ସଂକ୍ଷେପରେ ଆଜିର ତାଜା ଖବର - Monday, 09 May 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଅନ୍ୟ ଜାତିରେ ବାହାହେଲା ଝିଅ; ୧୮ ଘଣ୍ଟା ପଡ଼ି ରହିଲା ମାଆର, ଶବ କାନ୍ଧ ଦେଲେନି ଗାଁ ଲୋକେ

ଅନ୍ୟ ଜାତିରେ ବିବାହ କରିଥିଲା ଝିଅ। ମରିଗଲା ପରେ ୧୮ ଘଂଟା ଘରେ ପଡି ରହିଲା ଶବ। ଶବ ସତ୍କାର କରିବା ତ ଦୂରର କଥା…ଘରକୁ ଆସିଲେନି ସାହିପଡ଼ିଶା। କାନ୍ଦି କାନ୍ଦି ଗୁହାରି କରୁଥିଲା ଝିଅ, ହେଲେ କେହି ଶୁଣିଲେନି। ଶେଷରେ ସ୍ୱେଚ୍ଛାସେବୀ ବୁଢୀ ମାଆର ଶବକୁ ଶ୍ମଶାନକୁ ନେଲେ, ମାଆ ମୁହଁରେ ମୁଖାଗ୍ନି ଦେଲା ଝିଅ More

ଧରା ପଡ଼ିଲା ସରକାରଙ୍କ ମିଛ ! ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବେଆଇନ୍‌

ଶ୍ରୀଜଗନ୍ନାଥ ମନ୍ଦିର ହେରିଟେଜ୍ କରିଡର ପ୍ରସଙ୍ଗରେ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ଭାରତୀୟ ପ୍ରତ୍ନତାତ୍ୱିକ ସଂସ୍ଥା ବା ଏଏସ୍‌ଆଇ ସ୍ପଷ୍ଟ ଭାବେ ଦର୍ଶାଇଛି । More

ସ୍ଥଳ ଭାଗ ଛୁଇଁବନି ହେଲେ ଉତ୍ପାତ କରିବ ବାତ୍ୟା, ଉପକୂଳରେ ବର୍ଷିବ !

ବାତ୍ୟା ଅସାନୀର ଆଗମନ ପୂର୍ବରୁ ଓଡ଼ିଶା ଆକାଶରେ ପ୍ରାକ୍ ପ୍ରଭାବ । କେଉଁଠି ଆକାଶରେ ଘନକଳା ବାଦଲ ଖଣ୍ଡ ତ ଆଉ କେଉଁଠି ବର୍ଷା । More

ବ୍ରଜରାଜନଗର ଉପନିର୍ବାଚନରେ ଶଙ୍ଖକୁ ଚେକ୍‌ ଦେବ କି ପଦ୍ମ ଓ ହାତ ?

ବ୍ରଜରାଜନଗର ଲଢ଼େଇ ମୈଦାନ ପାଇଁ ପ୍ରାର୍ଥୀ ସ୍ପଷ୍ଟ ହୋଇଛି । ବିଜେପି ପରେ ଯୋଦ୍ଧା ଘୋଷଣା କରିଛନ୍ତି ବିଜେଡି ଓ କଂଗ୍ରେସ । ଯାହା ଆଶା କରାଯାଉଥିଲା ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକାଙ୍କୁ ଏଠାରେ ପ୍ରାର୍ଥୀ କରିଛି ବିଜେଡି । More

୧୩ ବର୍ଷର ସଂଘର୍ଷପୂର୍ଣ୍ଣ ଲଢ଼େଇ ପରେ ଆସିଲା ରାୟ; କହିଲେ ଉପର କୋର୍ଟକୁ ଯିବି

ନା ଭୁଲି ହେଉଛି ସେଦିନର ସେହି ଆତଙ୍କର ମୁହୁର୍ତ୍ତ, ନା ଭୁଲାଇ ଦେଉଛି ୧୩ ବର୍ଷ ତଳର ତରଳ ନିଆଁର ପ୍ରକୋପ । ଆଜି ବି ଯନ୍ତ୍ରଣାରେ ଜଡ଼ସଡ଼ ଶରୀର । ଏଭଳି ଯନ୍ତ୍ରଣାଦାୟକ କାହାଣୀ ଭିତରେ ସେହି ଜହ୍ଲାଦଙ୍କ ବିରୋଧରେ ରାୟ ଆସିଛି । More

ପିଲାମାନେ କାହିଁକି ଦେଲେନି ମାଟ୍ରିକ୍‌ ପରୀକ୍ଷା ? ସବୁ ଡିଇଓଙ୍କୁ ତାଗିଦ କଲେ ସଚିବ

ଏହାର କାରଣ କ’ଣ ହୋଇପାରେ ସେନେଇ ଶୀଘ୍ର ରିପୋର୍ଟ ଦେବାକୁ କୁହାଯାଇଛି । ଏଥିପାଇଁ କିଏ ଦାୟୀ ସେନେଇ ମଧ୍ୟ ଆଲୋଚନା କରାଯାଉଛି । More

ଦିଲ୍ଲୀରେ ବୈଠକ ପରେ କ’ଣ କହିଲେ ନିରଞ୍ଜନ-ନରସିଂହ.. ?

ପିସିସି ସଭାପତି ପରିବର୍ତ୍ତନ ପାଇଁ ପ୍ରୋସେସିଂ ଆରମ୍ଭ ହୋଇଥିବା କହିଛନ୍ତି ନିରଞ୍ଜନ ପଟ୍ଟନାୟକ । More

ଗୁଣିଗାରେଡି ସନ୍ଦେହ : ବୃଦ୍ଧ ଦମ୍ପତିଙ୍କୁ ମାଡ଼ ମାରିବା ସହ ବିଷ୍ଠା ଖୁଆଇଥିବା ଅଭିଯୋଗ

କନ୍ଧମାଳଜିଲ୍ଲା ସାରଙ୍ଗଡ଼ ଥାନା ଅଂଚଳର ସମ୍ପୃକ୍ତ ଦମ୍ପତ୍ତି ରହୁଥିବା ବେଳେ ସାହିର ଅନ୍ୟ ଲୋକ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି ଓ ବିଷ୍ଠା ଖୁଆଇଛନ୍ତି More

ଥାନା ଭିତରେ ଶିଶୁ କକ୍ଷ : ମସ୍ତି ମାହୋଲର ମଜା ନେଉଛନ୍ତି କୁନି କୁନି ପିଲା

ଛୋଟ ପିଲାଙ୍କ ମଧ୍ୟରେ ପୋଲିସ ପ୍ରତି ଭୟ ଦୂର କରିବା ସହ ସେମାନଙ୍କ ପାଇଁ ପୋଲିସ ପ୍ରତି ଏକ ବନ୍ଧୁତ୍ୱର ବାତାବରଣ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ଏଭଳି ଉଦ୍ୟମ More

ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ର ମଝିରୁ ଏୟାର ଲିଫ୍ଟ, ଦେଖନ୍ତୁ ଭିଡିଓ..

ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଦ୍ଧାର ପାଇଁ ହୋଇଥିଲା ହେଲିକପ୍ଟର ବନ୍ଦୋବସ୍ତ । ଏଯାବତ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ମିଳିଲା ସୂଚନା । More

ପରିବା ଚାଷ କରି ଦୁଇ ଭାଇ ଲକ୍ଷପତି: ଆଉ ୬ ପରିବାରକୁ ଦେଉଛନ୍ତି ରୋଜଗାର

ଭାଗ୍ୟ ବଦଳାଇ ଦେଲା ପରିବା ଚାଷ। ପାଳରେ ଭେଣ୍ଡି, କଖାରୁ, ଗୁଆଁର, କଲରା ଚାଷ କରି ମାସକୁ ଲକ୍ଷେ ଟଙ୍କାରୁ ଅଧିକ ଚାଷ କରୁଛନ୍ତି ଦୁଇ ଭାଇ। ନିଜେ ଭଲରେ ଚଳିବା ସହ ପାଖଆଖ ପିଲାଙ୍କୁ ଦେଉଛନ୍ତି ଭଲ ଦୁଇ ପଇସା ରୋଜଗାର। ଭୁବନେଶ୍ୱରରୁ ବେପାରୀ ଯାଇଁ ନେଇ ଆସୁଛନ୍ତି ପରିବା। More

ସାଂଘାତିକ ! ଶ୍ରୀମନ୍ଦିରକୁ ନେଇ ASIର ରିପୋର୍ଟ, ଐତିହ୍ୟସ୍ଥଳୀର କୀର୍ତ୍ତିରାଜି ନଷ୍ଟ ହୋଇଥାଇପାରେ..

NMAକୁ ଦିଆଯାଇଥିବା ଡିଜାଇନ ଓ ବର୍ତ୍ତମାନ ଡିଜାଇନ ଭିନ୍ନ ରହିଛି । ଡିଜାଇନରେ ବାରମ୍ବାର ପରିବର୍ତ୍ତନ ମଧ୍ୟ ଦେଖାଯାଇଥିବା ଉଲ୍ଲେଖ କରାଯାଇଛି । ଖନନ ଦ୍ୱାରା ଐତିହ୍ୟସ୍ଥଳୀର କୀର୍ତ୍ତିରାଜି ନଷ୍ଟ ହୋଇଥାଇପାରେ ବୋଲି ମଧ୍ୟ କୁହାଯାଇଛି । More

କିଶୋର ପଟେଲ ହେଲେ ବ୍ରଜରାଜନଗର କଂଗ୍ରେସ ବିଧାୟକ ପ୍ରାର୍ଥୀ

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରଥମେ ଆଜି ବିଜେଡି ପକ୍ଷରୁ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ ଘଷଣା କରାଯାଇଥିଲା । More

ସରକାରୀ କ୍ୱାର୍ଟରରେ ଅଧିକାରୀଙ୍କ ରାସଲୀଳା : ଅସଞ୍ଜତ ଅବସ୍ଥାରେ ଯୁବତୀଙ୍କ ସହ ଧରାପଡ଼ିଲେ, ଭିଡିଓ ଭାଇରାଲ . . .

ଯୁବତୀଙ୍କ ସହ ଅସଞ୍ଜତ ଅବସ୍ଥାରେ ଥିଲେ, ରେଡହ୍ୟାଣ୍ଡେଡ୍ ଧରାପଡ଼ିଲେ ସରକାରୀ ଅଧିକାରୀ । More

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ, ଅନୁମତି ଦେଇନଥିବା କହିଲା ASI

ଜୁନ୍ ୨୦ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି । More

ରାଜଧାନୀରେ ପୁଣି ମାତିଲେ ମୂର୍ତ୍ତି ଚୋର, ମନ୍ଦିର ଗ୍ରୀଲ୍ କାଟି ଅଷ୍ଟଧାତୁ ମୂର୍ତ୍ତି ନେଇଗଲେ

ରାଜଧାନୀ ଭୁବନେଶ୍ୱରରେ ପୁଣି ମାତିଲେ ମୂର୍ତ୍ତି ଚୋର। ମନ୍ଦିର ଗ୍ରୀଲ୍  କାଟି ଦୁର୍ବୃତ୍ତାମନେ ମୂର୍ତ୍ତି ଚୋରି କରିଛନ୍ତି। More

ସବୁ ଛାତ୍ରଛାତ୍ରୀଙ୍କର ଫର୍ମଫିଲପ୍ ହୋଇଥିଲା: ମନ୍ତ୍ରୀ

୮ମରୁ ଦଶମ ପର୍ଯ୍ୟନ୍ତ ପିଲା ସିଧାସଳଖ ଯାଇଥିବାରୁ ସମସ୍ତଙ୍କ ଫର୍ମଫିଲପ ହେଲା। More

‘ସ୍ୱାମୀଙ୍କ ଅଧୁରା ସ୍ୱପ୍ନ ପୂରଣ କରିବି’

ଉପନିର୍ବାଚନ ଲଢ଼ିବା ପାଇଁ ବିଜେଡି ଅଳକାଙ୍କ ନାଁ ଘୋଷଣା ପରେ ସେ ପ୍ରତିକ୍ରିୟା ରଖିଛନ୍ତି। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। More

ମହମ୍ମଦ ରଫିଙ୍କ ଗୀତ ଗାଇ ଚର୍ଚ୍ଚାରେ ଟ୍ରକ ଡ୍ରାଇଭର୍ : ଗାଇଲେ ମୁଝେ ଇସ୍କ...

ସୋସିଆଲ ମିଡିଆରେ ବୃଦ୍ଧଙ୍କ ଗୀତ ଗାଇବାର ଭିଡିଓ ଭାଇରାଲ୍ ହେଉଛି। ବୃଦ୍ଧ ଜଣକ ଜଣେ ଟ୍ରକ ଚାଳକ ହୋଇଥିବା ବେଳେ ଅତି ନିଖୁଣ ଭାବେ ହାଇଥିଲେ ମହମ୍ମଦ ରଫିଙ୍କ ଗୀତ ମୁଝେ ଇସ୍କ ହୈ ତୁଝି ସେ’... ଗୀତ ଗାଇଛନ୍ତି । More

ତେଲ ଦର ଓ ଖରା ତାତିର ପ୍ରଭାବ, ପନିପରିବା ଦର ଆକାଶଛୁଆଁ

ପରିବାକୁ ଦେଖି ହେଉଛି ହେଲେ ହାତ ମାରି ହେଉଛି। ହେଲେ କିଣି ହେଉନି ପନିପରିବା। ଖରା ତାତିଠୁ ବଳିଯାଇଛି ପନିପରିବା ଦର। ଫଳରେ ଚିନ୍ତାରେ ପଡିଯାଇଛନ୍ତି ଖାଉଟି More

ସରକାରୀ ବାବୁଙ୍କ କରାମତି ! ପୋଖରୀ ଖୋଳିବା ନାଁରେ ଜମିରୁ ଉଠିଛି ମାତ୍ର ଫୁଟେ ମାଟି

ଚାଷୀଟିଏ ଚାଷ କରି କିଭଳି ଭଲ ଦି ପଇସା ରୋଜଗାର କରିପାରିବ ସେଥିପାଇଁ ସରକାରୀ ଯୋଜନାରେ ଖୋଳା ହେଉଛି ଫାର୍ମ ପଣ୍ଡ। ହେଲେ କେଇ ହାତ ଖୋଳି ଦେଇ ଟଙ୍କା ଖାଇ ଦେଉଛନ୍ତି ସରକାରୀ ବାବୁ। More

ମାଛ ଖାଇଦେଲା ପୁତୁରା, ଘରେ ମହାଭାରତ ଆରମ୍ଭ କଲା ପିଇସୀ : ଦୁଇ ବୋହୂକୁ ପିଟାମରା କରି ବାହାର କରିଦେଲେ ଶ୍ୱଶୁର ଘର ଲୋକ !

ବ୍ରହ୍ମପୁର ବ୍ରହ୍ମାନଗର ପରେ ଏବେ ମାର୍ଥା ସାହି ଜଣେ ନୁହେଁ ନ୍ୟାୟ ଭିକ୍ଷା କରୁଛନ୍ତି ଦୁଇ ଦୁଇ ଜଣ More

‘ନା ମୁଁ ଫାଶୀ ଚାହୁଁଛି ନା ଆଉ କିଛି, ମୁଁ ଚାହୁଁଛି ଦୋଷୀ ଆଜୀବନ ଜେଲ୍‌ରେ ରୁହନ୍ତୁ’

ଯେକୌଣସି ମଣିଷ ଉପରେ ଏସିଡ୍‌ ଆଟାକ୍‌ ହେଲେ ସେ ସାରାଜୀବନ କଷ୍ଟ ପାଇବ। ତେଣୁ ମୋର ଏହି ଯନ୍ତ୍ରଣା ପାଖରେ ସେମାନଙ୍କୁ ମିଳିଥିବା ସଜାର କିଛି ସମାନତା ନାହିଁ ବୋଲି ପ୍ରମୋଦିନୀ ରାଉଳ କହିଛନ୍ତି। More

‘୨୦ ମାସ ହେଲା ଛୁଆ ବିନା କେମିତି ବଞ୍ଚିବି’ : ଇଚ୍ଛାମୃତ୍ୟୁ ଆବେଦନ କଲେ ପିହୁର ମା ମୋନାଲିସା ନାୟକ

ନିଖୋଜର ୨୦ ମାସ ପରେ ବି ପତ୍ତା ନମିଳିବାରୁ ଇଚ୍ଛାମୃତ୍ୟୁ ଚାହିଁଲେ ପିହୁର ମା’ । More

ସ୍ୱର୍ଗତଃ କିଶୋର ମହାନ୍ତିଙ୍କ ପତ୍ନୀ ଅଳକାଙ୍କୁ ପ୍ରାର୍ଥୀ କଲା ବିଜେଡି

ବ୍ରଜରାଜନଗର ଉପନିର୍ବାଚନ ମୈଦାନରେ ବିଜେପିର ରାଧାରାଣୀ ପଣ୍ଡା ରହିଥିବା ବେଳେ ବିଜେଡିର ଯୋଦ୍ଧା ସାଜିଛନ୍ତି ଅଳକା ମହାନ୍ତି। କିନ୍ତୁ କଂଗ୍ରେସ ପକ୍ଷରୁ ଏ ଯାଏ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନଥିବା ବେଳେ ଖୁବ୍‌ଶୀଘ୍ର ନାଁ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା। More

ପ୍ରମୋଦିନୀ ରାଉଳ ଏସିଡ୍ ମାଡ଼ ମାମଲା: ୨ ଦୋଷୀଙ୍କୁ ୧୪ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ

୨୦୦୯ ଏପ୍ରିଲ ୧୮ ତାରିଖ ସାରେ ତିର୍ତ୍ତୋଲ ଥାନା ଅନ୍ତର୍ଗତ କନକପୁର ଗାଁର ପ୍ରମୋଦିନୀଙ୍କ ଉପରେ ଏସିଡ୍ ଆକ୍ରମଣ ହୋଇଥିଲା।  More

ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବାପାକୁ ଛାତ ଉପରେ ଦେଖି କୁନି ପୁଅର ଉଡ଼ିଗଲା ହୋସ୍‌, ପରେ ଜଣାପଡ଼ିଲା...

ସକାଳୁ ସକାଳୁ ପରିବାର ଲୋକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଯୁବକଙ୍କୁ ଦେଖିବା ପରେ ସେମାନଙ୍କର ହୋସ୍‌ ଉଡ଼ି ଯାଇଥିଲା। ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। More

ବାଉଁଶ ବାନ୍ଧି ବେଆଇନ ଟୋଲ୍‌ ଆଦାୟ, ପ୍ରଶାସନ ପାଖରେ ନାହିଁ ଖବର

୧୦ ବର୍ଷ ହେବ ଏମିତି ବେଆଇନ ଚେକ୍ ଗେଟ୍‌ରୁ ପଇସା ଆଦାୟ ହେଉଛି। More

SCBରେ ଆଜିଠୁ ଅନଲାଇନ୍ OPD ସେବା ଆରମ୍ଭ

ରୋଗୀଙ୍କୁ ବିନା ବାଧାରେ ଚିକିତ୍ସା ସେବା ଯୋଗାଇବାରେ ସାହାଯ୍ୟ କରିବ। More

କାଲିଠୁ ବାତ୍ୟାର ପ୍ରଭାବ, ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବ !

ଆସନ୍ତାକାଲି ଠାରୁ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏହା ୧୨ ତାରିଖ ଯାଏ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। More

ଭୀଷଣ ବାତ୍ୟାର ରୂପ ନେଇ ମାଡ଼ି ଆସୁଛି ‘ଅସାନି’, ପୁରୀଠୁ ୭୪୦ କି.ମି. ଦୂରରେ କେନ୍ଦ୍ରୀଭୂତ

ବାତ୍ୟା ‘ଅସାନି’ ଏବେ ଏହା ପୁରୀ ଠାରୁ ୭୪୦ କିଲୋମିଟର ଦୂରରେ ଉତ୍ତର, ଉତ୍ତର-ପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି। More

ଭୀଷଣ ବାତ୍ୟାରେ ପରିଣତ ହେଲା ଅସାନୀ

ଏହା ପୁରୀରୁ ୧୦୦ କିଲୋମିଟର ଦୂରରେ ଯିବ। More

ରାଜ୍ୟରେ ଘରୋଇ ହିଂସାର ଶିକାର ୩୩ ପ୍ରତିଶତ ମହିଳା

ମହିଳା ଓ ଶିଶୁଙ୍କ ସୁରକ୍ଷା ଲାଗି ଅନେକ ଯୋଜନା, ଅନେକ କାର୍ଯ୍ୟକ୍ରମ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ତଥାପି ଆମ ରାଜ୍ୟରେ ୩୩ ପ୍ରତିଶତ ମହିଳା ସେମାନଙ୍କ ସ୍ବାମୀଙ୍କ ଦ୍ୱାରା ଘରୋଇ ହିଂସାର ଶିକାର ହେଉଛନ୍ତି। ସଦ୍ୟ ପ୍ରକାଶିତ ନ୍ୟାସନାଲ ଫାମିଲି ହେଲ୍ଥ ସର୍ଭେରୁ ଏଭଳି ଚିନ୍ତାଜନକ ତଥ୍ୟ ଆସିବା ପରେ ଆଇନର କାର୍ଯ୍ୟକାରିତାରେ କେଉଁଠି ରହୁଛି ତ୍ରୁଟି, ତାକୁ ନେଇ ଉଠିଛି ପ୍ରଶ୍ନ। More

ସହିପାରିଲେନି ଶ୍ୱଶୂର ଘରର ନିର୍ଯାତନା; ଟାୱାର ଉପରକୁ ଚଢ଼ିଲେ, ପ୍ରାଣ ହାରିଲେ

ଏକ ଭିଡ଼ିଓ ଜାରି କରିବା ପରେ ପରେ ରହସ୍ୟଜନକ ଭାବେ ପ୍ରାଣ ହରାଇଛନ୍ତି ରାଉରକେଲା ସିଭିଲ୍ ଟାଉନ୍‌ସିପ୍‌ର ଯୁବ ବ୍ୟବସାୟୀ ରାହୁଲ ଅଗ୍ରୱାଲ୍ । ଜାମ୍‌ସେଦପୁର ବିଷ୍ଣପୁର ସ୍ଥିତ ଏକ ଟାୱାର ତଳକୁ ଖସି ପଡ଼ିବା ପରେ ଜୀବନ ହରାଇଛନ୍ତି ରାହୁଲ । More

ନ୍ୟାସନାଲ ଫାମିଲି ହେଲ୍ଥ ସର୍ଭେରୁ ଚିନ୍ତାଜନକ ତଥ୍ୟ; ଘରୋଇ ହିଂସାର ଶିକାର ହେଉଛନ୍ତି ୩୩ ପ୍ରତିଶତ ମହିଳା

ସଦ୍ୟ ପ୍ରକାଶିତ ନ୍ୟାସନାଲ ଫାମିଲି ହେଲ୍ଥ ସର୍ଭେ NFHS-5ର ତଥ୍ୟ କହୁଛି, ଓଡ଼ିଶାରେ ୧୮ରୁ ୪୯ ବର୍ଷ ବୟସର ପ୍ରତି ୩ ବିବାହିତା ମହିଳାଙ୍କ ମଧ୍ୟରୁ ଜଣେ ଅର୍ଥାତ୍ ୩୩ ପ୍ରତିଶତ ଘରୋଇ ହିଂସାର ଶିକାର ହେଉଛନ୍ତି । More

ବୟସର ଅପରାହ୍ନରେ ବି ଭେଣ୍ତା ପୁଅର ସେବା ଯତ୍ନରେ ତତ୍ପର ମାଆ

ମାଆ ଆଗରେ ସଂସାରର ସମସ୍ତ ଐଶ୍ୱର୍ଯ୍ୟ ତୁଚ୍ଛ । ମାଆ ଥିଲେ ସବୁ ଅଛି, ମାଆ ନାହିଁ ତ ସାହା ନାହିଁ । More