ସଂକ୍ଷେପରେ ଆଜିର ତାଜା ଖବର - Wednesday, 11 May 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମୁଖ୍ୟ ଶାସନ ସଚିବଙ୍କ ତାଗିଦ୍‌କୁ ଫୁ; ରାଜ୍ୟବ୍ୟାପି ଚାଲିଛି ଘନଘନ ବିଦ୍ୟୁତ୍‌ କାଟ୍‌

ରାଜ୍ୟରେ ବନ୍ଦ ହେଉନି ପାୱାର କଟ୍ । ପ୍ରଶ୍ନ ଉଠୁଛି ଯେ, ବିଦ୍ୟୁତ୍ ବଳକା ରାଜ୍ୟ ଓଡ଼ିଶାରେ କାହିଁକି କଟୁଛି ବିଜୁଳି? କାହିଁକି ରାଜ୍ୟବାସୀଙ୍କୁ ମିଳିପାରୁନି ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା? ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ ପରେ ବି କେମିତି ପାୱାର କଟ୍ ହେଉଛି ? More

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବର୍ଷିଲେ ସମ୍ବିତ ପାତ୍ର; ବିଜେଡି କହିଲା ଡ୍ରାମା କରୁଛନ୍ତି

ଏଏସ୍ଆଇ ମନା କରିବା ସତ୍ତ୍ୱେ, ରାଜ୍ୟ ସରକାର ବେଆଇନ କାର୍ଯ୍ୟ କରିଥିବା ଅଭିଯୋଗ କରିଛନ୍ତି ସମ୍ବିତ୍ । ବିଜେଡି ଏହାକୁ ଡ୍ରାମା ବୋଲି କହିଥିବାବେଳେ କଂଗ୍ରେସ ଏହାକୁ ନିନ୍ଦା କରିଛି । More

Cyclone Update: ଓଡ଼ିଶାରେ ନିଧୁମ ବର୍ଷା ! ସମୁଦ୍ର ଅଶାନ୍ତ, କୋରାପୁଟରେ ଦିନ ସାରା ଛେଚୁଛି

ଜିଲ୍ଲାର କୋରାପୁଟ ସମେତ, ପଟାଙ୍ଗି, ସେମିଳିଗୁଡ଼ା, ନନ୍ଦପୁର, ନାରାୟଣପାଟଣାରେ ଆଜି ଏଭଳି ନିର୍ଧୁୁମ ବର୍ଷା ଲାଗି ରହିଛି । More

ବାତ୍ୟା ଅସାନିର କୋପ ! କାକିନାଡ଼ାରେ ସମୁଦ୍ରର ଭୀମକାୟ ରୂପ

ଝଡ଼ର ଅଧିକ ଉଗ୍ର ରୂପ ଦେଖିବାକୁ ମିଳିଛି କାକିନାଡ଼ାରେ । କୂଳଲଂଘି ଗାଁ ଛାରଖାର କରିଛି ସମୁଦ୍ର । More

Cyclone Update: ପ୍ରବଳ ବର୍ଷା ନେଇ ସୂଚନା ଦେଲେ SRC ପ୍ରଦୀପ ଜେନା

ବାତ୍ୟା ନେଇ ଓଡ଼ିଶାରେ କିଛି ବିପଦ ଆଶଙ୍କା କରୁନାହୁଁ । କେବଳ କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣ ବର୍ଷା ହୋଇପାରେ । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧାରେ ସର୍ବାଧିକ ୨୮.୬ ମିମି ବର୍ଷା ରେକର୍ଡ । More

ଜଜ୍‌ଙ୍କ ଆଗରେ ବିଷ ପିଇଲେ ମହିଳା ଆଇନଜୀବୀ

ଜେରା ସମୟରେ ମହିଳା ଜଣକ ଅତିଷ୍ଠ ହୋଇ ବ୍ୟାଗରୁ ବିଷ କାଢି ଜଜ୍‌ଙ୍କ ଆଗରେ ପିଇଦେଇଥିଲେ । More

ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର : ଆଣ୍ଠୁଏ ପାଣିରେ ନବଜାତ ଶିଶୁଙ୍କ ଟିକାକରଣ

ଟିକାକରଣ ପାଇଁ ଆଣ୍ଠୁଏ ପାଣି ଭିତରେ ଲାଇନ୍‌ ଲଗାଇବାକୁ ପଡ଼ୁଛି । More

କଟକ ତ୍ରିଶୂଳିଆ ବ୍ରିଜ୍‌ରେ ସଡ଼କ ଦୁର୍ଘଟଣା; ଜଣେ ମୃତ

ତ୍ରିଶୁଳିଆ-କଟକ ନେତାଜୀ ସୁଭାଷ ସେତୁ ଉପରେ ଦୁର୍ଘଟଣା ଘଟି ଜଣେ ମୃତ । ଯୁବକ ଜଣକ ବାଇକ୍‌ରେ ଯାଉଥିବା ବେଳେ ଗୋଟିଏ ଅଜଣା ଗାଡି ଦୁର୍ଘଟଣା ଘଟାଇ ପାର୍ ହୋଇଯାଇଥିବା ସନ୍ଦେହ କରାଯାଉଛି । More

ମିଛ ବରଯାତ୍ରୀ, ସତ ପ୍ରେମିକ ! ଜଣେ ବାହା ହେଲା, ଜଣେ ଜୋରିମାନା ଦେଇ ଘରକୁ ଗଲା

ପ୍ରେମ କରିବାକୁ ଆସି ଧରାପଡ଼ିଗଲେ । ଦୁଇ ଭଉଣୀ ଡାକିଥିଲେ ନିଜ ନିଜ ପ୍ରେମିକଙ୍କୁ, କିନ୍ତୁ ଗାଁ ଲୋକଙ୍କ ହାତରେ ଧରାପଡ଼ିଗଲେ । More

ପୁଣି ଦେଖାଗଲା ମହାନଦୀରେ ପୋତି ହୋଇଥିବା ୫୦୦ ବର୍ଷର ମନ୍ଦିର ଚୂଡ଼ା

୨ ବର୍ଷ ତଳେ ବୁଡ଼ି ରହିଥିବା ଏହି ମନ୍ଦିରକୁ ପ୍ରଥମେ ଠାବ କରିଥିଲା ଓଟିଭି । ଯାହାକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ହୋଇଥିଲା । More

ଜୀବଜନ୍ତୁଙ୍କ ପାଇଁ ଖରାଦିନେ ପାଣି ଯୋଗାଇବାର ଅଭିନବ ପ୍ରୟାସ, ଆପଣ ବି ଦେବେ ସାବାସି..

କଥା କହି ପାରୁନଥିବା ଜୀବଙ୍କ କଷ୍ଟକୁ ଅନୁଭବ କରି ସେମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରୁଛନ୍ତି କିଛି ଯୁବଗୋଷ୍ଠୀ । More

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଗାଡ଼ିକୁ ଟମାଟୋ, କାଳି ମାଡ଼

ଆଜି ପୁରୀ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଆସିଥିଲେ ସମ୍ବିତ । ସକାଳେ ବଡ଼ଦାଣ୍ଡରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଥିଲେ । ଶ୍ରୀଜିଉଙ୍କ ଦର୍ଶନ କରି ଫେରୁଥିବା ବେଳେ ପୁରୀ ଝାଡ଼େଶ୍ୱରୀ କ୍ଲବ ଛକରେ ତାଙ୍କ ଗାଡ଼ି ଉପରକୁ ଟମାଟୋ, କାଳି ମାଡ଼ ହୋଇଥିବା ସୂଚନା ମିଳିଛି । More

ଘନଉଛି ବିବାଦ ! ଶ୍ରୀମନନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଜିଲ୍ଲାପାଳଙ୍କ ନାଁରେ ରୁଜୁ ହେବ ମାମଲା

ପୂର୍ବରୁ ଆଇନଜୀବୀ ଏନେଇ ସିଂହଦ୍ୱାର ଥାନାରେ ଏତଲା ଦେଇଥିଲେ । ହେଲେ ଥାନା ତାହକୁ ଗ୍ରହଣ ନ କରିବାରୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । More

ନବଜାତ ଶିଶୁପୁତ୍ର ମୁହଁ ଦେଖିବା ପୂର୍ବରୁ ଝାମ୍ପିନେଲା କୁମ୍ଭୀର : ବାପା ଡାକ ଶୁଣି ପାରିଲେନି ଶିବପ୍ରସାଦ

ପୁଅ ମୁହିଁ ଦେଖି ପାରିଲେନି, ଟାଣିନେଲା କୁମ୍ଭୀର । ସ୍ତ୍ରୀ ସରସ୍ୱତୀ ଆଜି ଏତେ ବଡ଼ ଦୁନିଆରେ ପୂରା ଏକା । କୁନି ପୁଅକୁ କୋଳରେ ଧରି ସ୍ୱାମୀ ଶିବପ୍ରସାଦଙ୍କ ବାଟକୁ ଚାହିଁ ବସିଛନ୍ତି । More

ସମ୍ବିତଙ୍କୁ ପ୍ରତାପଙ୍କ କାଉଣ୍ଟର ଆଟାକ୍ ! ନିର୍ବାଚନ ପୂର୍ବରୁ କେବେ ପୁରୀ ଆସିଥିଲେ ନା ଦେଖିଥିଲେ ?

ପୁରୀରୁ ସାଂସଦ ପ୍ରାର୍ଥୀ ହେବା ପୂର୍ବରୁ ସେ କେବେ ପୁରୀ ଆସିଥିଲେ ନା ଜଗନ୍ନାଥଙ୍କ ପାଇଁ କିଛି କହିଥିଲେ । ମାମଲା କୋର୍ଟରେ ଥିବାରୁ ବୈଷୟିକ ଦିଗ ଉପରେ କିଛି କହିବା ଠିକ ହେବନି ବୋଲି ପ୍ରତାପ କହିଛନ୍ତି । More

ହାତଗଣ୍ଠି ପୂର୍ବରୁ ହାତକଡ଼ି; ବେଦି ଉପରୁ ବରକୁ ଉଠାଇନେଲା ପୋଲିସ

ବେଦୀ ଉପରେ ବୈଦିକ ରୀତିନୀତି ଅନୁସାରେ ଚାଲିଥିଲା ବାହାଘର। ହେଲେ ହଠାତ୍‌ ପହଞ୍ଚିଗଲା ପୋଲିସ୍‌। ବର ହାତରେ ହାତକଡ଼ି ପିନ୍ଧାଇ ନେଇଗଲା ଥାନାକୁ। ପରକୀୟା ପ୍ରୀତି ପାଇଁ ଶିଶୁପାଳ ହୋଇ ରହିଲା ବର, ବାହାଘର ନହେବାରୁ ଚିନ୍ତାରେ ମଙ୍ଗୁଳା କନ୍ୟା ପରିବାର। More

ପଙ୍କ କାଦୁଅରେ ଫସିଲା ୧୦୮ ଆମ୍ବୁଲାନ୍ସ, ଠେଲିଠେଲି ଉଦ୍ଧାର କଲେ ଲୋକେ

ପଙ୍କ କାଦୁଅରେ ଫସିଲା ଆମ୍ବୁଲାନ୍ସ । ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । More

ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ଘରେ ଇଡିର ଚଢ଼ଉ

ମନି ଲଣ୍ଡ୍ରିଂ ମାମଲାରେ ଚଢ଼ଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। More

ମଦ୍ୟପାନରେ ଦେଶରେ ଓଡ଼ିଶା ଚତୁର୍ଥ ! ଜାତୀୟ ହାରକୁ ବି ପଛରେ ପକାଇଲା

 ଓଡ଼ିଶାର ମହିଳା ମଧ୍ୟ ଏଥିରେ ପଛରେ ନାହାନ୍ତି।  More

ଦେଶଦ୍ରୋହ ମାମଲା ରୁଜୁ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

କେନ୍ଦ୍ର ସରକାର ପୁନର୍ବିଚାର କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। More

‘ମହାପ୍ରଭୁ ଜଗନ୍ନାଥ ଜିଦଖୋର ରାଜ୍ୟ ସରକାର ଓ ସାଂସଦ ପିନାକୀ ମିଶ୍ରଙ୍କୁ ଜଗନ୍ନାଥ ସଦବୁଦ୍ଧି ଦିଅନ୍ତୁ’

ନିଜର ପୂର୍ବ ମତକୁ ଦୋହରାଇଲେ ସମ୍ବିତ More

ଟ୍ରେଲର-ବସ୍ ଧକ୍କା; ଜଣେ ମୃତ ଓ ୧୩ ଆହତ

ଟ୍ରେଲର-ବସ୍ ଧକ୍କା ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ଓ ୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । More

ତଳି ଅଞ୍ଚଳରେ ଜଳ ଜମିଲେ ହେବ ନିଷ୍କାସନ ବ୍ୟବସ୍ଥା: ମେୟର

ଉପକୂଳ ଦେଇ ସମାନ୍ତରାଳ ଭାବେ ଓଡ଼ିଶା ଉପକୂଳ ଯିବାର ସମ୍ଭାବନା ରହିଛି।  More

ପରୀକ୍ଷା ଖରାପ ହେବାରୁ ଆତ୍ମହତ୍ୟା କଲେ ଯୁକ୍ତ ଦୁଇ ଛାତ୍ର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗ ଆଇଜିଆଇଟି (IGIT) କ୍ୟାମ୍ପସରେ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ଛାତ୍ର ଜଣଙ୍କ ତାଳଚେର ଥର୍ମାଲ ଡିଏଭି ସ୍କୁଲର ଯୁକ୍ତ ଦୁଇ ଛାତ୍ର ଅବିନାଶ ପ୍ରଧାନ ବୋଲି ଜଣାପଡିଛି । More

ଏଣିକି ପାର୍କର ମଜା ନେଇପାରିବେ ଦିବ୍ୟାଙ୍ଗ

ଦିବ୍ୟାଙ୍ଗଙ୍କ ପାଇଁ ଭୁବନେଶ୍ୱରରେ ଖୋଲିଲା ପାଇଁ ସ୍ୱତନ୍ତ୍ର ପାର୍କ । ଭିନ୍ନକ୍ଷମ ଶସକ୍ତି କରଣ ମନ୍ତ୍ରୀ ଏହି ପାର୍କର ଉଦଘାଟନ କରିଛନ୍ତି । More

ଆନ୍ଧ୍ର ମୁହାଁ ଅସାନି: ପରୀକ୍ଷା ସ୍ଥଗିତ, ବିମାନ ଉଡାଣ ବାତିଲ

ଆନ୍ଧ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ୭୦ରୁ ୮୦ କିମି ରହିବ। More

ବାତ୍ୟା ପ୍ରଭାବରେ ସ୍କୁଲ ଛୁଟି ଘୋଷଣା !

ବାତ୍ୟା ଅସାନିକୁ ନେଇ ସ୍କୁଲ୍‌ ଛୁଟି ଘୋଷଣା । More

ବର୍ଷା ଯୋଗୁଁ ଫସଲ ନଷ୍ଟ ହେବା ଆଶଙ୍କା ନେଇ ଚିନ୍ତାରେ ଚଷା ପୁଅ

ବାତ୍ୟା ଅସାନି ପ୍ରଭାବରେ ହେବାକୁ ଥିବା ବର୍ଷା ଓ ପବନ ଯୋଗୁ ବାଲେଶ୍ୱର ଜିଲ୍ଲାର ଚାଷୀ ଏବେ ଚିନ୍ତାରେ ରହିଛନ୍ତି । More

ଦୁର୍ବଳ ହେଲା ସିଭିୟର ସାଇକ୍ଲୋନ୍ ଅସାନି

ସମୁଦ୍ରକୁ ପୁଣି ପଶିବା ପରେ ଦୁର୍ବଳ ହୋଇ ଡିପ୍ ଡିପ୍ରେସନରେ ପରିଣତ ହେବ। More

ଆନ୍ଧ୍ର ମୁହାଁ ବାତ୍ୟା ‘ଅସାନି’; ଜାରି ହେଲା ରେଡ୍ ୱାର୍ଣ୍ଣିଂ

ଆନ୍ଧ୍ରପ୍ରଦେଶ ମୁହାଁ ବାତ୍ୟା ଅସାନି । ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା । More

ଚୋରଙ୍କ ଟେର ପାଉନି ପୋଲିସ ! ଆଖି ପିଛୁଳାକେ ହେଉଛି ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି

ପୋଲିସ୍ କି ଠାକୁର କାହାରିକୁ ଏମାନଙ୍କ ଡର କି ଖାତିର ନାହିଁ । ସୁଯୋଗ ଉଣ୍ଡି ସାଏଁ କରି ବୁଲାଇ ଦେଉଛନ୍ତି କଳାକନା । More

ଫର୍ମ ଫିଲପ୍‌ କରି କାହିଁକି ଦେଲେନି ମ୍ୟାଟ୍ରିକ୍‌ ପରୀକ୍ଷା ? ହେବ ସ୍କୁଲୱାରୀ ଖୋଳତାଡ଼

ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ, ହେଲେ ପରୀକ୍ଷା ଦେଲେନାହିଁ । ରାଜ୍ୟର ସର୍ବବୃହତ ଜିଲ୍ଲା ମୟୂରଭଞ୍ଜରେ ସବୁଠୁ ଅଧିକ ପିଲା ଅନୁପସ୍ଥିତ ପଛକୁ ଗଞ୍ଜାମ ଆଉ ବଲାଙ୍ଗୀର ରହିଛି । More

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମୁହାଁମୁହିଁ ପିନାକୀ-ସମ୍ବିତ ! ପୁଣି ଆଇନ୍‌ ପଢ଼ାଇଲେ ପୁରୀ ସାଂସଦ

ଏଏସ୍ଆଇର ବିନା ଅନୁମତିରେ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ । ବାରମ୍ବାର ବଦଳିଛି ଡିପିଆର । ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱରେ ଖନନ ଯୋଗୁଁ ନଷ୍ଟ ହୋଇଥାଇପାରେ ଐତିହ୍ୟ କୀର୍ତ୍ତିରାଜି । More

ଖୁସି ଖବର ! ବଢ଼ିଲା ପାର୍ଟ ଟାଇମ୍‌ କର୍ମଚାରୀଙ୍କ ଦରମା

ସେମାନଙ୍କ ବେତନ ୫୫୫୫ ଟଙ୍କାରୁ ୭୦୦୦ ଟଙ୍କା ବୃଦ୍ଧି କରାଯିବା ନେଇ ସରକାର ନିଷ୍ପତ୍ତି ନେଇଛି । More

ବାତ୍ୟା ଅସାନି ପୂର୍ବର ଛାତିଥରା ଦୃଶ୍ୟ; ୧୨ ଯାଏଁ ଲାଗି ରହିବ ତୁହାକୁ ତୁହା ବର୍ଷା

କେଉଁଠି ଗଭୀର ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀଙ୍କୁ କୋଷ୍ଟଗାର୍ଡ ସହାୟତାରେ ଏୟାରଲିଫ୍ଟ କରି ଉଦ୍ଧାର, ତ କେଉଁଠି ଢେଉ ମାଡ଼ରେ ବୁଡ଼ିଯାଉଥିବା ଡଙ୍ଗା, ଆଉ ସେଥିରୁ ଭାଗ୍ୟ ବଳରେ ବର୍ତ୍ତୁଥିବା ମତ୍ସ୍ୟଜୀବୀ । ବାତ୍ୟା ଅସାନି ପ୍ରଭାବର ଏହି ଦୁଇଟିଯାକ ଛାତିଥରା ଚିତ୍ର ଘଟିଛି ଗଞ୍ଜାମ ଉପକୂଳରେ । More