Advertisment

ଆନ୍ଧ୍ର ମୁହାଁ ବାତ୍ୟା ‘ଅସାନି’; ରେଡ୍ ୱାର୍ଣ୍ଣିଂ ଜାରି

ଆନ୍ଧ୍ରପ୍ରଦେଶ ମୁହାଁ ବାତ୍ୟା ଅସାନି । ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Cyclone Asani changes track triggering more rains, red alert issued in Andhra Pradesh

Cyclone Asani changes track triggering more rains, red alert issued in Andhra Pradesh

ଆନ୍ଧ୍ରପ୍ରଦେଶ ମୁହାଁ ବାତ୍ୟା ଅସାନି । ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା । ତେଣୁ ବାତ୍ୟା ପାଇଁ ଆନ୍ଧ୍ରପ୍ରଦେଶକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଆନ୍ଧ୍ରର କାକିନାଡ଼ା ଓ ବିଶାଖାପାଟଣା ମଧ୍ୟରେ ଏହା ସ୍ଥଳ ଭାଗକୁ ଛୁଇଁପାରେ ।

Advertisment

ସୁଦ୍ଧା, ଘଣ୍ଟାକୁ ୧୨ କିଲୋମିଟର ବେଗରେ ବାତ୍ୟା ଉପକୂଳ ଆଡ଼କୁ ଆସୁଛି । ମଚ୍ଚିଳିପଟ୍ଟନମ୍ଠୁ ଦକ୍ଷିଣ, ଦକ୍ଷିଣ ପୂର୍ବ ଦିଗ ୯୦ କିଲୋମିଟର ଦୂରରେ ଗତି କରୁଛି । ସ୍ଥଳ ଭାଗ ଛୁଇଁବା ପରେ ଏହା ପୁଣି ସମୁଦ୍ରକୁ ରିକର୍ଭ କରିପାରେ ତେବେ ସମୁଦ୍ରକୁ ପୁନର୍ବାର ପ୍ରବେଶ ପରେ ଏହା ଦୁର୍ବଳ ହୋଇ ଡିପ୍ ଡିପ୍ରେସନ୍‌ରେ ପରିଣତ ହେବାର ସମ୍ଭାବନା ରହିଛି ।

Advertisment

ବର୍ତ୍ତମାନର ଆକଳନ ଅନୁସାରେ ବାତ୍ୟା ଓ଼ଡିଶା ଉପକୂଳ ଛୁଇଁ ନପାରେ ତେବେ ଆସନ୍ତା ୧୩ ତାରିଖ ସକାଳ ବେଳକୁ ବାତ୍ୟା ପୂରା ଦୁର୍ବଳ ହୋଇଯାଇଥିବା ନେଇ ଆଶା କରାଯାଉଥିବା ଏସ୍ଆର୍‌ସି ପକ୍ଷରୁ ସୂଚନା ଦିଆଯାଇଛି । ଏହାର ପ୍ରଭାବରେ ଆଜି ଗଞ୍ଜାମ, ଗଜପତି, ରାୟଗଡ଼ା, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ପାଇଁ ୱାର୍ଣ୍ଣିଂ ଜାରି ହୋଇଛି ।

ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ପ୍ରବେଶ ବାରଣ କରାଯାଇଛି । ଏଥିପାଇଁ ଗୋପାଳପୁର ବନ୍ଦର ଲାଗି ୩ ନମ୍ବର ବିପଦ ସଙ୍କେତ ଜାରି ହୋଇଥିଲା ବେଳେ ପୁରୀ, ଚାନ୍ଦବାଲି ଓ ପାରାଦୀପ ବନ୍ଦର ପାଇଁ ୨ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଏହା ସତ୍ତ୍ୱେ ନିର୍ଦ୍ଦେଶକୁ ନମାନି ଯଦି କେହି ସମୁଦ୍ର ଭିତରକୁ ଯାଆନ୍ତି, ତାହେଲେ ସେମାନଙ୍କ ବିରୋଧରେ ବିପର୍ଯ୍ୟୟ ଆଇନ ବଳରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ଏସ୍ଆର୍‌ସି ।

Cyclone Asani Cyclone Asani News
Advertisment
Advertisment