• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଚିନ୍ତାରେ ଚାଷୀ । ବାତ୍ୟା ଅସାନି ପ୍ରଭାବରେ ହେବାକୁ ଥିବା ବର୍ଷା ଓ ପବନ ଯୋଗୁ ବାଲେଶ୍ୱର ଜିଲ୍ଲାର ଚାଷୀ ଏବେ ଚିନ୍ତାରେ ରହିଛନ୍ତି । ବର୍ଷା ଯୋଗୁ ଚାଷ ନଷ୍ଟ ହେବାର ସମ୍ଭାବନା ଥିବାରୁ ଚାଷୀ ଆଗୁଆ ପନିପରିବା ଅମଳ କରିବାରେ ଲାଗିଛନ୍ତି ।

ନିଜ ପରିବାରର ପେଟ ପୋଷିବା ପାଇଁ ଚାଷୀମାନେ ଭୋକଶୋଷ ଭୁଲି ଅମଳ କରିବାରେ ଲାଗିପଡିଛନ୍ତି । ଚାଷୀର ସୁନା ଫସଲ ଉଜୁଡିବାର ଭୟରେ ଚଷା ପରିବାର ଏବେ ଚିନ୍ତାରେ ।

ସେହିପରି ଚାଷ ହୋଇଥିବା ଭେଣ୍ଡି, ମକା ଓ ଜହ୍ନି ଭଳି ପନିପରିବା ମଧ୍ୟ ବର୍ଷାରେ ନଷ୍ଟ ହେବାର ସମ୍ଭାବନା ରହିଛି । ଯାହାକୁ ନେଇ ଧାର କରଜ କରି ଚାଷ କରିଥିବା ଚାଷୀଙ୍କୁ ଏବେ ଋଣ ସୁଝିବା ଚିନ୍ତା ଘାରିଲାଣି । ପ୍ରତିବର୍ଷ ଅସମୟରେ ବର୍ଷା, ବନ୍ୟା ଓ ବାତ୍ୟା ଯୋଗୁ ଲାଭ ବଦଳେ କ୍ଷତି ହେଉଛି । ଏଣୁ ଏଥର ଚାଷବାସ ଆଡୁ ମୁହଁ ଫେରାଇବାକୁ ବସିଲେଣି ଚାଷୀକୂଳ । ତେବେ ବାତ୍ୟା ଓ ବର୍ଷା ମୁକାବିଲା ପାଇଁ ପ୍ରସ୍ତୁତି କରାଯାଇଥିବାର ବାଲେଶ୍ୱର ଜିଲ୍ଲାପାଳ କହିଛନ୍ତି ।

ଅନ୍ୟପକ୍ଷେ, ଆନ୍ଧ୍ରପ୍ରଦେଶକୁ ମୁହାଁଇଛି ବାତ୍ୟା ଅସାନି । ବାତ୍ୟା ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଥିବାରୁ ଆନ୍ଧ୍ରପ୍ରଦେଶକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଆନ୍ଧ୍ରର କାକିନାଡ଼ା ଓ ବିଶାଖାପାଟଣା ମଧ୍ୟରେ ଏହା ସ୍ଥଳ ଭାଗକୁ ଛୁଇଁବା ସମ୍ଭାବନା ରହିଛି । ଘଣ୍ଟାକୁ ୧୨ କିଲୋମିଟର ବେଗରେ ବାତ୍ୟା ଉପକୂଳ ଆଡ଼କୁ ଆସୁଛି ବାତ୍ୟା ଅସାନି ।