଓଙ୍କ ସହ ଥାନା ଅଧିକାରୀ, ତହସିଲଦାର ଓ ପୁରୀ ମୋଟରଜାନ ନିରୀକ୍ଷକ ସମେତ ମୋବସ ପକ୍ଷରୁ ନର୍ବଦା ଟ୍ରାଭେଲ୍ସ ପ୍ରାଇଭେଟ ଲିମିଟେଡ଼ର ଅପରେସନ ମ୍ୟାନେଜରଙ୍କ ବୈଠକ ବସିଥିଲା । ତେବେ ମୋବସ୍‌ କର୍ତ୍ତୃପକ୍ଷ କିନ୍ତୁ ବିତଣ୍ଡା ଯୁକ୍ତି ବାଢିଛନ୍ତି । କହିଛନ୍ତି, ବଜାର ଭିତରେ ବସ ବୁଲିବାକୁ ଅସୁବିଧା ହେଉଥିବାରୁ ବାଇପାସ୍‌ରେ ଗାଡି ଯାଉଛି । ତେବେ ମେ ୧ରେ ପୁଣି ଥରେ ବୈଠକ ବସିବ ଆଉ ଯେଉଁ ନିଷ୍ପତ୍ତି ହେବ ସେହି ଅନୁସାରେ ଗାଡି ଚାଳିବ ବୋଲି କୁହାଯାଇଛି ।

Traffic Rule Violation Mo Bus
Advertisment
Advertisment