/odishatv-khabar/media/post_attachments/uploadimage/library/16_9/16_9_0/IMAGE_1640402959.jpg)
SCB medical
କଟକ ବଡ଼ ମେଡିକାଲରେ ଘଣ୍ଟା ଘଣ୍ଟା ଧରି ଠିଆ ହେବା ଟେନସନ୍ ଗଲା। ଏସ୍ସିବି ମେଡ଼ିକାଲ୍ରେ ଆରମ୍ଭ ହୋଇଛି ଅନଲାଇନ୍ ଆଉଟଡୋର୍ ରୋଗୀ ପଞ୍ଜିକରଣ ସେବା । ଫଳରେ ଡାକ୍ତରଖାନାର ଟିକେଟ କାଉଣ୍ଟରଗୁଡ଼ିକରେ ଆଉ ରୋଗୀଙ୍କୁ ଧାଡିବାନ୍ଧି ଛିଡ଼ା ହେବାକୁ ପଡ଼ିବ ନାହିଁ । SCBରେ ଆଜିଠାରୁ ଅନଲାଇନ୍ OPD ସେବା ଆରମ୍ଭ ହୋଇଛି।
ସ୍ପେଶାଲିଷ୍ଟ ଓ ଜେନେରାଲ ଆଉଟଡୋର ପାଇଁ ଅନଲାଇନ୍ ଟିକେଟ୍ ବ୍ୟବସ୍ଥା ହୋଇଛି। http://eswasthya.odisha.gov.inରେ ଅନଲାଇନ୍ ଟିକେଟ୍ ମିଳୁଛି।
ଆଜିଠୁ ନିଜ ଟିକେଟ୍ କରିପାରିବେ ଏବଂ ରୋଗୀଙ୍କ ସୁବିଧା ଅନୁଯାୟୀ ଯେ କୌଣସି ସ୍ଥାନରୁ ପ୍ରିଣ୍ଟ୍ ବାହାର କରିପାରିବେ।www.eswasthya.odisha.gov.in ଲିଙ୍କ୍ରେ କ୍ଲିକ୍ କରି ରୋଗୀ OPD ଟିକେଟ୍ ପାଇଁ ପଞ୍ଜିକୃତ କରିପାରିବେ ।
ରୋଗୀଙ୍କୁ ନିଜେ ପଞ୍ଜୀକୃତ କରିବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ମଧ୍ୟ ମୋବାଇଲ୍ ଆପ୍ଲିକେସନ୍ ପ୍ରଦାନ କରିବାକୁ ଯାଉଛନ୍ତି। ଏହି ସୁବିଧା ଦ୍ୱାରା ରୋଗୀଙ୍କୁ ବିନା ବାଧାରେ ଚିକିତ୍ସା ସେବା ଯୋଗାଇବାରେ ସାହାଯ୍ୟ କରିବ ବୋଲି ମେଡ଼ିକାଲ କର୍ତ୍ତୃପକ୍ଷ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)