ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଅସାନି। ଏହା ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହୋଇଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଅସାନି ଏବେ ଗୋପାଳପୁରରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୫୪୦ କିଲୋମିଟର ଦୂରରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇ ରହିଛି। ଗତ ୬ ଘଣ୍ଟାରେ ଏହାର ଘଣ୍ଟାପ୍ରତି ବେଗ ରହିଛି ୬ କିଲୋମିଟର।
ଦୁର୍ବଳ ହେଲା ଭୀଷଣ ବାତ୍ୟା "ଅସାନି"
— Meteorological Centre, Bhubaneswar (@mcbbsr) May 11, 2022
ବର୍ତମାନ ଏହା ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ 540କିମି ଦୂରରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ |
ଗତ 6 ଘଣ୍ଟାରେ ଏହା 12 ଘଣ୍ଟା ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିଛି l pic.twitter.com/AIjDZk0MzB
ବର୍ତ୍ତମାନ ଅସାନି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ତେଣୁ ଏହାର ଉପକୂଳ ପାଇଁ ଜାରି ହୋଇଛି ରେଡ୍ ଓ୍ବାର୍ଣ୍ଣିଂ। କାକିନାଡ଼ା ଓ ବିଶାଖାପାଟଣା ମଧ୍ୟରେ ଅସାନି ସ୍ଥଳ ଭାଗକୁ ଛୁଇଁପାରେ। ସ୍ଥଳ ଭାଗ ଛୁଇଁବା ପରେ ପରେ ଏହା ରିକର୍ଭ କରି ପୁଣି ସମୁଦ୍ର ଭିତରକୁ ପଳାଇପାରେ ବୋଲି ଅନୁମାନ କରାଯାଉଛି।
ସମୁଦ୍ରକୁ ପୁନର୍ବାର ପ୍ରବେଶ ପରେ ଅସାନି ଦୁର୍ବଳ ହୋଇ ଡିପ୍ ଡିପ୍ରେସନ୍ରେ ପରିଣତ ହେବାର ସମ୍ଭାବନା ରହିଛି। ବର୍ତ୍ତମାନର ଆକଳନ ଅନୁସାରେ ବାତ୍ୟା ଓ଼ଡିଶା ଉପକୂଳ ଛୁଇଁବାର ସମ୍ଭାବନା ପ୍ରାୟତଃ ନାହିଁ। ୧୩ ସକାଳ ବେଳକୁ ବାତ୍ୟା ପୂରା ଦୁର୍ବଳ ହୋଇଯାଇଥିବା ନେଇ ଆଶା କରାଯାଉଥିବା କହିଛନ୍ତି SRC।
ଆଜି ଗଞ୍ଜାମ, ଗଜପତି, ରାୟଗଡ଼ା, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ପାଇଁ ଓ୍ବାର୍ଣ୍ଣିଂ ଜାରି ହୋଇଛି।ବାତ୍ୟା ମୁକାବିଲା ପାଇଁ ୫ ଜିଲ୍ଲାରେ ଅଗ୍ନିଶମ ବିଭାଗର ୧୨ଟି ଟିମ୍ ମୁତୟନ ହୋଇଛନ୍ତି।