Advertisment

ଥାନା ଭିତରେ ଶିଶୁ କକ୍ଷ : ମସ୍ତି ମାହୋଲର ମଜା ନେଉଛନ୍ତି କୁନି କୁନି ପିଲା

ଛୋଟ ପିଲାଙ୍କ ମଧ୍ୟରେ ପୋଲିସ ପ୍ରତି ଭୟ ଦୂର କରିବା ସହ ସେମାନଙ୍କ ପାଇଁ ପୋଲିସ ପ୍ରତି ଏକ ବନ୍ଧୁତ୍ୱର ବାତାବରଣ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ଏଭଳି ଉଦ୍ୟମ

author-image
Prangyan Parimita
ଅଦ୍ୟତନ ହୋଇଛି
Child friendly police station

Child friendly police station

ପୋଲିସ ନାଁ ଶୁଣିଲେ ସାଧାରଣତଃ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥାଏ । ଛୋଟ ଛୋଟ ପିଲାଙ୍କୁ ପୋଲିସ ନାଁରେ ହିଁ ଡରାଇ ଥାଆନ୍ତି । କିନ୍ତୁ ପୋଲିସ ଏବେ ଏଭଳି ପଦକ୍ଷେପ ନେଉଛି ଯେଉଁଠି ପିଲାଙ୍କ ମନରେ ସେମାନଙ୍କ ପ୍ରତି ଥିବା ଭୟ ଦୂର ହେବା ସହ ଥାନା କଥା ଶୁଣିବାବେଳେ ଏକ ଆନନ୍ଦଦାୟକ ଚିତ୍ର ମନକୁ ଆସିବ । ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଏବେ ଥାନା ପରିସରରରେ ଏମିତି କିଛି ପରିବେଶ ସୃଷ୍ଟି କରିଛନ୍ତି, ଯେଉଁଠିକ ଛୋଟ ପିଲା ବାରମ୍ବାର ଯିବାକୁ ମନ ବଳାଇବେ ।

Advertisment

ଥାନା ଭିତରେ କେଉଁଠି ଛୋଟ ଛୋଟ ପିଲାଙ୍କ ପାଇଁ ଲୁଡୁ ଖେଳିବାର ବ୍ୟବସ୍ଥା ହୋଇଛି । କୁନି କୁନି ଆଙ୍ଗୁଳି ଚେସ ବୋର୍ଡରେ ଗୋଟି ଚାଳନାର କରିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି । ସେହିପରି ରୁବିକ୍ସ କ୍ୟୁବରେ କିଏ ନିଜ IQ ପରୀକ୍ଷା ଚଳାଇଛି, ପୁଣି ଆଉ କେହି ସାଇକଲିଂର ମଜା ନେଉଛି । ନିଜ ଶିଶୁ ସୁଲଭ ଅନ୍ଦାଜରେ ଛୋଟ ପିଲାଙ୍କ ପାଇଁ ମସ୍ତିର ମାହୋଲ ସତରେ ଖୁବ ନିଆରା ।

ଛୋଟ ପିଲାଙ୍କ ମଧ୍ୟରେ ପୋଲିସ ପ୍ରତି ଭୟ ଦୂର କରିବା ସହ ସେମାନଙ୍କ ପାଇଁ ପୋଲିସ ପ୍ରତି ଏକ ବନ୍ଧୁତ୍ୱର ବାତାବରଣ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ଏଭଳି ଉଦ୍ୟମ । ଥାନା ପରିସରରେ ତିଆରି କରାଯାଇଛି ଏକ ଶିଶୁ କକ୍ଷ । ସେଠାକୁ ଆସି ଛୋଟ ପିଲାମାନେ ମନୋରଞ୍ଜନର ଭରପୂର ଉପଯୋଗ କରିବା ସହ ପୋଲିସ ପ୍ରତି ସେମାନଙ୍କ ଭୟ ଦୂର ହୋଇଥିବା ମଧ୍ୟ କହିଛନ୍ତି ।

Advertisment

ଥାନା ପରିସରରରେ ଏହି କକ୍ଷ ନିର୍ମାଣ ବେଳେ ଛୋଟ ପିଲାଙ୍କ ପ୍ରତିଟି ଆଗ୍ରହ ଓ ରୁଚିକୁ ନଜରକୁ ଦିଆଯାଇଛି । କୋଠରୀର କାନ୍ଥରେ ରଙ୍ଗ ବେରଙ୍ଗର ଆକର୍ଷଣୀୟ ଚିତ୍ର ଅଙ୍କାଯାଇଥିବାବେଳେ ଆସବାସପତ୍ର ମଧ୍ୟ କେମିତି ଛୋଟ ପିଲାଙ୍କ ମନକୁ ସୁହାଇବ ସେଥିପ୍ରତି ଧ୍ୟାନ ଦିଆଯାଇଛି । ପିଲାମାନେ ବି ସେଠାକୁ ଆସି ଯେ କେବଳ ବିଭିନ୍ନ ପ୍ରକାର ଖେଳର ମଜା ଉଠାଉଛନ୍ତି ତ ନୁହେଁ, ସେମାନଙ୍କ ମନପସନ୍ଦର ବହି ବି ପଢିପାରିବା ଭଳି ସମସ୍ତ ବ୍ୟବସ୍ଥା କରାଯାଇଛି ।

ପୋଲିସ ଓ ଜନସାଧାରଣ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଏଭଳି ଉଦ୍ୟମ । ନବରଙ୍ଗପୁରବାସୀ ମଧ୍ୟ ପୋଲିସ ପ୍ରଶାସନର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଆଗକୁ ଉମରକୋଟ ଓ ଅନ୍ୟ କିଛି ପୋଲିସ ଥାନାରେ ବି ଏଭଳି ସଂସ୍କାର ମୂଳକ ବ୍ୟବସ୍ଥା କରାଯିବ ବୋଲି ପେ୍ାଲିସ ପକ୍ଷରୁ ସୂଚନା ମିଳିଛି ।

ନବରଙ୍ଗପୁରରୁ ନବଘନ ବିଶୋଇଙ୍କ ରିପୋର୍ଟ

Child Friendly Police Station
Advertisment
Advertisment