/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652270746.jpg)
Temple In Mahanadi
ମହାନଦୀ ଅବବାହିକାରେ ପୁଣି ଦୃଶ୍ୟମାନ ହେଲା ପଞ୍ଚଦଶ ଶତାବ୍ଦୀର ଗୋପୀନାଥ ମନ୍ଦିର । ମହାନଦୀର ଅଥଳ ଜଳରାଶିରେ ୫୦୦ ବର୍ଷର ପୁରୁଣା ମନ୍ଦିର ଦୃଶ୍ୟମାନ ହେବା ପରେ ଏହାକୁ ଦେଖିବାକୁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପଦ୍ମାବତୀ ଗାଁ ନିକଟ ମହାନଦୀ ଗର୍ଭରେ ଦେଖିବାକୁ ମିଳିଛି ଏହି ମନ୍ଦିର । କେବଳ ମନ୍ଦିରର ଦଧିନଉତି ଦୃଶ୍ୟମାନ ହେଉଛି । ମନ୍ଦିରର ଅବଶିଷ୍ଟ ଅଂଶ ବାଲିରେ ପୋତି ହୋଇଯାଇଛି । ୨ ବର୍ଷ ତଳେ ବୁଡ଼ି ରହିଥିବା ଏହି ମନ୍ଦିରକୁ ପ୍ରଥମେ ଠାବ କରିଥିଲା ଓଟିଭି । ଯାହାକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ହୋଇଥିଲା ।
୨୦୨୦ ମସିହାରେ ଏହି ମନ୍ଦିର ଦେଖାଯାଇଥିଲା । ନଦୀର ପାଣି ସ୍ତର କମ୍ ରହିଥିବାରୁ ବୁଡିରହିଥିବା ଏହି ମନ୍ଦିର ପୁଣି ଥରେ ଗ୍ରାମବାସୀଙ୍କୁ ଦୃଶ୍ୟମାନ ହୋଇଛି । ଏହି ସ୍ଥାନକୁ ଯାଇ ନିଜ ଆଖିରେ ମନ୍ଦିରକୁ ପୋତି ହୋଇ ରହିଥିବା ଦେଖିବା ପାଇଁ ଲୋକଙ୍କର ପ୍ରବଳ ଆଗ୍ରହ ରହିଛି । ପଦ୍ମାବତୀ ଗ୍ରାମବାସୀଙ୍କ ମତରେ ପୁର୍ବରୁ ପଦ୍ମାବତୀ ଗ୍ରାମଟି ଏହି ସ୍ଥାନରେ ଥିଲା । ଏହା ପଦ୍ମାବତୀ ଗ୍ରାମର ମନ୍ଦିର । ସମୟକ୍ରମେ ମହାନଦୀ ତା’ର ଗତିପଥ ବଦଳାଇବା ସହିତ ବନ୍ୟା ଆଦି କାରଣ ପାଇଁ ୧୯୩୩ ମସିହା ବେଳକୁ ପଦ୍ମାବତୀ ଗ୍ରାମଟି ସଂପୂର୍ଣ୍ଣ ଭାବେ ମହାନଦୀ ଗର୍ଭରେ ଲୀନ ହୋଇ ଯାଇଥିଲା ।
ନଦୀ ଗତିପଥ ବଦଳାଇ ପଦ୍ମାବତୀକୁ ଗ୍ରାସ କରିବାକୁ ପ୍ରାୟ ୩୦ରୁ ୪୦ବର୍ଷ ଲାଗି ଯାଇଥିଲା । ଧୀରେ ଧୀରେ ପଦ୍ମାବତୀ ଗ୍ରାମ ଗଭୀର ଜଳରାଶିରେ ସମାଧି ନେଇଥିଲା । ଫଳରେ ପଦ୍ମାବତୀ ଗ୍ରାମବାସୀ ସେଠାରୁ ସ୍ଥାନାନ୍ତରିତ ହୋଇ ପଦ୍ମାବତୀ, ରଗଡ଼ିପଡ଼ା, ଟିକିରିପଡ଼ା, ବିଜିପୁର, ହେମନ୍ତପାଟଣା ଆଦି ଗ୍ରାମରେ ବସତି ସ୍ଥାପନ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)