/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652087835.jpg)
vegetable prices
ବଜାରରେ ଭଳିକି ଭଳି ପନିପରିବା। ବେପାରି ପରିବା ଧରି ବିକିବା ପାଇଁ ବସିଛି। ଗ୍ରାହକ ବି ପରିବା କିଣିବା ପାଇଁ ବଜାରରେ ବୁଲୁଛନ୍ତି। ହେଲେ ଦର ପଚାରି ପରିବାରେ ହାତ ନ ମାରି ଚାଲି ଯାଉଛନ୍ତି। କାରଣ ଆକାଶଛୁଆଁ ହୋଇଛି ପରିବା ଦର।
ସୋନପୁର ବଜାରରେ ବାଇଗଣ କିଲୋ ୩୦ ଟଙ୍କା, ଟମାଟୋ ୬୦, ପୋଟଳ ୧୦୦, କଲରା ୪୦, ଜହ୍ନି ୪୦, ଆଳୁ ୪୦, ପିଆଜ ୩୦ ଏବଂ ଝୁଡଙ୍ଗ ୫୦ ଭଳି ଦର ରହିଛି। ହଠାତ ପନିପରିବା ଦର ବୃଦ୍ଧି ନେଇ ଚିନ୍ତାରେ ପଡି ଯାଇଛନ୍ତି ଗ୍ରାହକ।
କିଛି ମାସ ହେଲା ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପରେ ପନିପରିବା ଦର ବଢିଥିବା କୁହାଯାଉଛି। ଏହା ସହ ଖରାଦିନ ପାଇଁ ସ୍ଥାନୀୟ ଅଂଚଳରେ ପନିପରିବା ମିଳୁନଥିବାରୁ ବାହାରୁ ଚଢା ଦରରେ ପରିବା କିଣିବାକୁ ପଡୁଥିବାରୁ ବାଧ୍ୟ ହୋଇ ଅଧିକ ଦରରେ ବିକ୍ରୀ କରିବାକୁ ବାଧ୍ୟ ହେଉଛନ୍ତି ବ୍ୟବସାୟୀ।
ସୁବର୍ଣ୍ଣପୁର ଜିଲ୍ଲାରେ ଖରା ତାତିଠୁ ବଳି ଯାଇଛି ପରିବା ତାତି। କେବେ କମିବ ପରିବା ଦର, ଆଉ ଲୋକେ ପରିବା କିଣି ଖାଇ ପାରିବେ ଏବେ ସେଇ ସମୟକୁ ହିଁ ଅପେକ୍ଷା।
ସୁବର୍ଣ୍ଣପୁରରୁ ରବୀନ୍ଦ୍ର ପଣ୍ଡାଙ୍କ ରିପୋର୍ଟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)